ETV Bharat / jagte-raho

ନବମଶ୍ରେଣୀ ଝିଅକୁ ଆଣି ସେକ୍ସରାକେଟ, ଖୋଲିଲା ଦିଦି ଓ ବାଂଲା ଗାର୍ଲଙ୍କ ସିକ୍ରେଟ - New trend of sex racket by Bangladeshi girl

ରାଜଧାନୀରେ ହାଇପ୍ରୋଫାଇଲ ସେକ୍ସରାକେଟ । ବାଂଲାଗାର୍ଲଙ୍କୁ ନେଇ ଚାଲିଛି ସେକ୍ସ ସିଣ୍ଡିକେଟ । ବାଂଲାଦେଶ ଯୁବତୀ ଏବେ ଭୁବନେଶ୍ବର ଆସେଟ । ନାବାଳିକାଠୁ ଆରମ୍ଭ କରି ମହିଳା । ଜୋରସୋରରେ ଚାଲିଛି ଦେହବେପାର । ଗ୍ରାହକଙ୍କ ଡିମାଣ୍ଡ ଦେଖି ହୋମ ଡେଲିଭେରୀ । ସୌଖୀନ ହୋଟେଲରେ ବି ଚାଲିଛି ବଡ କାରବାର । ସେକ୍ସରାକେଟ ନେଇ ମାଲମାଲ ଦେହ ଦଲାଲ । ଏମିତି ଢଙ୍ଗରେ ଚାଲିଛି ରାଜଧାନୀର ସେକ୍ସ ସ୍କାଣ୍ଡେଲ ।

New trend of sex racket
ନବମଶ୍ରେଣୀ ଝିଅକୁ ଆଣି ସେକ୍ସରାକେଟ, ଖୋଲିଲା ଦିଦି ଓ ବାଂଲା ଗାର୍ଲଙ୍କ ସିକ୍ରେଟ
author img

By

Published : Feb 28, 2020, 3:06 PM IST

ଭୁବନେଶ୍ବର: ରାଜଧାନୀରେ ହାଇପ୍ରୋଫାଇଲ ସେକ୍ସରାକେଟ । ବାଂଲାଗାର୍ଲଙ୍କୁ ନେଇ ଚାଲିଛି ସେକ୍ସ ସିଣ୍ଡିକେଟ । ବାଂଲାଦେଶ ଯୁବତୀ ଏବେ ଭୁବନେଶ୍ବର ଆସେଟ । ନାବାଳିକାଠୁ ଆରମ୍ଭ କରି ମହିଳା । ଜୋରସୋରରେ ଚାଲିଛି ଦେହବେପାର । ଗ୍ରାହକଙ୍କ ଡିମାଣ୍ଡ ଦେଖି ହୋମ ଡେଲିଭେରୀ । ସୌଖୀନ ହୋଟେଲରେ ବି ଚାଲିଛି ବଡ କାରବାର । ସେକ୍ସରାକେଟ ନେଇ ମାଲମାଲ ଦେହ ଦଲାଲ । ଏମିତି ଢଙ୍ଗରେ ଚାଲିଛି ରାଜଧାନୀର ସେକ୍ସ ସ୍କାଣ୍ଡେଲ ।

