ETV Bharat / lifestyle

ମୃତ୍ୟୁର ତାରିଖ କହିବ ‘ମେସିନ ଲର୍ଣ୍ଣିଂ’

ଧିରେ ଧିରେ ଅତ୍ୟାଧୁନିକ ଟେକ୍ନୋଲୋଜିର ବଶବର୍ତ୍ତୀ ହେଉଥିବା ମଣିଷକୁ ଏବେ ତାର ମୃତ୍ୟୁର ତାରିଖ କହିବ ଗୋଟିଏ ମେସିନ୍ ।

ପ୍ରତୀକାତ୍ମକ ଫଟୋ
author img

By

Published : May 16, 2019, 2:52 PM IST

ନୂଆଦିଲ୍ଲୀ: ଧିରେ ଧିରେ ଅତ୍ୟାଧୁନିକ ଟେକ୍ନୋଲୋଜିର ବଶବର୍ତ୍ତୀ ହେବାରେ ଲାଗିଛି ମଣିଷ । କାରଣ ପ୍ରତିଟି ଛୋଟ ଆବଶ୍ୟକତାକୁ ନେଇ ଟେକ୍ନୋଲୋଜି ଉପରେ ନିର୍ଭରଶୀଳ ହେଉଛି ମଣିଷ । ତେବେ ଏହି ଟେକ୍ନୋଲୋଜି ଆବିଷ୍କାରରେ ଏବେ ଗୋଟିଏ ପାଦ ଆଗେଇଛି ଆଇସିଏନ୍‌ସି ବା ଦି ଇଣ୍ଟରନେସନ କନଫରେନ୍ସ ଅନ ନ୍ୟୁକ୍ଲିଅର କାର୍ଡିଓଲୋଜି ଆଣ୍ଡ କାର୍ଡିଆକ ସିଟି । ଏହାର ପରୀକ୍ଷଣ ଯୋଗୁଁ ବର୍ତ୍ତମାନ ଉଦ୍ଭାବନ ହୋଇଛି ଏକ ଏଭଳି ମେସିନ ଯାହା କହିପାରିବ ଆପଣଙ୍କ ମୃତ୍ୟୁର ତାରିଖ ।

ଏହି ମେସିନର ନାମ ରହିଛି ‘ମେସିନ ଲର୍ଣ୍ଣିଂ’ । ଏହା କେବଳ ଆପଣଙ୍କ ମୃତ୍ୟୁର ତାରିଖ ନୁହେଁ ବରଂ ଏହା ଆପଣଙ୍କୁ କେବେ ହୃଦଘାତ ଆସିବ ସେନେଇ ମଧ୍ୟ ସୂଚନା ଦେଇ ପାରିବ । ତେବେ ସର୍ଭେରୁ ଜଣା ପଡିଛି କି ଏହି ମେସିନର ଭବିଷ୍ୟବାଣୀ 90 ପ୍ରତିଶତ ସତ । ଉଦାହରଣ ସ୍ବରୂପ ଯଦି ମେସିନରେ ମୃତ୍ୟୁର ତାରିଖ କୋଣସି ମାସର 10 ତାରିଖ ବୋଲି କହିଥାଏ ତେବେ ସେହି ମାସର 9 କିମ୍ବା 11 ତାରିଖ ଆପଣଙ୍କ ଶେଷ ଦିନ ହୋଇପାରେ ।

ଏହି ମେସିନ ଗଣିତ ପ୍ରକ୍ରିୟା ଉପରେ ଆଧାରିତ । ଏହା କୌଣସି ବ୍ୟକ୍ତିଙ୍କର ଦୀର୍ଘଦିନର ତଥ୍ୟ ମହଜୁଦ ରଖି ଏହାର ବିଶ୍ଲେଷଣ କରିଥାଏ । ପରେ ବିଶ୍ଲେଷଣକୁ ଆଧାର କରି ନିଜ ଭବିଷ୍ୟବାଣୀ କରିଥାଏ । ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ କି ଆମେ ନିଜ ଦୈନନ୍ଦିନ ଜୀବନରେ ଏପରେ ଅନେକ ମେସିନ ବ୍ୟବହାର କରୁଛେ ଯେଉଁଥିରେ ଆମେ ନିଜ ବ୍ୟକ୍ତିଗତ ତଥ୍ୟ ଯୋଗାଉଛୁ । ଯେପରିକି ଗୁଗୁଲ ସର୍ଚ୍ଚ । ଏହାକୁ ଆଧାର କରି ମେସିନ ଲର୍ଣ୍ଣିଂ ଜଣେ ବ୍ୟକ୍ତିର ପସନ୍ଦ ନାପସନ୍ଦ ଅତି ସହଜରେ ଜାଣିପାରେ ।

ସୂଚନା ଅନୁଯାୟୀ ପ୍ରାୟ 950 ରୋଗୀଙ୍କ ନେଇ 6 ମାସ ଧରି କରାଯାଇଥିବା ସର୍ଭେ ପରେ ଏହି ମେସିନର ଆଲଗୋରିଦମ ପ୍ରସ୍ତୁତ ହୋଇଥିଲା । ଯାହାକୁ ଆଧାର କରି ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଓ ହାର୍ଟ ଆଟାକ ସମ୍ବନ୍ଧୀୟ ତଥ୍ୟ ବେଶ ଆରାମରେ ଦିଆଯାଇପାରେ ।

Intro:Body:

FGH

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.