ETV Bharat / jagte-raho

ପୁରୀ ହାଜତ ମୃତ୍ୟୁ ମାମଲା, ପୋଷ୍ଟମର୍ଟମ ରିପୋର୍ଟ ଆଣିଲା ନୂଆ ତଥ୍ୟ - ପୋଷ୍ଟମର୍ଟମ ରିପୋର୍ଟ

ପୁରୀ ହାଜତ ମୃତ୍ୟୁ ମାମଲାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ଅଧିକ ପଢନ୍ତୁ...

ପୁରୀ ହାଜତ ମୃତ୍ୟୁ ମାମଲା
ପୁରୀ ହାଜତ ମୃତ୍ୟୁ ମାମଲା
author img

By

Published : Dec 5, 2020, 12:55 PM IST

ପୁରୀ: ବାସେଳୀସାହି ଥାନା ହାଜତ ମୃତ୍ୟୁ ମାମଲାରେ ମୃତ କେ.ରମେଶଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ବ୍ୟବଚ୍ଛେଦ ରିପୋର୍ଟରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ରହିଛି । ଶରୀରରେ 20ରୁ ଅଧିକ ସ୍ଥାନରେ ଗଭୀର ଆଘାତ ଲାଗିଛି। ମୁଣ୍ଡ ଠାରୁ ପାଦ ପର୍ଯ୍ୟନ୍ତ ଅନେକ ଗଭୀର କ୍ଷତଚିହ୍ନ ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ପୁରୀ ହାଜତ ମୃତ୍ୟୁ ମାମଲା
ପୁରୀ ହାଜତ ମୃତ୍ୟୁ ମାମଲା
ପୁରୀ ହାଜତ ମୃତ୍ୟୁ ମାମଲା
ପୁରୀ ହାଜତ ମୃତ୍ୟୁ ମାମଲା
ପୁରୀ ହାଜତ ମୃତ୍ୟୁ ମାମଲା
ପୁରୀ ହାଜତ ମୃତ୍ୟୁ ମାମଲା
ପୁରୀ ହାଜତ ମୃତ୍ୟୁ ମାମଲା
ପୁରୀ ହାଜତ ମୃତ୍ୟୁ ମାମଲା
ପୁରୀ ହାଜତ ମୃତ୍ୟୁ ମାମଲା

ସେହିପରି ମୁଣ୍ଡରେ ମାଡ ଯୋଗୁଁ ରକ୍ତ ଜମାଟ ବାନ୍ଧିଛି ବୋଲି ରିପୋର୍ଟରେ ରହିଛି । ଅନ୍ୟପଟେ ତାଙ୍କ ଆଣ୍ଠୁର ମଧ୍ୟ ଭାଗରେ ତିନୋଟି ଗଭୀର କ୍ଷତ ରହିଛି। ବାମ ଗୋଡ ଗୋଇଠି ଆଘାତପ୍ରାପ୍ତ ହୋଇଛି। ହାତର ପାପୁଲି ଫୁଲିଛି । ମୁଣ୍ଡ ଉପରେ କୌଣସି ଶକ୍ତ ଜିନିଷରେ ପ୍ରହାର କରାଯାଇଛି ବୋଲି ରିପୋର୍ଟରେ ରହିଛି ।

ସେପଟେ ରାଜ୍ୟ ପରୀକ୍ଷାଗାରକୁ ନମୁନା ପଠାଯାଇଥିବା ବେଳେ ଏହାର ରିପୋର୍ଟ ଆସିନାହିଁ । କେ.ରମେଶଙ୍କ ମୃତ୍ୟୁର 12ରୁ 18 ଘଣ୍ଟା ଭିତରେ ବ୍ୟବଚ୍ଛେଦ ହୋଇଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି। ତେବେ ଗତ ନଭେମ୍ବର 1 ତାରିଖ ଦିନ କେ.ରମେଶଙ୍କ ହାଜତ ମୃତ୍ୟୁକୁ ନେଇ ଅଭିଯୋଗ ଆସିଥିଲା। ଏବେ ଏହି ରିପୋର୍ଟ ଆସିବା ପରେ ହାଜତ ମୃତ୍ୟୁ କଥା ସ୍ପଷ୍ଟ ହୋଇଥିବା ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଥିବା ଓକିଲ ଶରତ ରାୟଗୁରୁ କହିଛନ୍ତି। ହାଇକୋର୍ଟ ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ନେବେ ବୋଲି ଆବେଦନକାରୀ ଓକିଲ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.