ETV Bharat / lifestyle

IIT ହାଇଦ୍ରାବାଦର ଭିନ୍ନ କୌଶଳ, ମୋବାଇଲ ଆପ୍‌ ଚିହ୍ନିବ କର୍କଟ ରୋଗ - ଆଇଆଇଟି ହାଇଦ୍ରାବାଦର ନୂଆ ପ୍ରକଳ୍ପ

IIT ହାଇଦ୍ରାବାଦ କର୍କଟ ରୋଗ ଚିହ୍ନଟ ପାଇଁ ବିକାଶ କରିଛି ନୂଆ ପ୍ରଯୁକ୍ତିବିଦ୍ୟା । ଯେଉଁଥିରେ ମୋବାଇଲ ଆପ୍‌ ଫଟୋ ଦେଖି ଚିହ୍ନିବ କର୍କଟ ରୋଗ । ଅଧିକ ପଢନ୍ତୁ

IIT ହାଇଦ୍ରାବାଦର ଭିନ୍ନ କୌଶଳ, ମୋବାଇଲ ଆପ୍‌ ଚିହ୍ନିବ କର୍କଟ ରୋଗ

author img

By

Published : Jan 9, 2022, 9:44 PM IST

ହାଇଦ୍ରାବାଦ: ଦେଶରେ ପ୍ରଥମ ଭାବେ IIT-ହାଇଦ୍ରାବାଦ ଏକ ମୋବାଇଲ ସାହାଯ୍ୟରେ ଗଳା କର୍କଟ ରୋଗର ନିରାକରଣ ପାଇଁ ଏକ ନୂତନ ପ୍ରଯୁକ୍ତିବିଦ୍ୟା ବିକାଶ କରିଛି । ଅନୁଷ୍ଠାନର ଅନୁସନ୍ଧାନକାରୀ ଦଳ ଗ୍ରେସ୍ କ୍ୟାନସର ଫାଉଣ୍ଡେସନ୍ ଏବଂ ବାୟୋକନ୍ ବାୟୋଫାରମାସ୍ୟୁଟିକାଲ୍(Grace Cancer Foundation and Biocon Biopharmaceutical company)କମ୍ପାନୀର ମିଳିତି ସହଯୋଗରେ ବିକଶିତ କରୁଛି ।

ପ୍ରକଳ୍ପର ଏକ ଅଂଶ ଭାବରେ, ଆଇଆଇଟି-ହାଇଦ୍ରାବାଦ IHub-Data ସହାୟତାରେ IIITH- HCP ଏକ ଆପ୍ ବିକଶିତ କରିଛି । ଅତୀତର ଗଳା କର୍କଟ ରୋଗର ଚିତ୍ର ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି(AI) ଦ୍ବାରା ବ୍ୟକ୍ତିଙ୍କ ଗଳାକୁ ବିଶ୍ଳେଷଣ କରି ଏହି ଆପ୍‌ (IITH-HCP) ଗଳା କର୍କଟ ରୋଗକୁ ଚିହ୍ନଟ କରିପାରୁଛି ବୋଲି ଜଣାପଡ଼ିଛି ।

ଗଳା, ସ୍ତନ ଏବଂ ଗର୍ଭାଶୟ କର୍କଟ ପରୀକ୍ଷା ପାଇଁ ଗ୍ରାମରେ ଗ୍ରେସ୍ କ୍ୟାନସର ଫାଉଣ୍ଡେସନ୍ ଦ୍ବାରା ସ୍କ୍ରିନିଂ ଶିବିର ଆୟୋଜନ କରାଯାଉଛି । କିନ୍ତୁ କର୍କଟ ବିଶେଷଜ୍ଞ(Oncologist)ଙ୍କ ଅଭାବ କାରଣରୁ ସେମାନେ ଚାହୁଁଥିବା ସମସ୍ତ ଲୋକଙ୍କ ପରୀକ୍ଷା କରିବାରୁ ବଞ୍ଚିତ ହେଉଛନ୍ତି । IIT-ହାଇଦ୍ରାବାଦର ଆପ୍ ଏହି ସମସ୍ୟାକୁ ଦୂର କରିବ ବୋଲି ଆଶା କରାଯାଉଛି ।

ଏହା ବି ପଢନ୍ତୁ: ଖୁବଶୀଘ୍ର ଭାରତରେ ଲଞ୍ଚ ହେବ Moto Edge X30: ରିପୋର୍ଟ

ଏହି ପ୍ରୋଜେକ୍ଟରେ କାର୍ଯ୍ୟ କରୁଥିବା ଡଃ ବିନୋଦ ପି.କେ କହିଛନ୍ତି ଯେ ଏହି ଆପ୍ ଭଲ ଫଳାଫଳ ଦେଉଛି ଏବଂ ସେମାନେ ଆପ୍‌କୁ ଅଧିକ କ୍ରିୟାଶୀଳ କରିବା ଦିଗରେ କାର୍ଯ୍ୟ କରୁଛନ୍ତି ଯାହା ଦ୍ବାରା ଏହି ଆପ୍ କେବଳ ଗଳା କର୍କଟ ନୁହେଁ ଅନ୍ୟ ପ୍ରକାରର କର୍କଟ ରୋଗର ନିରାକରଣ ଆରମ୍ଭ କରିପାରିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.