ETV Bharat / lifestyle

ମହାମାରୀ କାଳରେ ବି ପ୍ରଫିଟ କମାଇଲେ ଟେକ କମ୍ପାନୀ - ଟେକ୍ନୋଲୋଜି କମ୍ପାନୀଙ୍କ ବଜାର ପୁଞ୍ଜିକରଣ

ମହାମାରୀକୁ ମାତ ଦେଇଛନ୍ତି ଏହି ସବୁ ପ୍ରମୁଖ ଟେକ୍ନୋଲୋଜି କମ୍ପାନୀ । ବିଜ୍ଞାପନକୁ ବଏକଟ କରି ବି ପ୍ରଫିଟ କମାଇଛନ୍ତି କମ୍ପାନୀ । ଅଧିକ ପଢନ୍ତୁ..

Big Tech beats pandemic, ad boycotts to log record profits

author img

By

Published : Aug 1, 2020, 12:56 PM IST

ସାନ ଫ୍ରାନ୍ସିସ୍କୋ: କୋରୋନା ମହାମାରୀ ସଙ୍କଟକୁ ମାତ ଦେଇ ପ୍ରଫିଟ ଗାଦିରେ ବଡ ବଡ ଟେକ୍ନୋଲୋଜି କମ୍ପାନୀ । ଏଥିସହ ଏଭଳି ସଙ୍କଟ ସମୟରେ ପ୍ରତିଯୋଗୀତାରୁ ଊର୍ଦ୍ଧ୍ବକୁ ଯାଇ ଆଡକୁ ବଏକଟ କରିବା ସହ ଡାଟା ପ୍ରାଇଭେସି ଏବଂ ସିକ୍ୟୁରିଟିକୁ ମଧ୍ୟ ଅଟକିବାକୁ ଦେଇନାହାଁନ୍ତି 4 ବଡ ବଡ ଟେକ୍ନୋଲୋଜି ଫାର୍ମା (ଆମାଜନ, ଆପଲ, ଫେସବୁକ ଏବଂ ଆଲ୍ଫାବେଟ ) । ଏହି କମ୍ପାନୀଗୁଡିକର ଜୁନ ତ୍ରୟମାସରେ ମୋଟ ମାର୍କେଟ କ୍ୟାପ ( ବଜାର ପୁଞ୍ଜିକରଣ) ପ୍ରାୟ 5 ଟ୍ରିଲିୟନ ଡଲାର ରହିଛି ।

କୋରୋନା ମହାମାରୀ ଯୋଗୁଁ ଲୋକମାନେ ଘରେ ରହିଥିବାରୁ ଅନଲାନନ ସପିଂ ସଂଖ୍ୟା ବଢିଛି । ଫଳରେ ଇ-କମର୍ସ କମ୍ପାନୀ ଆମାଜର ବିକ୍ରି ପ୍ରବଳ ପରିମାଣରେ ବୃଦ୍ଧି ପାଇଛି । ଯେଉଁଥିପାଇଁ ଆମାଜାନର ନିଟ ବିକ୍ରି 40 ପ୍ରତିଶତ ବୃଦ୍ଧି ହୋଇ 88.9 ବିଲିୟନ ଡଲାରରେ ପହଞ୍ଚିଛି । ଯେତେବେଳେ କି ଗତ ବର୍ଷ ଏହି ଅବଧିରେ ଏହା 63.4 ବିଲିୟନ ଡଲାର ଥିଲା ।

କମ୍ପାନୀ ଏକ ବିବୃତ୍ତିରେ କହିଛି କି, ଦ୍ବିତୀୟ ତ୍ରୟମାସରେ ନିଟ ଆୟ ବଢି 5.2 ବିଲିୟନ ଡଲାର ହୋଇଛି । ଯାହାକି 2019 ଦ୍ବିତୀୟ ତ୍ରୟମାସରେ 2.6 ବିଲିୟନ ଡଲାର ଥିଲା । ଆମାଜନ ସେୟାର ମଧ୍ୟ ଉପରମୁହାଁ ରହିଛି । କ୍ଲାଉଡ କମ୍ପ୍ୟୁଟିଙ୍ଗ ଆର୍ମ ଆମାଜନ ୱେବ ସର୍ଭିସେସ (AWS)ତ୍ରୟମାସ ପାଇଁ 10.81 ବିଲିୟନ ଡଲାର ରାଜସ୍ବ ରେକର୍ଡ କରିଛି ।

