ETV Bharat / jagte-raho

ଗାରାବନ୍ଧ ପୋଲିସ କବଜାରେ ଆଇପିଏଲ ବେଟିଂ ଗ୍ୟାଙ୍ଗ

ଆଇପିଏଲ ବେଟିଂ କରୁଥିବା ଏକ ବଡ ଗ୍ୟାଙ୍ଗକୁ ଧରିଛି ଗାରାବନ୍ଧ ପୋଲିସ। ଏଥିରେ ଜଡିତ ଥିବା ଅଭିଯୋଗରେ 10ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ 43 ହଜାର 7 ଶହ 40 ଟଙ୍କା ଜବତ ହୋଇଛି।

author img

By

Published : Apr 26, 2019, 3:13 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

ଗଜପତି: ଜିଲ୍ଲାର ଗାରାବନ୍ଧ ପୋଲିସକୁ ବଡ ସଫଳତା । ଆଇପିଏଲ ବେଟିଂ କରୁଥିବା ଏକ ବଡ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୋଲିସ । ଏ ଘଟଣାରେ ଜଡିତ ଥିବା ଅଭିଯୋଗରେ 10ଜଣଙ୍କୁ ଗିରଫ କରାଯାଇଛି । ଏହା ସହ ସେମାନଙ୍କ ନିକଟରୁ 43 ହଜାର 7 ଶହ 40 ଟଙ୍କା ମଧ୍ୟ ଜବତ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ସୂଚନାନୁସାରେ ବିଶେଷ ସୂତ୍ରରୁ ଖବର ପାଇଁ ଗୁରୁବାର ସନ୍ଧ୍ୟାରେ ପୋଲିସ ଗାରାବନ୍ଧ ଚାଉଳ ମିଲ ନିକଟରେ ଅତର୍କିତ ଚଢାଉ କରିଥିଲା । ସେଠାରେ କିଛି ଲୋକ ଆଇପିଏଲକୁ ନେଇ ଟଙ୍କା କାରବାର କରୁଥିଲେ । ଏହି ସମୟରେ ପୋଲିସ ଚଢାଉ କରି ଘଟଣାସ୍ଥଳରୁ 10 ଜଣଙ୍କୁ ଗିରଫ କରିଥିଲା । ଗିରଫ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଶୁକ୍ରବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପାରଳାଖେମୁଣ୍ଡି ଥାନାରେ ଏସଡିପିଓ ଠାକୁର ପ୍ରସାଦ ପାତ୍ର ସୂଚନା ଦେଇଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.