ETV Bharat / jagte-raho

ରାଜ୍ୟରେ ବଢୁଛି ନିଶା କାରବାର, ଜାଣନ୍ତୁ ରୋକିବାକୁ କଣ କରୁଛି ଓଡିଶା ପୋଲିସ... - odisha police news

ରାଜ୍ୟରେ ବଢୁଥିବା ନିଶା କାରବାରକୁ ରୋକିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଓଡିଶା ପୋଲିସ । ବିଶେଷ କରି ଗଞ୍ଜେଇ ଓ ବ୍ରାଉନସୁଗାର କାରବାର ରୋକିବାକୁ ପଦକ୍ଷେପ ନେବା ଲାଗି କ୍ରାଇମବ୍ରାଞ୍ଚ ଏସଟିଏଫ୍‌ କାର୍ଯ୍ୟାଳୟରେ ହୋଇଛି ବୈଠକ ।

ଡିଜାଇନ ଫଟୋ
author img

By

Published : Oct 24, 2019, 9:07 PM IST

ଭୁବନେଶ୍ବର: ରାଜ୍ୟରେ ବଢୁଛି ନିଶା କାରବାର। ବେଧଡକ ଚାଲୁଛି ଗଞ୍ଜେଇ ଓ ବ୍ରାଉନସୁଗାର କାରବାର। ଏସବୁ ରୋକିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଓଡିଶା ପୋଲିସ । କ୍ରାଇମବ୍ରାଞ୍ଚ ଏସଟିଏଫ୍‌ କାର୍ଯ୍ୟାଳୟରେ ଏନେଇ ହୋଇଛି ବୈଠକ ।

ରାଜ୍ୟରେ ବଢୁଛି ନିଶା କାରବାର

ପୋଲିସ ଡିଜିଙ୍କ ନେତୃତ୍ବରେ ଏନସିଆରବି, ଓଆରଏସଏସି, ଅବକାରୀ ବିଭାଗର ଅଧିକାରୀ ଏନେଇ ଆଲୋଚନା କରିଛନ୍ତି । ଫୋକସରେ ପଡୋଶୀ ରାଜ୍ୟ ସୀମାବର୍ତ୍ତୀ ଜିଲ୍ଲା ଗୁଡିକ ରହିଛି । ଗଞ୍ଜେଇ ଚାଷକୁ ନଷ୍ଟ କରିବା ଉପରେ ପ୍ରାଧାନ୍ୟ ଦିଆଯାଇଛି । ଏହାସହ ଚୋରା ଚାଲାଣର ରାସ୍ତା ତଥା ମୋଡ ଅଫ ଟ୍ରାନ୍ସପୋଟେସନକୁ ପୋଲିସ ନଜରରେ ରଖିଛି ।

ତେବେ 9ଟି ଜିଲ୍ଲା ସମ୍ବଲପୁର, ଦେବଗଡ, ମାଲକାନଗିରି, ଗଞ୍ଜାମ, ବୌଦ୍ଧ, କୋରାପୁଟ, ରାୟଗଡା, ଅନୁଗୁଳ ଓ କନ୍ଧମାଳରେ ଗଞ୍ଜେଇ କାରବାର ରୋକିବାକୁ ଯୋଜନା ହୋଇଛି।

ସୂଚନା ଅନୁସାରେ, 2018-19ରେ 11ହଜାର 600 ଏକର ଜମିର ପ୍ରାୟ 1.37 କୋଟି ଟଙ୍କାର ଗଞ୍ଜେଇ ନଷ୍ଟ ହୋଇଛି । ଚଳିତ ବର୍ଷ 315.89 କେଜି ଗଞ୍ଜେଇ ସହ 2 କେଜି 953 ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ସେହିପରି 650ଟି ମାମଲାରେ 1035 ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।

2016-17ରେ 3599 ଏକର, 2015-16ରେ 2457.7 ଏକର ଓ 2014-15ରେ 3933.8 ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ସେହିପରି 2017ରେ 304.3 କ୍ବିଣ୍ଟାଲ ଗଞ୍ଜେଇ, 411.51 ଗ୍ରାମ ବ୍ରାଉନସୁଗାର, 138ଟି ଗାଡି ଓ 2.31ଲକ୍ଷ ଟଙ୍କା ଜବତ ହୋଇଛି।

ସେପଟେ 2016ରେ 428.84 କ୍ବିଣ୍ଟାଲ ଗଞ୍ଜେଇ, 704.44 ଗ୍ରାମ ବ୍ରାଉନସୁଗାର, 116ଟି ଗାଡି ଓ 3.08 ଲକ୍ଷ ଟଙ୍କା ଜବତ ହୋଇଛି। 2015ରେ198.12 କ୍ବିଣ୍ଟାଲ ଗଞ୍ଜେଇ, 810 ଗ୍ରାମ ବ୍ରାଉନସୁଗାର, 84ଟି ଗାଡି ସମେତ 11.30 ଲକ୍ଷ ଟଙ୍କା ଜବତ କରାଯାଇଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ମିଳିବନି ବ୍ରାଉନସୁଗାର ସହ ଗଂଜେଇ,
ଜାଣନ୍ତୁ କଣ କରୁଛି ଓଡିଶା ପୋଲିସBody:

