ETV Bharat / jagte-raho

ଭିଜିଲାନ୍ସ ଦାଖଲ କରିପାରିଲାନି ଚାର୍ଜସିଟ୍‌, ପାଠକ ପିତା-ପୁତ୍ରଙ୍କୁ ମିଳିଲା ଜାମିନ

author img

By

Published : Jan 27, 2021, 7:14 PM IST

Updated : Jan 27, 2021, 7:20 PM IST

ପାଠକ ପିତା-ପୁତ୍ରଙ୍କୁ ଜାମିନ । ଉଭୟଙ୍କୁ ଜାମିନ ଦେଲେ ଭିଜିଲାନ୍ସ ସ୍ବତନ୍ତ୍ର କୋର୍ଟ। ଅଧିକ ପଢନ୍ତୁ...

ଚାର୍ଜସିଟ
ଚାର୍ଜସିଟ

ଭୁବନେଶ୍ବର: ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ସୁପୁତ୍ର ଆକାଶ ପାଠକଙ୍କୁ ମିଳିଲା ଜାମିନ। 60 ଦିନ ଭିତରେ ଉଭୟ ବାପ ଓ ପୁଅଙ୍କର କେସର ଚାର୍ଜସିଟ ଦାଖଲ ନ ହେବାରୁ ଜାମିନ ଦେଇଛନ୍ତି ଭିଜିଲାନ୍ସ ସ୍ବତନ୍ତ୍ର କୋର୍ଟ।

ପାଠକ ପିତା-ପୁତ୍ରଙ୍କୁ ମିଳିଲା ଜାମିନ

ଗିରଫର 62 ଦିନ ବିତିଥିବାରୁ ସାକ୍ଷୀଙ୍କୁ ପ୍ରଭାବିତ ନ କରିବା ଓ ତଦନ୍ତକାରୀ ଅଧିକାରୀକଙ୍କୁ ସହଯୋଗ କରିବା ସର୍ତରେ ଜାମିନ ଦେଇଛନ୍ତି କୋର୍ଟ । ତେବେ ଉଭୟଙ୍କ ନାଁରେ ଅନ୍ୟ କେସ ରହିଥିବାରୁ ସେ ଏବେ ଜେଲରୁ ମୁକୁଳିପାରିବେ ନାହିଁ ବୋଲି ଜଣାପଡିଛି। ଅନ୍ୟ କେସରେ ବେଲ ମିଳିଲେ ଜେଲରୁ ମୁକୁଳିବେ ବୋଲି କହିଛନ୍ତି ପାଠକଙ୍କ ଓକିଲ ଅଭିନାଶ ଚାନ୍ଦ।

ସୂଚନାଥାଉକି, ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଉଭୟ ପିତା-ପୁତ୍ରଙ୍କୁ ଭିଜିଲାନ୍ସ ଗିରଫ କରିଥିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jan 27, 2021, 7:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.