ETV Bharat / lifestyle

Valentine's Day 2022 Celebration: Snapchatର ଆଣିଲା ପ୍ରେମଭରା ଇମୋଜି

author img

By

Published : Feb 11, 2022, 6:37 PM IST

ଫେବୃଆରୀ ୭ ତାରିଖ ଠାରୁ ଆରମ୍ଭ ହୋଇଛି ପ୍ରେମ ସପ୍ତାହ । ପ୍ରେମୀଯୁଗଳ ଏହି ଦିବସକୁ ନିଜ ନିଜ ଢଙ୍ଗରେ ପାଳନ କରୁଥିବା ବେଳେ ଏଥିରେ ଆଉ ଟିକେ ମିଠାସ୍ ଭରିବା ପାଇଁ ନୂଆ ଲଭ ଇମୋଜି ଆଣିଛି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ Snapchat । ଅଧିକ ପଢନ୍ତୁ

Valentine's Day 2022 Celebration: Snapchatର ଆଣିଲା ପ୍ରେମଭରା ଇମୋଜି
Valentine's Day 2022 Celebration: Snapchatର ଆଣିଲା ପ୍ରେମଭରା ଇମୋଜି

ୱାଶିଂଟନ: ଚଳିତ ବର୍ଷର ଭାଲେଣ୍ଟାଇନ ଡେ'କୁ ସଠିକ ଢଙ୍ଗରେ ପାଳିବା ପାଇଁ ପ୍ରେମୀଯୁଗଳଙ୍କ ପାଇଁ ସ୍ନାପଚାଟ୍‌ ଆଣିଛି ନୂଆ ଗିଫ୍ଟ । ଯାହା ମାଧ୍ୟମରେ ପ୍ରେମୀଯୁଗଳ ନିଜ ମନର ଭାବନାକୁ ଆହୁରି ଭଲ ଭାବେ ପ୍ରକାଶ କରିପାରିବେ । ଏହି ମେସେଜିଂ ଆପ୍‌ ଲଭ୍‌ ସେଲିବ୍ରେସନକୁ ଅନ୍ୟ ଏକ ସ୍ତରରୁ ନେବା ପାଇଁ ସ୍ବତନ୍ତ୍ର କଣ୍ଟେଣ୍ଟ, ଇମୋଜି ଓ ଷ୍ଟିକର ଆଣିଛି । ଯୁବପିଢିଙ୍କୁ ନିଜ ପାର୍ଟନରଙ୍କ ସମ୍ମୁଖରେ ପ୍ରେମ ଭାବନାକୁ ପ୍ରକାଶ କରିବା ପାଇଁ ଏହି ଆପ୍‌ ୪୦ଟି ନୂଆ ଆନିମେଟେଡ କାର୍ଟୁନ ଲଞ୍ଚ କରିଛି ।

ଭାଲେଣ୍ଟାଇନ ଡେ ପାଇଁ ନୂଆ ଲେନ୍ସ ଆଣିଲା ସ୍ନାପଚାଟ

ଏହି ପ୍ରେମଭରା କାର୍ଟୁନଗୁଡ଼ିକ କେବଳ ଭାଲେଣ୍ଟାଇନ ଡେ'ର ଉପଲବ୍ଧ ହେବ । କମ୍ପାନୀ କିଛି ନୂଆ Cameo ମଧ୍ୟ ଲଞ୍ଚ କରିବାକୁ ଯାଉଛି । ଏହାକୁ ୟୁଜର୍ସ ଚାଟ୍‌ କରିବା ସମୟରେ ବ୍ୟବହାର କରିପାରିବେ । କମ୍ପାନୀ ପ୍ରାୟ ୨୦ଟି କ୍ୟାମିଓ ଲଞ୍ଚ କରୁଥିବା ସୂଚନା ଦେଇଛି । ଏହାସହିତ ୮ଟି ଆକ୍ସନ ଇମୋଜି ମଧ୍ୟ ଲଞ୍ଚ କରୁଛି । ଏହାସହିତ ଆପ୍‌ ମାଧ୍ୟମରେ ୟୁଜର୍ସମାନେ କିଛି ପ୍ରେମଭରା Quote ମଧ୍ୟ ରହିଛି । ପ୍ରେମୀ ଯୁଗଳମାନେ ନିଜ ପାର୍ଟନରକୁ ସ୍ପେଶାଲ ଅନୁଭବ ଦେବା ପାଇଁ ଏହାକୁ ବ୍ୟବହାର କରିପାରିବେ ।

ଏହାସହିତ ଭାଲେଣ୍ଟାଇନ ଡ଼େ' ପାଇଁ ସ୍ନାପଚାଟ୍‌ରେ ଏକ କ୍ରିଏଟର ଶୋ' The Greatest of All Time with Ruhii Singh' ଆରମ୍ଭ ହେବ । ଏହି ଶୋ' କେ ମିସ ଇଣ୍ଡିଆ ବିଜୟିନୀ ରୁହି ସିଂ ନିଜ ବନ୍ଧୁଙ୍କୁ କିଛି ମଜାଳିଆ ଖେଳ ଖେଳିବା ପାଇଁ ଆହ୍ବାନ କରିବେ । ଏହି ଶୋ' ବନ୍ଧୁତ୍ବର ବିଭିନ୍ନ ଦିଗ ସମ୍ପର୍କରେ ଜାଣିବା ସହ କିଛି ଅଭୁଲା ସ୍ମୃତି ତିଆରି କରିବା ଲକ୍ଷ୍ୟରେ ଖେଳାଯିବ । ଏହି ସମ୍ପର୍କରେ ରୁହି କହିଛନ୍ତି ଯେ ସେ ଶୋ'କୁ ନେଇ ଉତ୍ସାହିତ ରହିଛନ୍ତି । ଆଗରୁ ଯାହା କରିନାହାନ୍ତି ସେ ଏହି ଶୋ'ରେ ନିଜ ବନ୍ଧୁଙ୍କ ସହିତ କରିବେ । ପ୍ରତିଟି ଏପିସୋଡ଼ ଅନ୍ୟଠୁ ଭିନ୍ନ ହେବ ବୋଲି ସେ କହିଛନ୍ତି ।

@ANI

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.