ETV Bharat / lifestyle

ଭାରତରେ ଖୁବଶୀଘ୍ର ଲଞ୍ଚ ହେବ ଫେସବୁକ୍‌ ନ୍ୟୁଜ, ଜାଣନ୍ତୁ ଏହି ଫିଚର ବିଷୟରେ - ଫେସବୁକ୍‌ ନ୍ୟୁଜ

ସର୍ବାଧିକ ଲୋକପ୍ରିୟ ସୋସିଆଲ ପ୍ଲାଟଫର୍ମ ଫେସବୁକରେ ନୂତନ ଫିଚର ଯୋଡି ହୋଇଛି । ଏହି ଫିଚର ବର୍ତ୍ତମାନ ଆମେରିକା ୟୁଜର୍ସ ବ୍ୟବହାର କରୁଛନ୍ତି । ଏହି ନୂତନ ଫିଚର ଖୁବଶୀଘ୍ର ଭାରତରେ ମଧ୍ୟ ଲଞ୍ଚ କରାଯିବ । ଅଧିକ ପଢନ୍ତୁ...

ଭାରତରେ ଖୁବଶୀଘ୍ର ଲଞ୍ଚ ହେବ ଫେସବୁକ୍‌ ନ୍ୟୁଜ
ଭାରତରେ ଖୁବଶୀଘ୍ର ଲଞ୍ଚ ହେବ ଫେସବୁକ୍‌ ନ୍ୟୁଜ
author img

By

Published : Aug 29, 2020, 8:33 AM IST

ନୂଆଦିଲ୍ଲୀ: ଫେସବୁକ ଜୁନ ମାସରେ ଏକ ନୂତନ ଫିଚର ଫେସବୁକ ନ୍ୟୁଜ ଲଞ୍ଚ କରିଛି । ଏହାକୁ ଫେସବୁକ ମୁଖ୍ୟ ଆପର ବିଭାଗରେ ଦିଆଯାଇଛି । ବର୍ତ୍ତମାନ ଏହାର ବ୍ୟବହାର କେବଳ ଆମେରିକା ୟୁଜର୍ସଙ୍କୁ ମିଳିଛି । ଏହା ଖୁବଶୀଘ୍ର ଭାରତରେ ମଧ୍ୟ ଆରମ୍ଭ କରାଯିବ । ଫେସବୁକ ଏହି ନୂତନ ଫିଚର ଭାରତ ସମେତ ବ୍ରିଟେନ, ଜର୍ମାନୀ, ଫ୍ରାନ୍ସ ଓ ବ୍ରାଜିଲ ଲଞ୍ଚ କରିବ । ଏହି ଫିଚର 6 ମାସରୁ ବର୍ଷେ ମଧ୍ୟ ଲଞ୍ଚ କରାଯିବ ।

ଫେସବୁକ ନ୍ୟୁଜ ଏକ ପୃଥକ ବିଭାଗ ଫେସବୁକ ଆପରେ ଦିଆଯିବ। ଯେଉଁଠି ବିଭିନ୍ନ ସମ୍ବାଦ ପ୍ରକାଶକଙ୍କ ସମ୍ବାଦ ଏଠାରେ ଫିଚର କରାଯିବ । ଏଥିର ଭିନ୍ନ ଭିନ୍ନ ବିଷୟବସ୍ତୁ ମଧ୍ୟ ରହିବ । ୟୁସର୍ଜ ନିଜ ମନ ପସନ୍ଦ ଅନୁସାରେ ଏହାକୁ ଚୟନ କରି ପଢିପାରିବେ । ଏହି ବିଭାଗ ଅଧୀନରେ ସ୍ଥାନୀୟ ଖବର ମଧ୍ୟ ରହିବ । ଫେସବୁକ୍ ନ୍ୟୁଜ୍ ଭିତରେ ଆଜିର ନ୍ୟୁଜ ରହିବ । କମ୍ପାନୀ କହିବାନୁସାରେ, ଏହା ଏକ ସାମ୍ବାଦିକ ଦଳ ଦ୍ୱାରା ପରିଚାଳିତ ହେବ ।

