ETV Bharat / lifestyle

ଜାଣନ୍ତୁ, ପେଟିଏମ ଠକାମୀରୁ କିପରି ରକ୍ଷା ପାଇବେ ?

author img

By

Published : Jun 27, 2020, 11:54 AM IST

ଦେଶରେ ଅନ୍ୟତମ ଲୋକପ୍ରିୟ ଡିଜିଟାଲ ପେମେଣ୍ଟ କମ୍ପାନୀ ପେଟିଏମରେ ଠକେଇ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଯାହାକୁ ନେଇ କମ୍ପାନୀ ୟୁଜରମାନଙ୍କୁ ଆଲର୍ଟ କରାଇଛି।

_paytm
ପେଟିଏମ ଠକାମୀରୁ କିପରି ରକ୍ଷା ପାଇବେ ଜାଣନ୍ତୁ

ନୂଆଦିଲ୍ଲୀ:ଦେଶରେ ଅନ୍ୟତମ ଲୋକପ୍ରିୟ ଡିଜିଟାଲ ପେମେଣ୍ଟ କମ୍ପାନୀ ପେଟିଏମରେ ଠକେଇ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଯାହାକୁ ନେଇ କମ୍ପାନୀ ୟୁଜରମାନଙ୍କୁ ଆଲର୍ଟ କରାଇଛି। କମ୍ପାନୀ କହିଛି ଯେ ପେଟିଏମରେ କେୱାଇସି ନାମରେ ଜାଲିଆତି କରାଯାଉଛି। କିନ୍ତୁ କିଛି ଜିନିଷକୁ ଧ୍ୟାନରେ ରଖିଲେ ଏହି ଠକେଇକୁ ଏଡାଯାଇପାରିବ ।

ତେବେ ହ୍ୟାକର ପେଟିଏମ୍ କେୱାଇସି ନାମରେ ୟୁଜରଙ୍କ ଠାରୁ ବ୍ୟକ୍ତିଗତ ସୂଚନା ନେଇଥାନ୍ତି । ଏହାପରେ ହ୍ୟାକର ୟୁଜରଙ୍କୁ ଏପରି ଆପ୍ ଡାଉନଲୋଡ କରିବାକୁ କହିଥାନ୍ତି ଯାହାଦ୍ବାରା ହ୍ୟାକର ସହଜରେ ମୋବାଇଲ ଫୋନ ହ୍ୟାକ କରିଥାନ୍ତି । ହ୍ୟାକର ୟୁଜରଙ୍କ ଠାରୁ ଏନିଡେକ୍ସ, ଟିମଭିୟୁର ଭଳି ଆପ ଡାଉନଲୋଡ କରି ସେମାନଙ୍କ ଠାରୁ କୋଡ୍ ପଚାରିଥାନ୍ତି । ଏଭଳି ୟୁଜରଙ୍କ ଫୋନ ସେମାନଙ୍କ କବଜାକୁ ଆସେ । ତେବେ ଭୁଲରେ ମଧ୍ୟ କାହାକୁ ନିଜ ସୂଚନା ଦେବା ଉଚିତ୍ ନୁହେଁ ।

ହ୍ୟାକରମାନେ ପେଟିଏମ୍ ପରି ଦେଖାଯାଉଥିବା ନକଲି ୱେବସାଇଟ୍ ତିଆରି କରି ୟୁଜରଙ୍କ ପାସୱାର୍ଡ ଏବଂ ଓଟିପି ନେଇଥାନ୍ତି । ଯେଭଳି Www.paytmuser.com, www.kycpaytm.in ପରି । ଏହି ୱେବସାଇଟ୍ ପେଟିଏମର ଅଫିସିଆଲ୍ ୱେବସାଇଟ୍ ପରି ମନେହୁଏ କିନ୍ତୁ ଏହା ନକଲି ଅଟେ । ଆପଣ ଏହା ଉପରେ କ୍ଲିକ୍ କରି ଏଥିରେ ତୁମର ସର୍ବିଶେଷ ତଥ୍ୟ ରଖିବା ମାତ୍ରେ ଏହା ହ୍ୟାକର୍ସଙ୍କ ପାଖକୁ ଯିବ । ଯାହାଫଳରେ ୟୁଜରଙ୍କ ଆକାଉଣ୍ଟ ଖୋଲା ଯିବ ।

