ETV Bharat / jagte-raho

ରାଜ୍ୟରେ କମୁନି ନିଶା କାରବାର, ଚଳିତ ବର୍ଷ ଭାଙ୍ଗିଲା ପୂର୍ବ ବର୍ଷର ଜବତ ରେକର୍ଡ - odisha crime news

ରାଜ୍ୟରେ କମୁନି ନିଶା କାରବାର । ନିଶା ମାଫିଆଙ୍କ ଉପରେ ପଡିନି କୋରୋନାର ପ୍ରଭାବ। ଚଳିତ ବର୍ଷ ଭାଙ୍ଗିଲା ପୂର୍ବ ବର୍ଷର ଜବତ ରେକର୍ଡ । ଅଧିକ ପଢନ୍ତୁ...

drug-trafficking-in-the-state-brokeprevious-years-record
ରାଜ୍ୟରେ କମୁନି ନିଶା କାରବାର, ଚଳିତ ବର୍ଷ ଭାଙ୍ଗିଲା ପୂର୍ବ ବର୍ଷର ଜବତ ରେକର୍ଡ
author img

By

Published : Aug 28, 2020, 5:40 PM IST

ଭୁବନେଶ୍ବର: ରାଜ୍ୟରେ ଥମିବାରେ ନା ନେଉନି ନିଶା କାରବାର । କୋରୋନା ସମୟରେ ବି ଚାଲିଛି ଚୋରା ଚାଲାଣ। ନିଶା ମାଫିଆଙ୍କ ଉପରେ ପଡିନି କୋରୋନାର ପ୍ରଭାବ। ଗଞ୍ଜେଇଠୁ ଆରମ୍ଭ କରି ବ୍ରାଉନସୁଗାର ବେପାର, ଭିନ୍ନ ଭିନ୍ନ ଉପାୟରେ କାରବାର କରୁଛନ୍ତି ନିଶା ତସ୍କର।

କେତେବେଳେ ବହି ଭିତରେ ତ କେତେବେଳେ ଗାଡିର ଷ୍ଟେପିନ୍‌ ଭିତରେ ଓ ପିଇବା ପାଣିଟାଙ୍କି ଗାଡିରେ ବି ଚୋରାଚାଲାଣ କରୁଛନ୍ତି ନିଶା ବେପାରୀ। ଏପଟେ ବେପାରୀଙ୍କ ଉପରେ ନଜର ରଖି ରେଡ କରୁଛନ୍ତି ପୋଲିସ ଓ ସ୍ପେଶାଲ ଟାସ୍କ ଫୋର୍ସ।

ରାଜ୍ୟରେ କମୁନି ନିଶା କାରବାର, ଚଳିତ ବର୍ଷ ଭାଙ୍ଗିଲା ପୂର୍ବ ବର୍ଷର ଜବତ ରେକର୍ଡ

ରେକର୍ଡ ଅନୁସାରେ, ଚଳିତ ବର୍ଷ ଆରମ୍ଭରୁ ଏଯାବତ ରାଜ୍ୟରେ ଜବତ ହୋଇଛି 27 କେଜିର ବ୍ରାଉନ ସୁଗାର । ଯେଉଁଥିରୁ କେବଳ ଏକାକୀ ଏସଟିଏଫ ହାତରେ ଧରାପଡିଛି 20 କେଜି 736 ଗ୍ରାମ। ସେହିପରି ଏସଟିଏଫ 22ଟି କେସରେ 43ଜଣ ଡ୍ରଗ ମାଫିଆଙ୍କୁ ଗିରଫ କରିଛି। ତେବେ ଜବତ ବ୍ରାଉନସୁଗାର 8 ବର୍ଷର ଜବତ ପରିମାଣର ରେକର୍ଡ ଭାଙ୍ଗିଛି ।

କେବଳ ବ୍ରାଉନସୁଗାର ନୁହେଁ ଗଞ୍ଜେଇ କାରବାର ମଧ୍ୟ ବେଶ୍‌ ସକ୍ରିୟ ରହିଛି । ରାଜ୍ୟ ତଥା ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରି ମାଲାମାଲ ହେଉଛନ୍ତି ମାଫିଆ । ଗୋ-ଦାନା ତଥା ସୁଜି ବସ୍ତାରେ ଟ୍ରକଟ୍ରକ ଗଞ୍ଜେଇ ଚାଲାଣ ହେଉଛି ।

ତଥ୍ୟ ଅନୁସାରେ, ଚଳିତ ବର୍ଷ 630 କ୍ବିଣ୍ଟାଲ ଗଞ୍ଜେଇ ଜବତ ହୋଇଛି । 2019 ମସିହାରେ 616.50 କ୍ବିଣ୍ଟାଲ ଓ 2018 ରେ 523.89 କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଥିଲା ଓଡିଶା ପୋଲିସ । ବିଭିନ୍ନ ସମୟରେ ପୋଲିସ ରେଡ୍‌ କରୁଥିଲେ ମଧ୍ୟ ମାଷ୍ଟରମାଇଣ୍ଡ ପାଖରେ ପହଞ୍ଚିପାରୁନଥିବା କୁହାଯାଉଛି ।

ତେବେ କେବଳ 8 ମାସ ଭିତରେ ଗତବର୍ଷର ନିଶାଦ୍ରବ୍ୟର ଜବତ ରେକର୍ଡ ପାର କରିବା ,ରାଜ୍ୟରେ ନିଶାକାରବାରର ଚେର କେତେଯାଏ ଲମ୍ବିଛି, ତାହା ଜଣାପଡୁଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.