ETV Bharat / lifestyle

ଜାଣିଛନ୍ତି କି, ଭଗବାନ ଶିବଙ୍କ ସହ ଜଡିତ ଏହି 5ଟି ରହସ୍ୟ

ଭଗବାନ ଶିବଙ୍କ ସହ ଜଡିତ ଏମିତି ଅନେକ ତଥ୍ୟ ରହିଛି । ଯାହା ଖୁବ୍ କମ୍ ଲୋକେ ଜାଣିଛନ୍ତି । ଏହି କାହାଣୀରେ ଲୁଚି ରହିଛି ଅନେକ ରହସ୍ୟ । ତେବେ ଅଧିକ ଜାଣିବା ପାଇଁ ପଢନ୍ତୁ...

author img

By

Published : Mar 4, 2019, 3:36 PM IST

ପ୍ରତିକାତ୍ମକ ଫଟୋ

ମାନ୍ୟତା ଅନୁସାରେ, ଶିବରାତ୍ରୀ ଦିନ ଭଗବାନ ଶିବ-ପାର୍ବତୀଙ୍କ ବିବାହ ହୋଇଥିଲା । ଏହିଦିନକୁ ସମସ୍ତ ଶିବଭକ୍ତ ଖୁବ୍ ଉତ୍ସାହର ସହ ପାଳନ କରିଥାଆନ୍ତି । ତେବେ ଭଗବାନ ଶିବଙ୍କ ସହ ଜଡିତ ଏମିତି ଅନେକ ତଥ୍ୟ ରହିଛି । ଯାହା ଖୁବ୍ କମ୍ ଲୋକେ ଜାଣିଛନ୍ତି । ଏହି କାହାଣୀରେ ଲୁଚି ରହିଛି ଅନେକ ରହସ୍ୟ । ତେବେ ଅଧିକ ଜାଣିବା ପାଇଁ ପଢନ୍ତୁ....

ମାଆ କାଳୀଙ୍କ ପାଦତଳେ ହସୁଥିବାର ମହାଦେବ

ଭଗବାନ ଶିବ ମହାଦେବ ମାଆ କାଳୀଙ୍କ ପାଦ ଦେଶରେ ହସୁଥିବାର ଅନେକ ଫଟୋ ଆପଣ ଦେଖିଥିବେ । ଭଗବାନ ଶିବ ହେଉଛନ୍ତି କ୍ରୋଧ ଏବଂ ଉଗ୍ରତାର ପ୍ରତୀକ । ତଥାପି ମଧ୍ୟ ଏହି ସମୟରେ ସେ ନିଜ ଉଦାର ରୂପ ଦେଖାଇଥିଲେ । ତେବେ ଆସନ୍ତୁ ଜାଣିବା ଏହା ପଛର କାହାଣୀ ।

ଏକଦା ମାଆ କାଳୀଖୁବ୍ କ୍ରୋଧିତ ହୋଇଥିଲେ । ଯେ କୌଣସି ଦେବତା, ଅସୁର ଏବଂ ମାନବ ତାଙ୍କୁ ରୋକିବା ପାଇଁ ଚେଷ୍ଟା କରିଥିଲେ । ମାତ୍ର ସମସ୍ତେ ଏଥିରେ ବିଫଳ ହୋଇଥିଲେ । ଆଉ ଏହି ସମୟରେ ସମସ୍ତେ ଶିବ ଭଗବାନଙ୍କୁ ଆରାଧନା କରିଥିଲେ । କାରଣ ମାଆ କାଳି ଯେଉଁଠି ପାଦ ରଖୁଥିଲେ ସେଠାରେ ବିନାଶ ସୁନିଶ୍ଚିତ ଥିଲା । ଏହାପରେ ଶିବ ମଧ୍ୟ ଅନୁଭବ କରିଥିଲେ ଯେ, ମାତା କାଳୀଙ୍କୁ ରୋକିବା ନିତାନ୍ତ ଜରୁରୀ । ଆଉ ଏହାପରେ ଶିବ ପ୍ରଭୁ ମାଆଙ୍କ ରାସ୍ତାର ବାଧକ ସାଜିଲେ । ଅର୍ଥାତ ତାଙ୍କ ଯିବା ରାସ୍ତାରେ ଶୋଇଗଲେ । ଏହାପରେ ମାଆ କାଳୀଶିବଙ୍କ ଛାତିରେ ପାଦ ରଖିଦେଲେ ।

