ETV Bharat / lifestyle

Valentine's Day: 3D ଡୁଡଲ ସହ ପ୍ରେମ ଦିବସ ପାଳିଲା Google - ବଦଳିଲା ଗୁଗଲ୍‌ର ହୋମପେଜ

୨୦୨୨ ଭାଲେଣ୍ଟାଇନ ଡେ'କୁ ପାଳିଲା ସର୍ଚ୍ଚ ଇଞ୍ଜିନ ଗୁଗଲ୍‌ । ନିଜ ହୋମପେଜ୍‌ରେ ପ୍ରେମଭାବ ପୂର୍ଣ୍ଣ ଡୁଡଲ୍‌ ଆଣି ଏହି ଦିବସକୁ ପାଳିଛି ଗୁଗଲ୍‌ । ଅଧିକ ପଢନ୍ତୁ

Valentine's Day: 3D ଡୁଡଲ୍‌ ସହ ଦିବସ ପାଳିଲା Google

author img

By

Published : Feb 14, 2022, 5:42 PM IST

ନୂଆଦିଲ୍ଲୀ: ଆଜି(ସୋମବାର) ଗତ ୭ ଦିନ ଧରି ଚାଲିଥିବା ପ୍ରେମ ସପ୍ତାହର ଶେଷ ଦିନ ତଥା ଭାଲେଣ୍ଟାଇନ୍ସ ଡେ' । ଏହି ଦିବସକୁ ସର୍ଚ୍ଚିଂ ଆପ୍‌ ଗୁଗଲ୍‌ ଥ୍ରିଡ଼ି ଡୁଡଲ୍‌ ସହିତ ପାଳିଛି । ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ପ୍ରେମ ପାଇଁ ବଳି ପଡ଼ୁଥିବା ପାଦ୍ରୀ ଭାଲେଣ୍ଟାଇନଙ୍କୁ ମନେ ପକାଇ ଏହି ଦିବସକୁ ପାଳୁଥିବା ବେଳେ ଏବେ ଏହା ସାରା ବିଶ୍ବରେ ଆଦୃତ ଲାଭ କରିଛି । ଏହି ଦିନକୁ ଆହୁରି ପ୍ରେମଭାବ ଭରି ଦେବା ପାଇଁ ଗୁଗଲ୍‌ ମଧ୍ୟ ନିଜ ହୋମପେଜ୍‌ରେ ପରିବର୍ତ୍ତନ ଆଣିଛି ।

Valentine's Day: 3D ଡୁଡଲ୍‌ ସହ ଦିବସ ପାଳିଲା Google
Valentine's Day: 3D ଡୁଡଲ୍‌ ସହ ଦିବସ ପାଳିଲା Google

ଗୁଗଲ୍‌ ଏହି ଆନିମେଟେଡ ଡୁଡଲ୍‌ ହୋମପେଜ୍‌ରେ ଆଣିଥିବା ବେଳେ ଏହା ଖୁବ ଆକର୍ଷଣୀୟ ଦେଖିବାକୁ ମିଳିଛି । ଏ ସମ୍ପର୍କରେ ଗୁଗଲ କହିଛି ଯେ, " ବେଳେବେଳେ ପ୍ରେମ ଆପଣଙ୍କୁ ଆଶ୍ଚର୍ଯ୍ୟଚକିତ କରେ । ଏଥିରେ କେତେବେଳେ ରୋମଞ୍ଚକର ହୋଇଥାଏ ତ ଆଉ କେତେବେଳେ ଦୁଃଖ ଭରି ଦିଏ । ଏହାବ୍ୟତୀତ ପ୍ରେମଭାବ ବିଶ୍ବକୁ ଏକାଠି କରିଥାଏ । " ଏହାସହିତ ଗୁଗଲ୍‌ ଏକ Puzzle ଗେମ୍‌ ମଧ୍ୟ ଆଣିଛି । ଏହି ଗେମ୍‌ ଖେଳି ଖେଳାଳି ୨ଟି Hamster(ମୂଷା ଭଳି ଦିଶୁଥିବା ଛୋଟ ପୋଷା ପଶୁ)କୁ ନିକଟତର କରିପାରିବ ।

ଗୁଗଲ୍‌ ନିଜ ପେଜ୍‌ରେ ଲେଖିଛି ଯେ 'ହୃଦୟ ଯେଉଁଠି ଘର ମଧ୍ୟ ସେଇଠି' । ଏହି ପଜଲ୍‌ ଗେମ୍‌ରେ ପଜଲ୍‌ ଶେଷ ହେବା ପରେ ଏହି ୨ଟି କୁନି ପଶୁ ଏକାଠି ହେଉଥିବା ବେଳେ ଏକ ବଡ଼ ହାର୍ଟ ଦୃଶ୍ୟମାନ ହେଉଥିବା ଦେଖିବାକୁ ମିଳିଛି । ସେପଟେ ଜଣେ ଯଦି ସେହି ଆଇକନ୍‌(ହାର୍ଟ)କୁ ସ୍ପର୍ଶ କରୁଛି ତେବେ ଏକ ଚିମିନି ଉପରୁ ଅନେକ ଗୁଡ଼ିଏ ରଙ୍ଗପୂର୍ଣ୍ଣ ହାର୍ଟ ବାହାରୁଛି । ଏହି ଗେମ୍‌ ମାଧ୍ୟମରେ ଗୁଗଲ୍‌ ଦୁଇ ଜଣ ପ୍ରେମୀ ଯୁଗଳଙ୍କୁ ଏକାଠି କରିବାର ବାର୍ତ୍ତା ବାଣ୍ଟୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.