ETV Bharat / jagte-raho

3 ହଜାର ଲାଞ୍ଚ ନେଇ ଧରାପଡିଲେ ଏଆରଆଇ

ଭିଜିଲାନ୍ସ ଜାଲରେ ବଡ଼ବିଲ ଏଆରଆଇ । ଜମି ଚିହ୍ନଟ ପାଇଁ ନେଉଥିଲେ ୩ ହଜାର ଟଙ୍କା ଲାଞ୍ଚ । ଅଧିକ ସୂଚନା ପାଇଁ ପଢନ୍ତୁ ...

author img

By

Published : Feb 25, 2020, 5:47 PM IST

Barbil ari arrested for taking bribe
3 ହଜାର ଲାଞ୍ଚ ନେଇ ଧରଡିଲେ ଏଆରଆଇ

କେନ୍ଦୁଝର: ଭିଜିଲାନ୍ସ ଜାଲରେ ବଡ଼ବିଲ ଏଆରଆଇ ରାମେଶ୍ବର ମାରାଣ୍ଡି । ଜମି ଚିହ୍ନଟ ପାଇଁ ନେଉଥିଲେ ୩ ହଜାର ଟଙ୍କା ଲାଞ୍ଚ । ଶୀଘ୍ର ଜମି ଚିହ୍ନଟ କରାଇଦେବା କହି ଲାଞ୍ଚ ନେଉଥିବା ବେଳେ ଭିଜଲାନ୍ସ ପୋଲିସ ତାଙ୍କୁ ଗିରଫ କରିଥିଲା । କେନ୍ଦୁଝର ବଡ଼ବିଲ ତହସିଲ, ଏଆରଆଇ (ସହକାରୀ ରାଜସ୍ବ ନିରୀକ୍ଷକ) ରାମେଶ୍ବର ମାରାଣ୍ଡି ଜମି ଚିହ୍ନଟ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।

3 ହଜାର ଲାଞ୍ଚ ନେଇ ଧରଡିଲେ ଏଆରଆଇ

ପୋଲିସ ସୂଚନା ପ୍ରକାର ବଡ଼ବିଲ ୱାର୍ଡ଼ ନଂ ୨ କାରାକୋହ୍ଲ ଅଂଚଳର ଜାକଲିଅସ କିସପଟା ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଜମି ଚିହ୍ନଟ ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଏଆରଆଇ ରାମେଶ୍ବର ମାରାଣ୍ଡି । ଅଭିଯୋଗକାରୀଙ୍କ କହିବା ଅନୁଯାୟୀ ଜମି ଚିହ୍ନଟ ପାଇଁ ସେ ବଡ଼ବିଲ ତହସିଲରେ ଆବେଦନ କରିଥିଲେ । ତହସିଲଦାରଙ୍କ ପକ୍ଷରୁ ଜମି ଚିହ୍ନଟ ପାଇଁ ଆଦେଶ ମଧ୍ୟ ହୋଇଥିଲା । ତେବେ ଏଆରଆଇ ରାମେଶ୍ବର ମାରାଣ୍ଡି ବିଭିନ୍ନ ଆଳ ଦେଖାଇ ଶିଘ୍ର ଜମି ଚିହ୍ନଟ ହୋଇପାରିବ ନାହିଁ ବୋଲି କହିଥିଲେ । ହେଲେ ୫ ହଜାର ଟଙ୍କା ଦେଲେ ସଙ୍ଗେସଙ୍ଗେ ଜମି ଚିହ୍ନଟ କରାଇଦେବେ ବୋଲି କହିଥିଲେ ।

ଏହାପରେ ଗତ ୨୦ରେ ୩ ହଜାର ଟଙ୍କାରେ କଥା ଛିଡ଼ିଥିଲା । ଏନେଇ ଜାକଲିଅସ୍ କିସପଟା କେନ୍ଦୁଝର ଭିଲାନ୍ସକୁ ଜଣାଇଥିଲେ । ଆଜି ଆରଆଇ ଅଫିସରେ ଜାକଲିଅସ୍ କିସପଟାଙ୍କ ଠାରୁ ୩ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ଚଢ଼ାଉକରି ଏଆରଆଇ ରାମେଶ୍ବର ମାରାଣ୍ଡିଙ୍କୁ ରେଡ୍ ହ୍ୟାଣ୍ଡ ଧରିଥିଲା । ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା କହିଛନ୍ତି କେନ୍ଦୁଝର ଭିଜିଲାନ୍ସ ଡିଏସପି ଦେବଦତ୍ତ ସେଠୀ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.