undefined

ସେ ପର୍ଯ୍ୟନ୍ତ ମାଆ କାଳୀ ଯେଉଁଠି ମଧ୍ୟ ପାଦ ରଖିଥିଲେ ତାହା ଧ୍ବଂସ ପାଇଥିଲେ । କିନ୍ତୁ ଯେବେ ମାତା ଶିବଙ୍କ ଛାତି ଉପରେ ପାଦ ରଖିଲେ । ତାଙ୍କ କ୍ରୋଧ ଶାନ୍ତ ହୋଇଥିଲା । ଆଉ ସେ ପଶ୍ଚାତାପ କରିଥିଲେ ।

ଏହି କାହାଣୀ ଆମକୁ ଅନେକ କିଛି ଶିଖାଇଥାଏ । ଯେମିତି ଆମ ପାଖେ ଯେ କୌଣସି ପରିସ୍ଥିତ ଥାଉ ନା କାହିଁକି । ଆମକୁ ସର୍ବଦା ଭାବିଚିନ୍ତି ପରିସ୍ଥିତିକୁ ସମ୍ଭାଳିବାକୁ ପଡିଥାଏ । ଠିକ୍ ସେହିପରି ଯେଉଁଭଳି ଭାବେ ଭଗବାନ ଶିବ ସମ୍ଭାଳିଥିଲେ ।

ମାଆ ପାର୍ବତୀଙ୍କର ନେଇଥିଲେ ପରୀକ୍ଷା

ଆମ ଭିତରେ କିଛି କମ୍ ଲୋକେ ଏପରି ଥିବେ ଯିଏ ଶିବ ଭଗବାନ ମାତା ପାର୍ବତୀଙ୍କ ପରୀକ୍ଷା ନେବା ସମ୍ପର୍କରେ ଜାଣିଥିବେ । ପାର୍ବତୀ ଶିବ ଭଗବାନଙ୍କୁ ବିବାହ କରିବା ପୂର୍ବରୁ ସେ ଏହି ପରୀକ୍ଷା ନେଇଥିଲେ । ଆଉ ଏହାପରେ ଶିବ ଭଗବାନ ଏକ ବ୍ରାହ୍ମଣ ରୂପରେ ମାଆଙ୍କ ପାଖରେ ପହଞ୍ଚିଥିଲେ । ଆଉ ସେ ମାତାଙ୍କୁ ପଚାରିଥିଲେ ତୁମେ ଶିବଙ୍କ ପରି ଏକ ଭିକାରୀଙ୍କୁ କଣ ପାଇଁ ବିବାହ କରୁଛ ଯାହାଙ୍କ ପାଖରେ କାଣି କଉଡିଟିଏ ମଧ୍ୟ ନାହିଁ । ଏହା ଶୁଣି ମା ପାର୍ବତୀ କ୍ରୋଧିତ ହୋଇଥିଲେ । ସେ କହିଥିଲେ, ସେ ଶିବଙ୍କ ବ୍ୟତିତ ଅନ୍ୟ କାହାରିକୁ ବିବାହ କରିବେ ନାହିଁ । ତାଙ୍କର ଏହି ଉତ୍ତରରେ ଶିବ ଭଗବାନ ପ୍ରସନ୍ନ ହୋଇଥିଲେ । ସେ ଏହାପରେ ନିଜ ଅସଲି ରୂପରେ ସାମ୍ନାକୁ ଆସିଥିଲେ । ମାତା ପାର୍ବତୀଙ୍କୁ ବିବାହ କରିବା ପାଇଁ ସ୍ଥିର କରିଥିଲେ ।

undefined

କାହିଁକି ପୁରା ଶରୀରରେ ପାଉଁଶ ଲଗାନ୍ତି ଶିବ

ଭଗବାନ ଶିବ ନିଜ ପୁରା ଶରୀରରେ ଭସ୍ମ ଲଗାଇଥାଆନ୍ତି । ଆପଣ ଏହା ମଧ୍ୟ ଦେଖିଥିବେ ଯେ, ଅନେକ ଶିବ ଭକ୍ତ ନିଜ ମଥାରେ ଏହି ପାଉଁଷର ତିଳକ ଲଗାଇଥାଆନ୍ତି । ଏହାକୁ ନେଇ ଶୁବ ପୁରାଣରେ ଏକ କାହାଣୀ ରହିଛି । ଜଣେ ସନ୍ଥ ଥିଲେ ଯିଏ ତପସ୍ୟା କରି ଖୁବ୍ ଶକ୍ତିଶାଳୀ ହୋଇସାରିଥିଲେ ।

