ETV Bharat / jagte-raho

ଯୌତୁକ ପାଇଁ ନବବଧୂକୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲେ ସ୍ବାମୀ

ପ୍ରଥମେ ହତ୍ୟା ପରେ ମୃତଦେହକୁ ଜଙ୍ଗଲରେ ଫିଙ୍ଗି ଫେରାର ହୋଇଯାଇଥିଲେ ଅଭିଯୁକ୍ତ ସ୍ବାମୀ ଓ ଶାଶୁ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

mother-in-law-and-husband-killed-women-for-dowry
ଯୌତୁକ ପାଇଁ ନବବଧୂକୁ ହତ୍ୟା
author img

By

Published : Jan 22, 2020, 6:51 PM IST

Updated : Jan 22, 2020, 8:30 PM IST

ଢେଙ୍କାନାଳ: ଜଘନ୍ୟ ହତ୍ୟାକାଣ୍ଡ । ଶାଶୁଘର ଲୋକେ ଯୌତୁକ ପାଇଁ ନବବଧୂକୁ ମାରି ଜଙ୍ଗଲରେ ଫୋପାଡି ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ରାସୋଳ ଥାନା ଅନ୍ତର୍ଗତ କଲୋନୀ ସାହିରେ । ମୃତକ ମହିଳା ଜଣକ ହେଲେ ଆରତୀ ସାହୁ । ଘଟଣାରେ ସ୍ବାମୀ ସୁଜିତ ସାହୁ, ଶ୍ବଶୁର ନିରଞ୍ଜନ ସାହୁ ଓ ଶାଶୁ କୁମୁଦିନୀ ସାହୁଙ୍କୁ ଗିରଫ କରିବା ସହ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।

ଯୌତୁକ ପାଇଁ ନବବଧୂକୁ ହତ୍ୟା

ଗତକାଲି (ମଙ୍ଗଳବାର) ଠାରୁ ନବବଧୂ ନିଖୋଜ ଥିବାରୁ ମହିଳାଙ୍କ ବାପା ଘର ଲୋକେ ରାସୋଳ ଥାନାରେ ଅଭିଯୋଗ କରିଥିଲେ । ଯାହାକୁ ନେଇ ଘଟଣାର ଛାନଭିନ ଆରମ୍ଭ କରିଥିଲା ପୋଲିସ । ଆଉ ଏନେଇ ମହିଳାଙ୍କ ସ୍ବାମୀଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରିବାବେଳେ ହତ୍ୟାକାଣ୍ଡର ଗୁମର ଖୋଲିଥିଲେ ଅଭିଯୁକ୍ତ ସ୍ବାମୀ ।

ପ୍ରଥମେ ହତ୍ୟା କରିବା ପରେ ସ୍କୁଟି ଯୋଗେ ନିଜେ ସ୍ବାମୀ ସୁଜିତ ସାହୁ ଓ ଶାଶୁ କୁମୁଦିନୀ ସାହୁ ନିକଟସ୍ଥ ଦଣ୍ଡିରି ଗାଁ ପାଖରେ ଥିବା ଘଞ୍ଚ ଜଙ୍ଗଲରେ ମୃତଦେହକୁ ଫିଙ୍ଗି ଫେରାର ହୋଇଯାଇଥିଲେ । ଏହା ପରେ ଆଜି (ବୁଧବାର) ଏକ ଜରି ବସ୍ତାରୁ ମୃତଦେହକୁ ଉଦ୍ଧାର କରିଛି ପୋଲିସ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
Last Updated : Jan 22, 2020, 8:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.