ୱାସିଂଟନ: ସୋସିଆଲ ନେଟୱାର୍କିଂ ଆପ୍ ସ୍ନାପଚାଟ୍ ଏକ ନୂଆ ଫିଚର ଲଞ୍ଚ କରିବାକୁ ଯାଉଛି । ଏହା ହେଉଛି ରିୟଲ ଟାଇମ୍ ଲୋକେସନ ସେୟାରିଂ(real-time location sharing) । ଏହି ନୂଆ ଫିଚର ପ୍ଲାର୍ଟଫର୍ମରେ ପୂର୍ବରୁ ଥିବା ରେଗୁଲାର ଲୋକେସନ ସେୟାରିଂ ଠାରୁ ଭିନ୍ନ ଅଟେ, ଯାହା ୨୦୧୭ ମସିହାରେ ଇଣ୍ଟିଗ୍ରେଟେଡ ସ୍ନାପ୍ ମ୍ୟାପ୍ ମାଧ୍ୟମରେ ଉପଲବ୍ଧ ହେଉଛି । ରିଏଲ ଟାଇମ ଲୋକେସନ ଦ୍ବାରା ୟୁଜର୍ସ ନିଜର ବାସ୍ତବିକ ସମୟର ଠିକଣାକୁ(real time location) ନିଜ ବନ୍ଧୁ ଅଥବା ପରିବାର ସହ ସେୟାର କରିପାରିବେ । ଯଦ୍ବାରା ସେ ବର୍ତ୍ତମାନ ରାସ୍ତାରେ ଅଛନ୍ତି ନାଁ ଘରକୁ ଫେରୁଛନ୍ତି ତାହା ସେ ଜଣାପାରିବେ । ବିଶ୍ବ ସ୍ତରରେ ସମସ୍ତ ସ୍ନାପଚାଟ୍ ୟୁଜର୍ସ ଏହାର ସୁବିଧା ପାଇପାରିବେ ।
ନୂଆ ଲୋକେସନ ସେୟାରିଂ ଫିଚର ସହ ସ୍ନାପଚାଟ ୟୁଜର୍ସ ନିଜର ରିଏଲ ଟାଇଲ ଲୋକେସନ ଅପଡେଟ୍କୁ ବନ୍ଧୁଙ୍କ ସହ ୧୫ ମିନିଟରୁ କିଛି ଘଣ୍ଟା ଯାଏଁ ସେୟାର କରିପାରିବେ । କେବଳ ଆପଣ ନିଜର ସ୍ନାପଚାଟ ଫ୍ରେଣ୍ଡ ସହ ହିଁ ଏହାକୁ ସେୟାର କରିପାରିବେ । ଏହି ଲାଇଭ ଲୋକେସନ ସେୟାର ପୂର୍ବରୁ ଆପଣ ଏବଂ ଆପଣଙ୍କ ବନ୍ଧୁ ପରସ୍ପରକୁ ସ୍ନାପଚାଟରେ ବନ୍ଧୁ ଭାବେ ସ୍ବୀକାର କରିବାକୁ ହେବ । ଏତଦ୍ ବ୍ୟତୀତ ଯେତେବେଳେ କୌଣସି ୟୁଜର୍ସ ପ୍ରଥମ ଥର ଲାଇଭ ଲୋକେସନ ଆକ୍ସେସ କରିବେ ଅର୍ଥାତ୍ ସେଟିଂ ସକ୍ଷମ କରିବାକୁ ହେଲେ ପ୍ରଥମେ ୟୁଜର ନିଜ ବନ୍ଧୁଙ୍କ ପ୍ରୋଫାଇକୁ ଯିବେ ଏବଂ ଲୋକେସନ ସେୟାରିଂର ଅବଧି ଚୟନ କରିବେ । ଏହାପରେ ସେହି ବନ୍ଧୁଙ୍କ ସହ ଲାଇଭ ଲୋକେସନ ସେୟାରିଂର ଷ୍ଟାଟସ ଚାଟ୍ ୱିଣ୍ଡୋରେ ଦୃଶ୍ୟମାନ ହେବ । ବର୍ତ୍ତମାନ ସ୍ନାପଚାଟର ସ୍ନାପ୍ ମ୍ୟାପକୁ ଗୋଟିଏ ମାସରେ ୨୫୦ ମିଲିୟନ ୟୁଜର ବ୍ୟବହାର କରୁଛନ୍ତି ।
@ANI