ନବମଶ୍ରେଣୀ ଝିଅକୁ ଆଣି ସେକ୍ସରାକେଟ, ଖୋଲିଲା ଦିଦି ଓ ବାଂଲା ଗାର୍ଲଙ୍କ ସିକ୍ରେଟ

ଡିସେମ୍ବର 25 ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ ଜଣେ ଯୁବତୀ ଉଦ୍ଧାର ପରେ ସାମ୍ନାକୁ ଆସିଛି ସାଂଘାତିକ ସତ । ଘଟଣାରେ କ୍ରାଇମବ୍ରାଞ୍ଚର ତଦନ୍ତ ପରେ ସାମ୍ନାକୁ ଆସିଲେ ଦୁଇ ଦଲାଲ । ପିପିଲିରୁ ଗିରଫ ହେଲେ ରୁକସାନା ବେଗମ ଓ ଇବ୍ରାହିମ ଖାନ । ଆଉ ଓଲ୍ଡ ଟାଉନର ଏକ ଭଡାଘରୁ ଉଦ୍ଧାର ହେଲେ 6 ବାଂଲାଗାର୍ଲ । ପର୍ଦ୍ଦାଫାସ ହେଲା ବାଙ୍ଗଲା ଗାର୍ଲଙ୍କ ସିକ୍ରେଟ । ଯେଉଁଠି ନବଣଶ୍ରେଣୀ ଛାତ୍ରୀକୁ ବି ଛାଡିନଥିଲା ରୁକସାନା ଓରଫ ଦିଦି । ମୋବାଇଲ ଦୋକାନରେ ରଖାଇଦେବ କହି ସୋନାଗାଛି ଆଣିଥିଲା ଦିଦି । ଆଉ ଏଥିପାଇଁ ତିଆରି କରିଥିଲା ଫେକ ଆଧାରକାର୍ଡ ଓ ପାସପୋର୍ଟ । ସେକ୍ସ ରାକେଟରେ ସାମିଲ କରାଇ ତାକୁ ପରେ ଆଣିଥିଲା ଭୁବନେଶ୍ବର । କଅଁଳ ବୟସରେ ଗ୍ରାହକଙ୍କୁ ଆକୃଷ୍ଟ କରାଇବାକୁ ଅଞ୍ଜଳି ଦିଦି ନେଟୱାର୍କ ଚଲାଇଥିଲା ଅଞ୍ଜଳି ଦିଦି ଓରଫ ରୁକସାନା । ଆଉ ରାତିକେ ଯୁବତୀ ପିଛା କମାଉଥିଲା 5-10ହଜାର ଟଙ୍କା । ଏମିତି ଢଙ୍ଗରେ 12ରୁ ଉର୍ଦ୍ଧ୍ବ ବଙ୍ଗ ଗାର୍ଲଙ୍କୁ ସେକ୍ସ ସିଣ୍ଡିକେଟରେ ସାମିଲ କରିଥିଲା ଦିଦି ।

ଧୀରେ ଧୀରେ ଇବ୍ରାହିମ ଓ ଦିଦିର ନେଟୱାର୍କର ପୋଲ ଖୋଲିବା ପରେ ଗିରଫ ହୋଇଥିଲେ ଦଲାଲ ପଞ୍ଚାନନ ପାଢୀ ଓ ପ୍ରିତି ପାଢୀ । ପରେ ଉଦ୍ଧାର ହୋଇଥିଲେ ସେକ୍ସ ରାକେଟର ଆଉ ଦୁଇ ଯୁବତୀ । କେବଳ ନାବାଳିକା ନୁହେଁ ସିଲେଇ ଫ୍ୟାକ୍ଟ୍ରି, ନର୍ସିଂ ହୋମରେ ଚାକିରି କରାଇଦେବା କହି ବାଙ୍ଗଲାଦେଶରୁ ଦିଦି ଆଣୁଥିଲା ମାଳ ମାଳ ଯୁବତୀ । ଏପରିକି ଅଭାବୀ ବିବାହିତ ମହିଳାକୁ ବି ଆଣି ରାକେଟରେ ସାମିଲ କରିଥିଲା ଦିଦି । ଆଉ ବେପାରରୁ ଲକ୍ଷ ଲକ୍ଷ ଟଙ୍କା ଇନକମ କରି ପଶ୍ଚିମବଙ୍ଗରେ ଦିଦି କିଣିଥିଲା ଆଲିଶାନ ଘର । ଖାଲି ସେତିକି ନୁହେଁ ବ୍ୟାଙ୍କ ବାଲାନ୍ସ ସହ ରଖିଛି ନାମୀଦାମୀ କାର । ଯାହାର ସୁରାକ ଏସଟିଏଫ ହାତରେ ଲାଗିଥିବାବେଳେ ଖୁବଶୀଘ୍ର ଏସବୁ ସିଲ୍ କରିପାରେ ଏସଟିଏଫ ।

ଅନ୍ୟପଟେ 8ଉଦ୍ଧାର ଯୁବତୀଙ୍କ ମଧ୍ୟରୁ ଜଣେ ପଶ୍ଚିମବଙ୍ଗର ଜଣାପଡିଥିବା ବେଳେ 7ଜଣ ବାଂଲାଦେଶର ବୋଲି ଜଣାପଡିଛନ୍ତି । ଏନେଇ ମିନିଷ୍ଟରୀ ଅଫ ଏକ୍ସଟର୍ନାଲ ଆଫାୟର୍ସ ସହ ଯୋଗାଯୋଗ କରି ସେମାନଙ୍କୁ ବାଂଲାଦେଶ ଫେରାଇବାକୁ ଯୋଜନା ଚଳାଇଛି ଏସଟିଏଫ ଟିମ । ତେବେ ଯୁବତୀ ଚାଲାଣର ନେଟୱର୍କରେ ମୋଟ 4 ଗିରଫ ହୋଇଥିବାବେଳେ 8ଜଣ ଯୁବତୀ ଉଦ୍ଧାର ହୋଇଛନ୍ତି । ହେଲେ ଆହୁରି 8ରୁ9ଜଣ ଯୁବତୀ ଏବେବି ଦଲାଲ କବଳରେ ରହିଥିବା କୁହାଯାଉଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.