ETV Bharat / lifestyle

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଅଜ୍ଞାତ ପାର୍ଶ୍ବ, ଟେକ୍ନୋଲୋଜି ବିଶ୍ବର ଡିପ୍‌ ଫେକ - କୋଲୋନେଲ ଇନ୍ଦରଜିତ୍‌ ସିଂ

ସମୟ ସହ ତାଳ ଦେଇ ବିକଶିତ ହେବାରେ ଲାଗିଛି ନୂଆ ନୂଆ ଟେକ୍ନୋଲୋଜି । ସେଥିରେ ସର୍ବାଗ୍ରେ ରହିଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ । ଏହି ଲାଟେଷ୍ଟ ଟେକ୍ନୋଲୋଜିର ବର୍ତ୍ତମାନ ଚାହିଦା ବଢିବାକୁ ଚାଲିଥିବା ବେଳେ ଏଥିରେ ବଢିବାରେ ଲାଗିଛି ଡିପ୍‌ଫେକର ମାତ୍ରା ।

artificial intelligence, deep fake, col. inderjeet singh, latest technology news, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଡିପ୍‌ ଫେକ୍‌, କୋଲୋନେଲ ଇନ୍ଦରଜିତ୍‌ ସିଂ, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଅଜ୍ଞାତ ପାର୍ଶ୍ବ, ଟେକ୍ନୋଲୋଜି ବିଶ୍ବର ଡିପ୍‌ ଫେକ
author img

By

Published : Aug 2, 2020, 6:26 AM IST

ନୂଆଦିଲ୍ଲୀ: ସମୟ ସହ ତାଳ ଦେଇ ବିକଶିତ ହେବାରେ ଲାଗିଛି ନୂଆ ନୂଆ ଟେକ୍ନୋଲୋଜି । ସେଥିରେ ସର୍ବାଗ୍ରେ ରହିଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ । ଏହି ଲାଟେଷ୍ଟ ଟେକ୍ନୋଲୋଜିର ବର୍ତ୍ତମାନ ଚାହିଦା ବଢିବାକୁ ଚାଲିଥିବା ବେଳେ ଏଥିରେ ବଢିବାରେ ଲାଗିଛି ଡିପ୍‌ଫେକର ମାତ୍ରା । ଏନେଇ ସାଇବର ସିକ୍ୟୁରିଟି ଆସୋସିଏସନ ଅଫ ଇଣ୍ଡିଆର ସାଧାରଣ ନିର୍ଦ୍ଦେଶକ ତଥା ସାଇବର ସିକ୍ୟୁରିଟି ଏକ୍ସପର୍ଟ କୋଲୋନେଲ ଇନ୍ଦରଜିତ୍‌ ସିଂ ଦେଇଛନ୍ତି କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ । ତାଙ୍କ କହିବା ମୁତାବକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଏକ ଅଜ୍ଞାତ ପାର୍ଶ୍ବ ହେଉଛି ଡିପ୍‌ ଫେକ ।

2019 ନଭେମ୍ବର ମାସରେ ପ୍ରାଥମିକ ପର୍ଯ୍ୟାୟରେ ଡିପ୍‌ ଫେକର ମାତ୍ରା 7964 ରହିଥିଲା । ଯାହା ମାତ୍ର 9 ମାସ ମଧ୍ୟରେ 14,678କୁ ବୃଦ୍ଧି ପାଇଥିବା ଦେଖାଯାଇଛି ।

artificial intelligence, deep fake, col. inderjeet singh, latest technology news, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଡିପ୍‌ ଫେକ୍‌, କୋଲୋନେଲ ଇନ୍ଦରଜିତ୍‌ ସିଂ, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
କ’ଣ ଏହି ଡିପ୍‌ ଫେକ