ଏହା ବ୍ୟତୀତ, ଏହି ବିଭାଗରେ ପର୍ସନାଲାଇଜଡର ବିକଳ୍ପ ମଧ୍ୟ ଦିଆଯିବ । ଏହା ଅଧୀନରେ, ୟୁଜର୍ସ ସେମାନଙ୍କର ଆଗ୍ରହର ବିଷୟ ଅନୁଯାୟୀ ବ୍ୟକ୍ତିଗତ କରିପାରିବେ । ଫେସବୁକରେ ଆପଣ ଯାହା ପଢନ୍ତି, ଅନୁସରଣ କରନ୍ତି ଏବଂ ସେୟାର କରନ୍ତି ତାହା ଉପରେ ଏହା ନିର୍ଭର କରିବ ।

ମୋଟାମୋଟି ଭାବେ କହିବାକୁ ଗଲେ, ଫେସବୁକ୍ ନ୍ୟୁଜ୍ ଫିଚର ଗୁଗୁଲ୍ ନ୍ୟୁଜ୍ ଭଳି ହୋଇପାରେ । ଏଥିରେ ଆପଣ ଅନେକ ପ୍ରକାରର ବିଭାଗ ପାଇପାରିବେ , ଯେପରିକି ରାଜନୀତି, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟ, କ୍ରୀଡା ଏବଂ ମନୋରଞ୍ଜନ । ବର୍ତ୍ତମାନ ଫେସବୁକ୍ ନ୍ୟୁଜ ର ଏହି ଫିଚର କେବଳ ଆମେରିକାରେ ଅଛି, ତେଣୁ ସେଠାରେ 200 ପ୍ରକାଶକଙ୍କ ଖବର ଫେସବୁକ୍ ନ୍ୟୁଜରେ ସ୍ଥାନ ପାଇଛି । ଏହି ପ୍ରକାଶକଙ୍କ ମଧ୍ୟରେ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ଏବଂ ୟୁଏସ୍ ଟୁଡେ ଭଳି ନାମ ଅନ୍ତର୍ଭୁକ୍ତ ରହିଛି ।

ଯେଉଁ ପ୍ରକାଶକ ଫେସବୁକ୍ ନ୍ୟୁଜ୍ ବିଭାଗରେ ଫିଚର ହେବାକୁ ଚାହାଁନ୍ତି, ସେମାନଙ୍କୁ ଫେସବୁକ୍ ନିର୍ଦ୍ଦେଶାବଳୀକୁ ଅନୁସରଣ କରିବାକୁ ହେବ । ଆର୍ଟିକିଲ ପ୍ରକାଶକମାନଙ୍କୁ ଫେସବୁକ୍ ପ୍ରକାଶକ ଗାଇଡ୍ ଲାଇନ୍ ଅନୁସରଣ କରିବାକୁ ପଡିବ ।

ଏଥିରେ ଅନେକ ଗାଇଡ ଲାଇନ ରହିଛି । ଯେଉଁଥିରେ ମୁଖ୍ୟ ହେଉଛି ଫେସବୁକ୍ ନ୍ୟୁଜରେ ଥିବା ବିଷୟବସ୍ତୁ କୌଣସି ପ୍ରକାରେ ବିଭ୍ରାନ୍ତକାରୀ କିମ୍ବା ମିଥ୍ୟା ତଥ୍ୟ ଉପରେ ଆଧାରିତ ହୋଇନଥିବ । ଏହା ବ୍ୟତୀତ, କ୍ଲିକବେଟ, ଘୃଣା ବକ୍ତବ୍ୟ ଏବଂ କୌଣସି ଏକ ସମ୍ପ୍ରଦାୟକକୁ ଉତ୍ତେଜିତ କଲା ଭଳି କୌଣସି ଖବର ଏଥିରେ ସ୍ଥାନ ଦିଆଯିବ ନାହିଁ । ଫେସବୁକ୍ ଏହା ମଧ୍ୟ ଦାବି କରିଛି ଯେ ଫେସବୁକ୍ ନ୍ୟୁଜରେ ଥିବା ଫିଚରଗୁଡିକ କ୍ରମାଗତ ଭାବରେ ଯାଞ୍ଚ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.