ETV Bharat / lifestyle

ଫୋନ ଆପ କହିବ ଆପଣଙ୍କୁ କିଏ କଲ କରୁଛି - Google

'ଗୁଗୁଲ ଫୋନ ଆପ' ୟୁଜର୍ସଙ୍କ ପାଇଁ ଆଣିଛି ଏମିତି ଫିଚର ଯାହା ଦ୍ବାରା ଫୋନ ଠାରୁ ଦୂରରେ ଥିବାବେଳେ କିମ୍ବା ଦୃଷ୍ଟିହୀନ ବ୍ୟକ୍ତି ବିଷେଷଙ୍କ ପାଇଁ ବେଶ ସହାୟକ ହେବ । ଅଧିକ ପଢନ୍ତୁ...

ବର୍ତ୍ତମାନ କିଏ କଲ କରୁଛି ତାହା କହିବ 'ଗୁଗୁଲ ଫୋନ ଆପ'

author img

By

Published : May 19, 2021, 8:59 PM IST

ହାଇଦ୍ରାବାଦ: ଗୁଗୁଲ ତାର ଫୋନ ଆପ ପାଇଁ ଏକ ନୂଆ ଫିଚର ଆଣୁଛି। 9 to 5 Google ଅନୁଯାୟୀ, ଯଦି ଆପଣଙ୍କ ପାଖରେ ଗୁଗୁଲ ଫୋନ ଆପ ସହ ଏକ ଆଣ୍ଡ୍ରଏଡ ଡିଭାଇସ ଅଛି, ତେବେ ଫୋନ ରିଙ୍ଗ ହେବାବେଳେ କିଏ କଲ କରୁଛି ବର୍ତ୍ତମାନ ତାହା ଆପଣ ଶୁଣି ପାରିବେ। ଏହି ଫିଚର ଯେକୌଣସି ଇନକମିଙ୍ଗ କଲର ନାଁ ଏବଂ ନମ୍ବର ଘୋଷଣା କରିପାରିବ ।

ବର୍ତ୍ତମାନ, ଆମେରିକାର ପିକ୍ସେଲ ଫୋନ ମାଲିକମାନେ ସ୍ବୟଂଚାଳିତ କଲ ସ୍କ୍ରିନ ଫିଚର ଗ୍ରହଣ କରିଛନ୍ତି ଏବଂ ଅନ୍ୟ ଦେଶଗୁଡିକ ଶୁବଶୀଘ୍ର ଏହି ନୂଆ ସୁବିଧା ପାଇବେ ବୋଲି ଗୁଗୁଲ ପକ୍ଷରୁ କୁହାଯାଇଛି ।

ପ୍ରତ୍ୟେକ ଥର ଫୋନ ବାଜିବା ସମୟରେ କିମ୍ବା ଯେତେବେଳେ ଏକ ଇୟରଫୋନ ଅନ ଅଛି, ଆପଣ ଆପ କଲର ID ଘୋଷଣା କରିବାକୁ ଚାହୁଁଛନ୍ତି କି ନାହିଁ ଆପଣ ସେଟ କରିପାରିବେ ।

ନୂଆ ଫିଚର ସକ୍ଷମ କରିବାକୁ ଗୁଗୁଲ ଫୋନ ଖୋଲନ୍ତୁ, ସେଟିଂ ମେନୁକୁ ଯାଆନ୍ତୁ ଏବଂ ତା’ପରେ କଲର ID ଘୋଷଣା କରନ୍ତୁ ।

"କଲର ID ଘୋଷଣା କରନ୍ତୁ" ଡିଫଲ୍ଟ ଭାବରେ ଅକ୍ଷମ ହୋଇଛି କିନ୍ତୁ ଆପଣ "ସର୍ବଦା", "କେବଳ ହେଡସେଟ ବ୍ୟବହାର କରିବା ସମୟରେ" ଅଥବା"କେବେ ନୁହେଁ " ମଧ୍ୟ ବାଛିପାରିବେ ।

ଆଇଓଏସ ଡିଭାଇସ ଗୁଡିକରେ କଲର ID ଫିଚର ସକ୍ଷମ ହୋଇସାରିଛି ।

କଲର ଆଇଡି ଘୋଷଣାଗୁଡିକ ଏକ ମହତ୍ବପୂର୍ଣ୍ଣ ଆକ୍ସେସିବିଲିଟି ଫିଚର ଯାହା ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ସେମାନଙ୍କୁ କିଏ କଲ କରୁଛି ତାହା ସହଜରେ ଜାଣିବାରେ ସହାୟକ ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.