ତେବେ ପେଟିଏମ ଠକାମୀରୁ ରକ୍ଷା ପାଇବା ପାଇଁ ଏହି ସବୁ ଜିନିଷର ଧ୍ୟାନ ରଖିବେ....

- ପେଟିଏମ କେୱାଇସି ସବୁବେଳେ କମ୍ପାନୀର ଅଫିସିଆଲ୍ ଷ୍ଟୋର କିମ୍ବା କମ୍ପାନୀର କାର୍ଯ୍ୟନିର୍ବାହୀ ଠାରୁ କରାଯିବା ଉଚିତ ।

- ପେଟିଏମ କେବେ ଅନଲାଇନରେ କେୱାଇସି ପାଇଁ ମେସେଜ କରେନାହିଁ । ଏଣୁ ନକଲି ମେସେଜକୁ ଅଣଦେଖା କରନ୍ତୁ ।

-ପେଟିଏମ କେବେ ୟୁଜରଙ୍କୁ କୌଣସି ଆପ ଇନଷ୍ଟଲ କରିବାକୁ କହିନଥାଏ ।

-ପେଟିଏମ ପକ୍ଷରୁ କେବେ ବି ପେଟିଏମ ମିନିମମ କେୱାଇସି ପାଇଁ କିଛି ମେସେଜ କିମ୍ବା ଇ-ମେଲ୍ ପଠାଯାଏ ନାହିଁ ।

-ଏହାଛଡା ପେଟିଏମ କ୍ୟାସବ୍ୟାକ୍ ପାଇଁ କୌଣସି ଲିଙ୍କ୍ ପଠାଏ ନାହିଁ । କ୍ୟାସବ୍ୟାକ୍ ପାଇଁ ସବୁବେଳେ ୟୁଜରଙ୍କ ପେଟିଏମ୍ ୱାଲେଟ୍ କିମ୍ବା ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥାଏ ।

- ଯଦି ଆପଣଙ୍କୁ ପିନ୍, ଓଟିପି, ପାସୱାର୍ଡ, ପାସୱାର୍ଡ ରିସେଟ୍ ଲିଙ୍କ୍, ଡେବିଟ୍ / କ୍ରେଡିଟ୍ କାର୍ଡ ସିଭିଭି କିମ୍ବା ପିନ୍ କିମ୍ବା ପେଟିଏମର କାର୍ଯ୍ୟନିର୍ବାହୀ ଦ୍ବାରା ବ୍ୟାଙ୍କ ସୂଚନା ପଚରାଯାଏ । ତେବେ ଏପରି କୌଣସି ସୂଚନା ଦିଅନ୍ତୁ ନାହିଁ । କେୱାଇସିକୁ ଆସିଥିବା କାର୍ଯ୍ୟନିର୍ବାହୀଙ୍କର ଆଇଡିକୁ ଥରେ ଯାଞ୍ଚ କରିବା ଉଚିତ୍ ।

- ପେଟିଏମ ୟୁଜରଙ୍କୁ Paytm.com ବ୍ୟତୀତ ଅନ୍ୟ କୌଣସି ୟୁଆରଏଲରେ ସର୍ବିଶେଷ ତଥ୍ୟ ରଖିବାକୁ କୁହେ ନାହିଁ ।

-ପେଟିଏମ୍ ୟୁଜରଙ୍କ ଠାରୁ କୌଣସି ଲଟେରି ପାଇଁ ରେଜିଷ୍ଟ୍ରେସନ ଫି କିମ୍ବା ଟିକସ କେବେବି ମାଗେନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.