ରାଇରଙ୍ଗପୁର: ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଟୋଟାନେତ୍ରା ଗ୍ରାମ ଜଙ୍ଗଲରେ । ମୃତ ମହିଳା ଜଣକ ହେଲେ ଟୋଟାନେତ୍ରା ଗ୍ରାମର ଦଶରଥ ମହାକୁଡ଼ଙ୍କ ସ୍ତ୍ରୀ ରୀନା ମହାକୁଡ଼ ।
ଗତ ୪ ତାରିଖରୁ ମହିଳା ଜଣକ ନିଖୋଜ ଥିବାବେଳେ ଆଜି ଜଙ୍ଗଲ ମଧ୍ୟରୁ ମୃତ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି ଗୋରୁମହିଷାଣୀ ପୋଲିସ । ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇ ଦେଇଛି ପୋଲିସ । ତେବେ ମୃତ୍ୟୁର କାରଣ ସ୍ପଷ୍ଟ ନଥିବା ବେଳେ ଘଟଣାର ଛାନବିନ ଆରମ୍ଭ କରିଦେଇଛି ପୋଲିସ ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