ନିଜ ତପସ୍ୟା ମାଧ୍ୟମରେ ସେହି ସାଧୁ ଜଙ୍ଗଲର ସମସ୍ତ ଜୀବ-ଜନ୍ତୁଙ୍କ ଉପରେ ନିୟନ୍ତ୍ରଣ କରିଥିଲେ । ଏକଦା ସେ ନିଜ କୁଡିଆର ମରାମତି କରିବା ପାଇଁ ଗଛ କାଟୁଥିଲେ । ଆଉ ହଠାତ୍ ତାଙ୍କ ଆଙ୍ଗୁଠି କଟି ଯାଇଥିଲେ । ଆଉ ସାଧୁ ଦେଖିଲେ ତାଙ୍କ ଶରୀରରୁ ରକ୍ତ ବଦଳରେ ଗଛର ରସ ନିର୍ଗତ ଦେଉଛି । ଏହାପରେ ସେ ଭାବିଥିଲେ ମୁଁ ଏତେ ପବିତ୍ର ହୋଇସାରିଛି ଯେ, ମୋ ଦେହରୁ ରକ୍ତ ପରିବର୍ତ୍ତେ ବୃକ୍ଷର ରସ ନିର୍ଗତ ହେଉଛି । ଆଉ ସେ ଏହା ଉପରେ ଗର୍ବ କରିବା ଆରମ୍ଭ କରିଦିଲେ । ଏବେ ସାଧୁ ଜଣଙ୍କ ନିଜକୁ ଦୁନିଆର ସବୁଠାରୁ ପବିତ୍ର ପ୍ରାଣୀ ବୋଲି ଭାବିବା ଆରମ୍ଭ କରିଦେଲେ ।

ଆଉ ଏହା ଜାଣିବା ମାତ୍ରେ ହିଁ ଶିବ ଏକ ବୃଦ୍ଧ ବେଶରେ ସେହି ସାଧୁଙ୍କ ପାଖରେ ପହଁଞ୍ଚିଥିଲେ । ଆଉ ସେହି ବୃଦ୍ଧା ବେଶରେ ସେ ସାଧୁଙ୍କୁ ପଚାରିଲେ ଆପଣ ଏତେ ଖୁସି କଣ ପାଇଁ ଅଛନ୍ତି । ଆଉ ସମସ୍ତ କଥା ଜାଣିବା ପରେ ଶିବ କହିଥିଲେ, ହଁ ଏକଥା ଠିକ୍ ମାତ୍ର ଏହିସବୁ ବୃକ୍ଷ ରସ ପତ୍ର ପ୍ରଦାନ କରୁଥିଲେ ମଧ୍ୟ ଯେବେ ଏମାନେ ଜଳିଥାନ୍ତି ସେବେ ପାଉଁଶ ହୋଇଥାନ୍ତି । ଆଉ ଶେଷରେ କେବଳ ପାଉଁଶ ହିଁ ରହିଯାଇଥାଏ ।

undefined

ଆଉ ହଠାତ୍ ସେ ହି ବୃଦ୍ଧ ଅର୍ଥାତ ଶିବ ଭଗବାନ ନିଜ ଅଙ୍ଗୁଳି କାଟି ଦେଇଥିଲେ ଏବଂ ସେଥିରୁ ପାଉଁଶ ବାହାରିବା ଆରମ୍ଭ କଲା । ସେ ସମୟରେ ସାଧୁ ଜାଣିସାରିଥିଲେ ଯେ, ତାଙ୍କ ସମ୍ମୁଖରେ ସ୍ବଂୟ ଭଗବାନ ବିରାଜମାନ କରିଛନ୍ତି । ସାଧୁ ଜଣଙ୍କ ନିଜ ଅଜ୍ଞାନତା ପାଇଁ କ୍ଷମା ମାଗିଥିଲେ । ଆଉ ସେବେଠାରୁ ଭଗବାନ ଶିବ ନିଜ ଶରୀରରେ ପାଉଁଶ ବୋଳି ଥାଆନ୍ତି । ଯାହାଦ୍ବାରା ତାଙ୍କ ଭକ୍ତଙ୍କୁ ଏହି କଥା ସର୍ବଦା ମନେରହିବ । ଯେ, ଶରୀରର ସୁନ୍ଦରତାକୁ ନେଇ ଗର୍ବ ନକରି ଜୀବନର ସତ୍ୟକୁ ଜାଣନ୍ତୁ ।

