ETV Bharat / lifestyle

ୟୁଜରଙ୍କ ପାଇଁ ‘ଅବତାର’ ଫିଚର ଆଣିଲା ଫେସବୁକ୍ - ଫେସବୁକ୍

ଟେକ୍ ଜଏଣ୍ଟ ଫେସବୁକ ନିଜ ୟୁଜରଙ୍କ ନୂଆ ନୂଆ ଫିଚର ଆଣିଥାଏ । ପୁଣିଥରେ ଫେସବୁକ୍ ଏକ ମଜାଦାର ଫିଚର ଆଣିଛି । ଏହି ଫିଚରର ନାମ କମ୍ପାନୀ ‘ଅବତାର’ ରଖିଛି ।

_facebook
ୟୁଜରଙ୍କ ପାଇଁ ‘ଅବତାର’ ଫିଚର ଆଣିଲା ଫେସବୁକ୍
author img

By

Published : Jul 1, 2020, 2:41 PM IST

ନୂଆଦିଲ୍ଲୀ: ଟେକ୍ ଜଏଣ୍ଟ ଫେସବୁକ ନିଜ ୟୁଜରଙ୍କ ନୂଆ ନୂଆ ଫିଚର ଆଣିଥାଏ । ପୁଣିଥରେ ଫେସବୁକ୍ ଏକ ମଜାଦାର ଫିଚର ଆଣିଛି । ଏହି ଫିଚରର ନାମ କମ୍ପାନୀ ‘ଅବତାର’ ରଖିଛି । ଏହି ଫିଚର ସାହାଯ୍ୟରେ ୟୁଜର ନିଜର ଭର୍ଚୁଆଲ୍ କାର୍ଟୁନ୍ ଏବଂ ଆନିମେଟେଡ୍ ଚରିତ୍ର ସୃଷ୍ଟି କରିପାରିବେ । ଏହି ଫିଚର ଭାରତର ସମସ୍ତ ୟୁଜରଙ୍କ ପାଇଁ ଉପଲବ୍ଧ କରାଯାଇଛି ।

ଫେସବୁକ୍ ଅନୁଯାୟୀ, ନୂଆ ଅବତାର ଫିଚର ଅନେକ ଚେହେରା, ହେୟାର ଷ୍ଟାଇଲ୍ ଏବଂ ପୋଷାକକୁ ସମର୍ଥନ କରେ । ଯାହା ବିଶେଷ କରି ଭାରତୀୟ ୟୁଜରଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । ଥରେ ୟୁଜର ଏହି ଅବତାର ସୃଷ୍ଟି କଲେ ୟୁଜରମାନେ ଏହା ସାହାଯ୍ୟରେ ମେସେଞ୍ଜରକୁ ସେମାନଙ୍କ ଫେସ୍ ଷ୍ଟିକର୍ ପଠାଇବାକୁ ସମର୍ଥ ହେବେ । ଏଥିସହ ଏହାର ବ୍ୟବହାର କମେଣ୍ଟରେ କରିପାରିବେ ।

ଫେସବୁକ୍ ଏହି ଫିଚର ଉପରେ ଦୀର୍ଘ ସମୟ ଧରି କାମ କରୁଥିଲା । ଏହି ଫିଚର ମାଧ୍ୟମରେ ୟୁଜର ନିଜ ଆନିମେଟେଡ୍ ଚରିତ୍ର ସୃଷ୍ଟି କରିବା ସହିତ ଏହାକୁ ଆପରେ ବ୍ୟବହାର କରିବାରେ ସକ୍ଷମ ହେବେ । ଫେସବୁକ ସ୍ନାପଚଟ୍ ପୂର୍ବରୁ ଏଭଳି ଏକ ଫିଚର ଆଣିସାରିଛି । ଫେସବୁକରେ ବହୁ ୟୁଜରବେସ୍ ଯୋଗୁ ଅବତାର ଅଧିକ ଲାଭ ପାଇବ ।

ଅବତାର ଫିଚର ପାଇଁ ୟୁଜରଙ୍କ ଫୋନରେ ଫେସବୁକ୍ ଏବଂ ମେସେଞ୍ଜର ଆପର ଲେଟେଷ୍ଟ ଅପଡେଟ୍ ଥିବା ଆବଶ୍ୟକ । ଏହି ଭର୍ଜନରେ ୟୁଜରମାନେ ଅନେକ ସ୍ଥାନରେ ଅବତାର ସୃଷ୍ଟି କରିବାର ବିକଳ୍ପ ପାଇବେ । ୟୁଜର ଆପ କମେଣ୍ଟକୁ ଯାଇ ସ୍ମାଇଲ ଷ୍ଟିକର ଉପରେ ଟ୍ୟା କରିବା ଦ୍ବାରା ‘ମେକ୍ ୟୋର ଅବତାର’ର ଏକ ଲେଖା ଦେଖାଯିବ । ସେହିପରି ଫେସବୁକ୍ ଆପ ଖୋଲିବା ପରେ ନିକଟରେ ତିନି ଲାଇନ ଯୁକ୍ତ ହୈମବର୍ଗର ଆଇକନ୍ ଉପରେ ଟ୍ୟାପ୍ କରିପାରିବେ ।

ଆପର ହୈମବର୍ଗ ଆଇକନ୍ ଉପରେ ଟ୍ୟାପ୍ କରିବାବେଳେ ପର୍ପଲ ରଙ୍ଗର ଛୋଟ ଆଇକନ ଅବତାର ସହିତ ଦେଖାଯିବ । ଯଦି ଏହି ଅପସନ ଦେଖାନଯାଏ ତେବେ ତଳକୁ ସ୍କ୍ରୋଲ୍ ସି ମୋର ଉପରେ ଟ୍ୟାପ କରିପାରିବେ । ଏଥିସହ ଯଦି ଆପଣଙ୍କର କୌଣସି ସାଙ୍ଗ ସେମାନଙ୍କର ଅବତାରକୁ ଟାଇମଲାଇନରେ ସେୟାର କରିଛନ୍ତି ତେବେ ତାହା ତଳେ ମଧ୍ୟ ଟ୍ରାଏ ଇଟ୍ ଅପଶନ ମିଳିବ । ଯାହା ଉପରେ କ୍ଲିକ କରି ଆପଣ ନିଜର ଅବତାର ସୃଷ୍ଟି କରିପାରିବେ ।

ଅବତାର ଅପଶନ ଉପରେ କ୍ଲିକ୍ କରିବା ପରେ ଆପଣଙ୍କୁ ସ୍କି୍ରିନରେ ଏକ ବ୍ଲାକ ଚେହେରା ଦେଖାଯିବ । ସେଠାରେ ଆପଣଙ୍କ ଚେହେରା ଅନୁଯାୟୀ ଆପଣ ଚର୍ମ ରଙ୍ଗ ଏବଂ ହେୟାର ଷ୍ଟାଇଲରୁ ପୋଷାକ ପର୍ଯ୍ୟନ୍ତ ଚୟନ କରିବାର ସୁଯୋଗ ପାଇବେ । ଏହାଦ୍ବାରା ଆପଣ ନିଜ ଚେହେରା ଦେଖିବା ପାଇଁ ଉପର ଡାହାଣରେ ଥିବା ମିରର ଆଇକନ୍ ଉପରେ ଟ୍ୟାପ୍ କରିପାରିବେ । ସବୁକିଛି ସେଟ୍ ହେବା ପରେ ଡନ୍ ଉପରେ କ୍ଲିକ୍ କରିବେ । ଏହାପରେ ଆପଣ ଅବତାରକୁ ସେୟାର କରିପାରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.