ସେହିଭଳି ଆପଲ ରେଭିନ୍ୟୁ ଜୁନ 27 ରେ ସମାପ୍ତ ତୃତୀୟ ତ୍ରୟମାସ ସୁଦ୍ଧା 59.7 ବିଲିୟନ ଡଲାର ବଢିଛି । ଯାହାକି ବର୍ଷାନୁକ୍ରମିକ ହାରରେ 11 ପ୍ରତିଶତ ବୃଦ୍ଧି ହୋଇଛି । ଆକଳନ ଠାରୁ ଅଧିକ ଆଇଫୋନ ବିକ୍ରି ଅଧିକ ବଢିଥିବାରୁ ଆପଲର ରାଜସ୍ବ ବଢିଛି ।

ସେହିଭଳି ଭ୍ରମାତ୍ମକ ଓ ଘୃଣା ପ୍ରସାରଣ କରୁଥିବା ବିଜ୍ଞାପନକୁ ହଟାଇବା ଭଳି ବଡ ଚ୍ୟାଲେଞ୍ଜର ସମ୍ମୁଖୀନ କରିଛି ଫେସବୁକ । ଏହା ପରେ ବି ଫେସବୁକର ସେୟାର 7 ପ୍ରତିଶତ ବଢି ନିଟ ଆୟ 5.18 ଡଲାର ବୃଦ୍ଧି ହୋଇଛି । କମ୍ପାନୀର ମାସିକ ଆକ୍ଟିଭ ୟୁଜର 2.7 ବିଲିୟନ ଛୁଇଁଥିବାବେଳେ ଦୈନିକ ଆକ୍ଟିଭ ୟୁଜର 12 ପ୍ରତିଶତ ବଢି 1.79 ବିଲିୟନ ( ଜୁନ 30 ରିପୋର୍ଟ ଅନୁସାରେ) ବଢିଛି ।

ହେଲେ ଗୁଗୁଲର ରାଜସ୍ବ ପ୍ରଥମ ଥର ପାଇଁ ଏହି ସମୟରେ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଦ୍ବିତୀୟ ତ୍ରୟମାସରେ କମ୍ପାନୀର ନିଟ ଆୟ 6.96 ବିଲିୟନ ଡଲାର ରହିଛି । ଦ୍ବିତୀୟ ତ୍ରୟମାସ ରିପୋର୍ଟ ଆସିବା ପରେ ଆଲଫାବେଟ ସେୟାର 1 ପ୍ରତିଶତରୁ କମ ଥିଲା ।

ସୁନ୍ଦର ପିଚାଇ କହିଛନ୍ତି କି, ଲୋକ ଅନଲାଇନ ସେବାମୁହାଁ ହେବାବେଳେ ଆମ ପ୍ଲାର୍ଟଫର୍ମ -କ୍ଲାଉଡରୁ ଗୁଗୁଲ ପ୍ଲେ ରୁ ଆରମ୍ଭ କରି ୟୁଟ୍ୟୁବ ଯାଏଁ ଆମର ପାର୍ଟନରଙ୍କୁ ଗୁରୁତ୍ବପୂର୍ଣ୍ଣ ସେବା ପ୍ରଦାନ ସହ ବ୍ୟବସାୟକୁ ସମର୍ଥନ କରିଛୁ ।

ଗୁଗୁଲ କ୍ଲାଉଡ ରେଜିଷ୍ଟ୍ରର ରେଭେନ୍ୟୁ 3 ବିଲିୟନ ଡଲାର ବଢିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.