ଭଗବାନ ଶିବ ଦେଇଛନ୍ତି ସୁଦର୍ଶନ ଚକ୍ର

ଭଗବାନ ବିଷ୍ଣୁଙ୍କ ହାତରେ ସର୍ବଦା ସୁଦର୍ଶନ ଚକ୍ର ଶୋଭା ପାଇଥାଏ । ଏହି ସୁଦର୍ଶନ ଚକ୍ର ଭଗବାନ ଶିବ ଭଗବାନ ବିଷ୍ଣୁଙ୍କୁ ଦେଇଥିଲେ । ଏକଦା ବିଷ୍ଣୁ ଶିବଙ୍କ ଆରାଧନା କରୁଥିଲେ । ବିଷ୍ଣୁ ଶିବଙ୍କୁ ପ୍ରସନ୍ନ କରିବାପାଇଁ ହଜାରଟୁ ପଦ୍ମ ଫୁଲ ବିଛାଇ ରଖିଥିଲେ । ଭଗବାନ ଶିବ ଏହା ଜାଣିବାକୁ ଚାହୁଁଥିଲେ ବିଷ୍ଣୁଙ୍କ ଭକ୍ତିରେ କେତେ ସତ୍ୟତା ରହିଛି । ଆଉ ଏହାପରେ ବିଷ୍ଣୁ ଗୋଟିଏ ପରେ ଗୋଟିଏ ପଦ୍ମ ଫୁଲ ଶିବଲିଙ୍ଗରେ ଚଢାଇବା ସହ ଶିବମନ୍ତ୍ର ଜପିବା ଆରମ୍ଭ କଲେ । ମାତ୍ର ଶେଷରେ ଅର୍ଥାତ ଯେତେବେଳେ ବିଷ୍ଣୁ ଶିବଙ୍କର 1000 ତମ ନାମ ନେଉଥିଲେ ସେତେବେଳେ ଶିବଲିଙ୍ଗରେ ଅର୍ପଣ କରିବା ପାଇଁ କୌଣସି ଫୁଲ ନଥିଲା । ଶେଷରେ ସେ ନିଜ ଆଖି ବାହାର କରି ଶିବଲିଙ୍ଗରେ ଚଢାଇଥିଲେ । ଭଗବାନ ବିଷ୍ଣୁଙ୍କୁ କୋମଳନୟନ ବୋଲି କୁହାଯାଇଥାଏ । ତେଣୁ ସେ ଶିବଲିଙ୍ଗରେ ନିଜ ଆଖି ଅର୍ପଣ କରିଥିଲେ । ଆଉ ବିଷ୍ଣୁ ଭଗବାନଙ୍କ ଏହି ଭକ୍ତିଭାବ ଦେଖି ତାଙ୍କୁ ସୁଦର୍ଶନ ଚକ୍ର ଅର୍ପଣ କରିଥିଲେ ।

undefined

ଅମରନାଥ ଗୁମ୍ଫାର କାହାଣୀ
ଭଗବାନ ଶିବଙ୍କ ଭକ୍ତଙ୍କ ପାଇଁ ଅମରନାଥ ଗୁମ୍ଫା ଖୁବ୍ ମହତ୍ବପୂର୍ଣ୍ଣ ହୋଇଥାଏ । ଯେବେ ମାଆ ପାର୍ବତୀ ଭଗବାନ ଶିବଙ୍କୁ ନିଜ ଅମରତ୍ବଗାଥା ପଚାରିଥିଲେ। ତେବେ ସେ ଗୁମ୍ଫା ଆଡକୁ ଆଗେଇଥିଲେ । ଗୁମ୍ଫା ଯିବା ରାସ୍ତାରେ ସେ ଅନେକ କାର୍ଯ୍ୟ କରିଥିଲେ । ଯେଉଁକାରଣରକୁ ଗୁମ୍ଫାକୁ ଯାଇଥିବା ରାସ୍ତାକୁ ଚମତ୍ମକାରିତା ବୋଲି କୁହାଯାଇଥାଏ ।

see the attachment
visuals by ftp
tirthabashi panda 
subarnapur
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.