ETV Bharat / lifestyle

ସିଟରେ ଟିକେ ବସିଗଲେ ବୋଲି... - traveller

ମୋଟା ହେବା ପଡିଲା ମହଙ୍ଗା । ନିଜ ସିଟ ବାଦ୍ ଆଉ ଏକ ସିଟର କିଛି ଅଂଶରେ ବସିଥିବାରୁ ଦେବାକୁ ପଡିଲା 9400 ଟଙ୍କା । ଜଣେ ବିମାନଯାତ୍ରୀ ନିଜ କ୍ରୋଧକୁ ଶେୟାର କରିବା ସହ ଏହା ଲେଖିଛନ୍ତି ।

ପ୍ରତିକାତ୍ମକ ଫଟୋ
author img

By

Published : Mar 5, 2019, 9:40 PM IST

ନୂଆଦିଲ୍ଲୀ: ମୋଟା ହେବା ପଡିଲା ମହଙ୍ଗା । ନିଜ ସିଟ ବାଦ୍ ଆଉ ଏକ ସିଟର କିଛି ଅଂଶରେ ବସିଥିବାରୁ ଦେବାକୁ ପଡିଲା 9400 ଟଙ୍କା । ଯେଉଁ ଘଟଣା ଏବେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି ।

ଏକ ରିପୋର୍ଟ ଅନୁସାରେ, ଜଣେ ବିମାନଯାତ୍ରୀ ନିଜ କ୍ରୋଧକୁ ଶେୟାର କରିବା ସହ ଲେଖିଥିଲେ, ସେ ବିମାନ ଯାତ୍ରା କରୁଥିବା ସମୟରେ ଜଣେ ମୋଟା ବ୍ୟକ୍ତି ତାଙ୍କ ପାଖ ସିଟରେ ପ୍ରାୟ 5ଘଣ୍ଟା ବସିଥିଲେ । କିନ୍ତୁ ପାଖ ସିଟରେ ବସିଥିବା ବ୍ୟକ୍ତି ଅଭିଯୋଗକାରୀଙ୍କ ସିଟର ଏକ ତୃତୀୟାଂଶ ଅଂଶରେ ବସିଥିଲେ । ଏହା ତାଙ୍କ ପାଇଁ ଖୁବ୍ ଅସହ୍ୟ ଥିଲା । ସେ ତାଙ୍କ ସିଟକୁ ଅକ୍ତିଆର କରିଥିବା ନେଇ ବ୍ୟକ୍ତି ଜଣକ ଅଭିଯୋଗ କରିଥିଲେ ।

ଏହାପରେ ସେ ବିମାନ ଭଡାର ଅଧା ଟଙ୍କା ମଧ୍ୟ ତାଙ୍କୁ ମାଗିଥିଲେ । ମାତ୍ର କଥା ଆଗକୁ ବଢିବାରୁ ସେ ଏହି କଥା ବିମାନ କ୍ର୍ୟୁ ମେମ୍ବରଙ୍କୁ କହିଥିଲେ । କ୍ର୍ୟୁ ମେମ୍ବର ସେହି ବ୍ୟକ୍ତିଙ୍କୁ କହିଥିଲେ ଆପଣଙ୍କୁ ଆଉ ଏକ ସିଟ କିଣିବାର ଆବଶ୍ୟକତା ରହିଛି । ମାତ୍ର ସେ ସମୟରେ ଫ୍ଲାଇଟରେ ସମସ୍ତ ସିଟ୍ ଫୁଲ୍ ହୋଇସାରିଥିଲା ।

ତେବେ ଏନେଇ ସୋସିଆଲ ମିଡିଆରେ ଅନେକ ଲୋକ ନିଜର ପ୍ରତିକ୍ରିୟା ରଖିଥିଲେ । କିଛି ଲୋକ ଏହା ମଧ୍ୟ କହିଥିଲେ ଯେ, ଏହାଦ୍ବାରା ମୋଟା ବ୍ୟକ୍ତିଙ୍କର ଅପମାନ କରାଯାଇଛି ।

ଆଉ କିଛି ୟୁଜର ମଧ୍ୟ ଏହି ବ୍ୟକ୍ତିଙ୍କ ସମର୍ଥନରେ ଲେଖିଥିଲେ ମୋଟା ବ୍ୟକ୍ତିଙ୍କୁ ଦୁଇଟି ସିଟ୍ କିଣିବା ଆବଶ୍ୟକ ।

undefined

Intro:Body:

ଚର୍ଚ୍ଚିତ ଡ୍ରେନିକା ତାଡିଙ୍ଗି ହତ୍ୟା ମାମଲା: 14ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ରାୟଗଡା: ବହୁଚର୍ଚ୍ଚିତ ଡ୍ରେକିନା ତାଡିଙ୍ଗି ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି । ହତ୍ୟାକାଣ୍ଡରେ ସମ୍ପୃକ୍ତ ସମସ୍ତ 14 ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ ପ୍ରତ୍ୟେକଙ୍କୁ 25 ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । 19 ଜଣ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଏହି ରାୟ ଶୁଣାଇଛନ୍ତି ।

ପ୍ରକାଶ ଯେ, 2017, ନଭେମ୍ବର 18 ତାରିଖରେ ଡ୍ରେକିନା ତାଡିଙ୍ଗିଙ୍କୁ 14 ଜଣ ଦୁର୍ବୃତ୍ତ ଗୁଣିଆ ସନ୍ଦେହରେ ନିର୍ମମ ଭାବେ ହତ୍ୟା କରିବା ପରେ ଜଙ୍ଗଲରେ ପୋଡି ଦେଇଥିଲେ । ଏହି ଖବର ଜଣାପଡିବା ପରେ ଡ୍ରେକିନାଙ୍କ ପରିବାରଲୋକେ ଥାନାରେ ଏତଲା ଦେଇଥିଲେ । ପୋଲିସ ଘଟଣାର ତଦନ୍ତ କରିଥିଲା । 

ତେବେ ଆଜି ମାମଲାର ରାୟ ପ୍ରକାଶ ପାଇଛି । ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆଦାୟ ଜୋରିମାନା ବାବଦ ରାଶିକୁ ମୃତକଙ୍କ ପତ୍ନୀ ଆହୁରୀ ତାଡିଙ୍ଗିଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ନ୍ୟୁଜ୍ 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.