ରାଜ୍ଯରେ ବଢୁଛି ନିଶା କାରବାର। ବେଧଡକ ଚାଲୁଛି ଗଂଜେଇ ଓ ବ୍ରାଉନସୁଗାର କାରବାର। ଏସବୁ ରୋକିବା ହୋଇଛି ବଡ କାଠିକରପାଠ। ଏଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଓଡିଶା ପୋଲିସ । କ୍ରାଇମବ୍ରାଚ ଏସଟିଏଫ କାର୍ଯାଳୟରେ ହୋଇଛି ପ୍ରସ୍ତୁତି।ପୋଲିସ ଡିଜିଙ୍କ ନେତୃତ୍ବରେ ଏନସିଆରବି,ଓଆରଏସଏସି,ଏକ୍ସାଇଜ ର ଅଧିକାରିଂକ ସହ ରଣନିତି ଆଲୋଚନା ହୋଇଛି। ଫୋକସରେ ରହିଛି ବର୍ଡର ଷ୍ଟେଟ ଓ ଡିଷ୍ଟ୍ରିକ୍ଟ ଏରିଆ। ଗଂଜେଇ ଚାଷ ଓ ଗଂଜେଇ ନଷ୍ଟ ଉପରେ ପ୍ରଧାନ୍ଯ।ଚୋରା ଚାଲାଣର ରୁଟଲାଇନ ଓ ମୋଡ ଅଫ ଟ୍ରାନସପୋଟେସନ।
ବାଇଟ-ବିଜୟ ଶର୍ମା,ପୋଲିସ ଡିଜି
ତେବେ ୯ଟି ଜିଲ୍ଲା ସମ୍ବଲପୁର,ଦେବଗଡ,ମାଲକାନଗିରି,ଗଂଜାମ,ବୌଦ୍ଧ,କୋରାପୁଟ,ରାୟଗଡା ,ଅନୁଗୁଳ,କନ୍ଧମାଳ ରେ ଗଂଜେଇ କାରବାର ରୋକିବାକୁ ଯୋଜନା ରଖାଯାଇଛି।
୨୦୧୮-୧୯ରେ ୧୧୬୦୦ଏକର ପ୍ରାୟ ୧.୩୭ କୋଟି ଟଙ୍କାର ଗଂଜେଇ ନଷ୍ଟ ହୋଇଛି।ଚଳିତ ବର୍ଷ ୩୧୫.୮୯କେଜି ଗଂଜେଇ ସହ ୨ କେଜି ୯୫୩ ଗ୍ରାମ ବ୍କଯରାଉନ ସୁଗାର ଜବତ କରାଯାଇଛି।୬୫୦ଟି କେସରେ ୧୦୩୫ ଜଣଙ୍କୁ ଗିରଫ କରାଯାଇଥିବା କହିଛନ୍ତି କ୍ରାଇମବ୍ରାଚ ଏଡିଜି।
ବାଇଟ-ଅଂଜନ କୁମାର ମାଣିକ,ଏକ୍ସାଇଜ କମିଶନର
ବାଇଟ-ସନ୍ତୋଷ ଉପାଧ୍ଯାୟ,କ୍ରାଇମବ୍ରାଚ ଏଡିଜି
ତେବେ ସମସ୍ତ ଜିଲ୍ଲାର ଏସପି ମାନଙ୍କୁ କଡା ନିର୍ଦେଶ ଦିଆଯାଇଥିବା ବେଳେ ଗଂଜେଇ ଓ ବ୍ରାଉନସୁଗାର କାରବାର ରୋକିବାକୁ ଆଗାମି ବର୍ଷ ପାଇଁ ଚ୍ଯାଲେଜ ହୋଇଛି।

ସେହିପରି ୨୦୧୬-୧୭ରେ ୩୫୯୯ ଏକର,୨୦୧୫-୧୬ ରେ ୨୪୫୭.୭ ଏକର ଓ ୨୦୧୪-୧୫ରେ ୩୯୩୩.୮ ଏକର ଗଂଜେଇ ଚାଷ ନଷ୍ଟ କରାଯାଇଛି।
ଯାହାକି ୨୦୧୭ରେ ୩୦୪.୩ କ୍ବିଣ୍ଟାଲ ଗଂଜେଇ,୪୧୧.୫୧ ଗ୍ରାମ ବ୍ରାଉନସୁଗାର,୧୩୮ଟି ଗାଡି ଓ ୨.୩୧ ଲଖ୍ଯ ଟଂକା ଜବତ ହୋଇଛି।
୨୦୧୬ରେ ୪୨୮.୮୪ କ୍ବିଣ୍ଟାଲ ଗଂଜେଇ,୭୦୪.୪୪ ଗ୍ରାମ ବ୍ରାଉନ ସୁଗାର,୧୧୬ଟି ଗାଡି,୩.୦୮ ଲଖ୍ଯ ଟଂକା ଜବତ ହୋଇଛି।
୨୦୧୫ରେ ୧୯୮.୧୨କ୍ବିଣ୍ଟାଲ ,୮୧୦ ଗ୍ରାମ ବ୍ରାଉନସୁଗାର,୮୪ଟି ଗାଡି ସମେତ ୧୧.୩୦ ଲଖ୍ଯ ଟଂକା ଜବତ କରାଯାଇଛି।
Conclusion:ବାଇଟ-ବିଜୟ ଶର୍ମା,ପୋଲିସ ଡିଜି
ବାଇଟ-ଅଂଜନ କୁମାର ମାଣିକ,ଏକ୍ସାଇଜ କମିଶନର
ବାଇଟ-ସନ୍ତୋଷ ଉପାଧ୍ଯାୟ,କ୍ରାଇମବ୍ରାଚ ଏଡିଜି
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.