ETV Bharat / jagte-raho

ପୁଅକୁ ଶାବଳରେ ପିଟିପିଟି ମାରିଦେଲା ପିଶାଚ ବାପା - ରାଇଘର ଥାନାରେ ମାମଲା ରୁଜୁ

ନବରଙ୍ଗପୁର ଜିଲ୍ଲା ରାଇଘର ଥାନା କୁମୁଲି ଗ୍ରାମରେ ଜମି ଜମା ବିବାଦକୁ ନେଇ ହୋଇଛି ଜଘନ୍ୟ ହତ୍ୟାକାଣ୍ଡ । ରାଇଘର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

raigarh
ରାଇଘରରେ ପୁଅକୁ ପିଟି ହତ୍ୟା କଲା ପିଶାଚ ବାପା
author img

By

Published : Jun 2, 2020, 12:11 PM IST

Updated : Jun 2, 2020, 1:16 PM IST

ନବରଙ୍ଗପୁର: ପୁଅକୁ ଶାବଳରେ ପିଟି ପିଟି ହତ୍ୟା କଲା ପିଶାଚ ବାପା । ନବରଙ୍ଗପୁର ଜିଲ୍ଲା ରାଇଘର ଥାନା କୁମୁଲି ଗ୍ରାମରେ ଜମି ଜମା ବିବାଦକୁ ନେଇ ହୋଇଛି ଜଘନ୍ୟ ହତ୍ୟାକାଣ୍ଡ । ପୁଅକୁ ହତ୍ୟା କରିବା ପରେ ହତ୍ୟାକାରୀ ପିତା ରାଇଘର ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି ।

ରାଇଘରରେ ପୁଅକୁ ପିଟି ହତ୍ୟା କଲା ପିଶାଚ ବାପା

ସୂଚନା ଅନୁସାରେ, ବାପା ଅମଲ ବସୁ ନିଜ 25 ବର୍ଷୀୟ ପୁଅ ଅସିତ ବସୁକୁ ଶାବଳ ଓ କୁରାଢ଼ୀରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ରାଇଘର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ତେବେ ଦୀର୍ଘଦିନ ଧରି ଜମି ଭାଗ ବଣ୍ଟାକୁ ନେଇ ବାପା ପୁଅ ମଧ୍ୟରେ ବିବାଦ ଲାଗି ରହିଥିଲା । ସୋମମବାର ପ୍ରାୟ ବିଳମ୍ବିତ ରାତିରେ ବାପା ଓ ପୁଅ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଘର ନିକଟସ୍ଥ କାଜୁ ବାଡ଼ ମଧ୍ୟରେ ଉତ୍ତ୍ୟକ୍ତ ବାପା ପୁଅ ମୁଣ୍ଡରେ ଶାବଳ ଓ କୁରାଢ଼ୀରେ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ପୁଅ ଅସିତର ମୃତ୍ୟୁ ହୋଇଥିଲା । ମଙ୍ଗଳବାର ସକାଳୁ ବାପା ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ସହ ପୋଲିସ ପାଖରେ ଆତ୍ମ ସମର୍ପଣ କରିଥିବା ଜଣାପଡିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Jun 2, 2020, 1:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.