ETV Bharat / lifestyle

ଗୋଟିଏ ଟ୍ୟାବ୍‌ରେ ବ୍ୟବହାର କରନ୍ତୁ ଏକାଧିକ ଆପ୍‌

ଚଳିତ ବର୍ଷ ଗୁଗୁଲର ସର୍ବବୃହତ ଇମେଲିଂ ପ୍ଲାଟଫର୍ମ ଜିମେଲକୁ ମିଳିବାକୁ ଯାଉଛି ସ୍ବତନ୍ତ୍ର ଫିଚର୍ସ । କ୍ୟାଲେଣ୍ଡର, ନୋଟ୍ସ, ଟାସ୍କ ଲିଷ୍ଟ ଓ ଅନ୍ୟାନ୍ୟ ଜି-ସୁଟ୍‌ ଆପ୍ଲିକେସନ ଆଦି ଆପ୍‌କୁ ଜିମେଲରେ ଆକ୍ସେସ କରିବା ପାଇଁ ଗୁଗୁଲ ଯୋଜନା ଆରମ୍ଭ କରିଛି ।

author img

By

Published : May 30, 2019, 1:28 PM IST

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଚଳିତ ବର୍ଷ ଗୁଗୁଲର ସର୍ବବୃହତ ଇମେଲିଂ ପ୍ଲାଟଫର୍ମ ଜିମେଲକୁ ମିଳିବାକୁ ଯାଉଛି ସ୍ବତନ୍ତ୍ର ଫିଚର୍ସ । ସାଧାରଣତଃ ମେଲ କମ୍ପୋଜ କରିବା ସମୟରେ ବେଳେ ବେଳେ ଅନ୍ୟ ଆପ୍‌ର କିଛି ତଥ୍ୟର ଆବଶ୍ୟକତା ପଡିଥାଏ । ଏପରି ସ୍ଥିତିରେ ଏକାଧିକ ଟ୍ୟାବ ଖୋଲି ତଥ୍ୟ ପାଇବା ଅପେକ୍ଷା ଜିମେଲରେ ହିଁ ବିଭିନ୍ନ ଆପ୍‌ର ଆକ୍ସେସ ପାଇବା ସହଜଦାୟକ ହେବ ବୋଲି ଅନୁଭବ କରିଛି ଗୁଗୁଲ । ତେଣୁ ଆଗାମୀ କିଛି ଦିନରେ କିଛି ନୂଆ ଫିଚର ସହ ୟୁଜର୍ସଙ୍କୁ ଭେଟିବ ଜିମେଲ ।

ସୂଚନା ମୁତାବକ କ୍ୟାଲେଣ୍ଡର, ନୋଟ୍ସ, ଟାସ୍କ ଲିଷ୍ଟ ଓ ଅନ୍ୟାନ୍ୟ ଜି-ସୁଟ୍‌ ଆପ୍ଲିକେସନ ଆଦି ଆପ୍‌କୁ ଜିମେଲରେ ଆକ୍ସେସ କରିବା ପାଇଁ ଗୁଗୁଲ ଯୋଜନା ଆରମ୍ଭ କରିଛି । ଏହାଦ୍ବାରା ବାରମ୍ବାର ଟ୍ୟାବ ବଦଳାଇବାକୁ ପଡିବ ନାହିଁ । ଏଥିସହ ଗୋଟିଏ ଟ୍ୟାବ୍‌ରେ ରହି ୟୁଜର୍ସ ଏକସଙ୍ଗରେ ମଲ୍ଟି ଟାସ୍କ ପର୍‌ଫର୍ମ କରିପାରିବେ ।

ତେବେ ଏହି ଆପ୍‌ ସବୁକୁ ଜିମେଲରେ ମର୍ଜ କରିବା ପାଇଁ ନିମ୍ନଲିଖିତ ଷ୍ଟେପ୍ସ ଫଲୋ କରନ୍ତୁ :

ଷ୍ଟେପ-1
ପ୍ରଥମେ ନିଜ ଡେସ୍କଟପ୍‌ରେ ଜିମେଲ ଓପନ କରନ୍ତୁ ।

ଷ୍ଟେପ-2
ବର୍ତ୍ତମାନ ଆପ୍‌ର ଡାହାଣ ପାର୍ଶ୍ବ ଉପରେ ଆପ୍ସ ପ୍ୟାନେଲ ଦେଖାଯାଉଛି କି ନାହିଁ ଚେକ କରନ୍ତୁ । ଯଦି ଦେଖାଯାଉ ନାହିଁ ତେବେ ଡାହାଣ ପାର୍ଶ୍ବ ତଳେ ‘show side pannel’ ନାମରେ ଏକ ଅପ୍ସନ ଦେଖାଯିବ । ଏହାକୁ କ୍ଲିକ କରନ୍ତୁ ଏବଂ ଆପ୍ସ ପ୍ୟାନେଲ ଓପନ କରନ୍ତୁ ।

ଷ୍ଟେପ-3
କ୍ୟାଲେଣ୍ଡର ବ୍ୟବହାର କରିବାକୁ ଚାହୁଁଥିଲେ କ୍ୟାଲେଣ୍ଡର ଅପ୍ସନ ଉପରେ କ୍ଲିକ କରନ୍ତୁ । ସେହି କ୍ରମରେ ନୋଟ୍ସ କିମ୍ବା ଟାସ୍କ ଚାହୁଁଥିଲେ ସେହି ଅପ୍ସନ ଉପରେ କ୍ଲିକ କରନ୍ତୁ । ଏହାଦ୍ବାରା ଆପଣ ଗୋଟିଏ ପେଜରେ ନିଜ ଆବଶ୍ୟକୀୟ ଆପ୍‌ର ଆକ୍ସେସ ପାଇପାରିବେ ।

ଷ୍ଟେପ-4
ତେବେ ଏହି ଫିଚରରେ ଆପଣ ଏକା ସମୟରେ ଏକାଧିକ ଆପ୍ସକୁ ଗୋଟିଏ ଟ୍ୟାବ୍‌ରେ ଖୋଲି ପାରିବେ । ଏଥିପାଇଁ ଆଡ୍‌-ଅନ ଅପ୍ସନ ‘+’ ଆଇକନ ଉପରେ କ୍ଲିକ କରନ୍ତୁ । ଏପରି କରିବା ଦ୍ବାରା ଟ୍ୟାବ୍‌ରେ ଜି ସୁଟ୍‌ ମାର୍କେଟପ୍ଲେସ ଖୋଲିବ । ଯେଉଁଠାରେ ଆପଣ ନିଜ ଆବଶ୍ୟକତା ଅନୁଯାୟୀ ଅଧିକ ଆପ୍ସ ଡାଉନଲୋଡ କରିପାରିବେ ।

ତେବେ ଏହି ସାଇଡ ପ୍ୟାନେଲ ଆଣ୍ଡ୍ରଏଡ ଓ ଆଇଓଏସ ଆପ୍‌ରେ ଏଯାଏଁ କାର୍ଯ୍ୟକାରୀ ହୋଇପାରି ନାହିଁ । ତେଣୁ ଆଣ୍ଡ୍ରଏଡ ୟୁଜର୍ସଙ୍କ ପାଇଁ ଏହି ଫିଚର ଆସିବାକୁ ଆହୁରି ସମୟ ଲାଗିବ ବୋଲି ଗୁଗୁଲ ତରଫରୁ ସୂଚନା ଦିଆଯାଇଛି ।

Intro:Body:

fsds

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.