ଡିପ୍‌ ଲର୍ଣ୍ଣିଂ ଓ ଫେକର ମିଶ୍ରଣ ହେଉଛି ଡିପ୍‌ ଫେକ୍‌ । ଏହା ବାସ୍ତବ ଚିତ୍ର ସହ ଏତେ ଖାପ ଖାଏ କି ଏହା ଏକ ଭିଡିଓରେ କିଛି ଏପରି କଣ୍ଟେଣ୍ଟ ପ୍ରସ୍ତୁତ କରିପାରିବ, ଯାହା କେବେ ବାସ୍ତବରେ ଘଟିନଥିବ । ଏହା ନ୍ୟୁରାଲ ନେଟୱାର୍କ ଉପରେ ନିର୍ଭର କରିଥାଏ । ଯାହା ଏକାଧିକ ଡାଟାବେଶକୁ ଅଧ୍ୟୟନ କରି ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିର ମୁହଁର ଆକାର, ତାଙ୍କର ଚାଲିଚଳଣି, କଣ୍ଠ ଆଦିକୁ ଅବିକଳ ନକଲ କରିବାରେ ସକ୍ଷମ ।

ଡିପ୍‌ ଫେକ ବ୍ୟବହାର ପଛରେ ବାସ୍ତବ ଉଦ୍ଦେଶ୍ୟ

ଏହି ସାଇବର କ୍ରାଇମ ମୁଖ୍ୟତଃ ସୋସିଆଲ ମିଡିଆକୁ ନିଜ ମୁଖ୍ୟ ଅସ୍ତ୍ର ଭାବେ ବ୍ୟବହାର କରିଥାଏ । କାରଣ ଏଠାରେ ମିଥ୍ୟା ଓ ଅପବାଦ ଆଦି ପ୍ରଚାର ହେବାକୁ ବେଶି ସମୟ ଲାଗିନଥାଏ । ତେବେ ଏଥିରୁ କେବଳ ବଡ ବଡ କମ୍ପାନୀ ନୁହେଁ ବରଂ ସାଧାରଣ ଲୋକେ ମଧ୍ୟ ପ୍ରଭାବିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏନେଇ କୋଲୋନେଲ ଇନ୍ଦରଜିତ୍‌ ସିଂ କହିଛନ୍ତି କି ଏହାକୁ ଏକ ସାଧାରଣ ଉଦାହରଣ ଦେଇ ବୁଝାଯାଇପାରେ । ଆପଣଙ୍କୁ ଯଦି କେହି ସହକର୍ମୀ ଭିଡିଓ କଲ କରି ଆପଣଙ୍କୁ କିଛି ଗୁପ୍ତ ତଥ୍ୟ ପଚାରନ୍ତି, ଆଉ ପଛରେ ଜଣା ପଡେ କି ଏହା ଏକ ଡିପ୍‌ଫେକ ଥିଲା? ଯାହା ଆପଣଙ୍କ କମ୍ପ୍ୟୁଟର ଦ୍ବାରା ସମ୍ଭବ ହୋଇଥିଲା ।

ଅନ୍ୟ ଶବ୍ଦରେ କହିବାକୁ ଗଲେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସାଧାରଣ ଜୀବନରେ ବର୍ତ୍ତମାନ ଅନେକ କ୍ଷେତ୍ରରେ ବ୍ୟବହୃତ । ହେଲେ ଏହାର ନକାରାତ୍ମକ ବ୍ୟବହାର ଓ ପ୍ରଭାବ ମଧ୍ୟ ସମ୍ଭବ । ଯାହାର ସବୁଠାରୁ ବଡ ଉଦାହରଣ ହେଉଛି ଡିପ୍‌ ଫେକ । ଏହା କେବଳ ଭାରତ ନୁହେଁ ବିଶ୍ବ ବ୍ୟାପୀ ଏକ ସାଧାରଣ ସମସ୍ୟା ପାଲଟିଥିବାରୁ ଏହାର ସମାଧାନ ଦିଗରେ ବର୍ତ୍ତମାନ ବିଶ୍ବ ଶକ୍ତି କାର୍ଯ୍ୟ କରିବା ଦରକାର ବୋଲି ସେ ମତ ଦେଇଛନ୍ତି ।

କେମିତି ଚିହ୍ନିବେ ଡିପ୍‌ ଫେକ୍‌

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.