ଅନୁଗୋଳ: ସାବତ ମା'କୁ ହତ୍ୟା ସନ୍ଦେହ । ଘଟଣା ଘଟିଛି ଅନୁଗୋଳ ଜିଲ୍ଲା କଣିହାଁ ଥାନା ଅଞ୍ଚଳରେ । ମୃତ ମହିଳା ହେଲେ ସୁମନ୍ତି ସାହୁ ।
କଣିହାଁ ଚିତ୍ତଲପୁର ଗାଁରେ ସୁମନ୍ତି ଏକା ରହୁଥିବା ବେଳେ ଘରେ ତାଙ୍କର ମୃତଦେହ ଘରେ ପଡିଥିବା ଦେଖିବାକୁ ମିଳିଥିଲା । ତାଙ୍କ ବେକରେ ଏକ ଗାମୁଛା ଲାଗିଥିବା ସହ ଘରର ଆସବା ପତ୍ର ଏବଂ ପଇସା ଏଣେତେଣ ପଡିରହିଥିଲା । ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି ।
ସୋମବାର ସୁମନ୍ତିର ସାବତ ପୁଅ ଧନେଶ୍ବର ସାହୁ ଘରକୁ ଆସିଥିଲା । କିନ୍ତୁ ମଙ୍ଗଳବାର ସେ ଫେରାର ଥିବା ଜଣାପଡିଛି । ତେଣୁ ଧନେଶ୍ୱର ଏଭଳି ଘଟଣା ଘଟାଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ସେପଟେ ଘଟଣାସ୍ଥଳରେ କଣିହାଁ ଥାନା ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