ଚଣ୍ଡିଗଡ: ହରିୟାଣାର ଗୁରୁଗ୍ରାମର ଏକ ପିଜିରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଦ୍ବୟ କେନିଆର ନାଗରିକ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଜଣେ ମହିଳା ଥିବା ପୋଲିସ କହିଛି ।
ପୁରୁଷର ଝୁଲନ୍ତା ଅବସ୍ଥାରେ ଓ ମହିଳାଙ୍କ ମୃତଦେହକୁ ତଳୁ ଉଦ୍ଧାର କରିଥିବା ପୋଲିସ କହିଛି । ପୋଲିସର ପ୍ରାଥମିକ ସୂଚନା ମୁତାବକ ମୃତ ମହିଳା ଜଣକ ଏକ ସ୍କୁଲରେ ଶିକ୍ଷକ ଥିବାବେଳେ ପୁରୁଷ ଜଣକ ତାର ପାର୍ଟନର ଥିଲେ । ଏନେଇ କେନିଆ ଦୂତାବାସକୁ ଖବର ଦିଆଯାଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।
@ANI