ଶ୍ରୀନଗର: ଲଗାତାର ଭାରତୀୟ ସେନାର ଦୃଢ କାର୍ଯ୍ୟାନୁଷ୍ଠାନ ପରେ ବି ସୁଧୁରୁନି ପାକିସ୍ତାନ । କିଛି ଦିନର ବିରତି ପରେ ପୁଣି ଅସ୍ତ୍ର ବିରତି ଉଲ୍ଲଂଘନ କରିଛି ପାକିସ୍ତାନ ।
ଶନିବାର ଦିନ ପୁଞ୍ଛ ଜିଲ୍ଲାର ଶାହପୁର, କିରଣୀ ଏବଂ କସବା ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ବୋଲି ପୋଲିସ କହିଛି।
ରାତି ପ୍ରାୟ 8ଟା ରୁ 11 ଟା ବେଳେ ପାକିସ୍ତାନ ପୁଞ୍ଛର ତିନୋଟି ଅଞ୍ଚଳରେ ଛୋଟ ଅସ୍ତ୍ରଶସ୍ତ୍ର, ମୋର୍ଟାର ମାଡ ସହିତ ଗୁଳି ଚଳାଇବା ଆରମ୍ଭ କରିଥିଲା। ଭାରତୀୟ ସେନା ପ୍ରତିଆକ୍ରମଣ ପରେ ରାତି 1.15 ମିନଟ ପରେ ଗୁଳି ଚାଳନା ବନ୍ଦ ହୋଇଥିଲା ।
@ANI