ETV Bharat / jagte-raho

କନେଷ୍ଟବଳର କଳାକାରନାମା; ନକଲି ନକ୍ସଲ ସାଜି ମାଗୁଥିଲା ଟଙ୍କା, ଗିରଫ କଲା ପୋଲିସ

ପୋଲିସ କନେଷ୍ଟବଳର କଳାକାରନାମା । ନକଲି ନକ୍ସଲ ସାଜି ମାଗୁଥିଲା ଟଙ୍କା । ତଦନ୍ତ ପରେ ହେଲା ଗିରଫ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡା ବିଷମକଟକ ଥାନା ଅଞ୍ଚଳରେ । ନକଲି ନକ୍ସଲ ଜଣଙ୍କ ରାୟଗଡା ଜିଲ୍ଲା ପୂଜାରୀଗୁଡା ଅଞ୍ଚଳର ଜି ଶ୍ରୀକାନ୍ତ କୁମାର ବୋଲି ଜଣାପଡିଛି । ବର୍ତ୍ତମାନ ସେ ଏପିଆର କନେଷ୍ଟବଳ ଭାବେ କାର୍ଯ୍ୟରତ ।

ପ୍ରତିକାତ୍ମକ ଫଟୋ
author img

By

Published : Sep 15, 2019, 8:39 PM IST

Updated : Sep 17, 2019, 9:11 AM IST

ରାୟଗଡା: ପୋଲିସ କନେଷ୍ଟବଳର କଳାକାରନାମା । ନକଲି ନକ୍ସଲ ସାଜି ମାଗୁଥିଲା ଟଙ୍କା । ତଦନ୍ତ ପରେ ହେଲା ଗିରଫ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡା ବିଷମକଟକ ଥାନା ଅଞ୍ଚଳରେ । ନକଲି ନକ୍ସଲ ଜଣଙ୍କ ରାୟଗଡା ଜିଲ୍ଲା ପୂଜାରୀଗୁଡା ଅଞ୍ଚଳର ଜି ଶ୍ରୀକାନ୍ତ କୁମାର ବୋଲି ଜଣାପଡିଛି । ବର୍ତ୍ତମାନ ସେ ଏପିଆର କନେଷ୍ଟବଳ ଭାବେ କାର୍ଯ୍ୟରତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ସୂଚନା ଅନୁଯାୟୀ, ଅଗଷ୍ଟ 18 ତାରିଖ ଦିନ ଶ୍ରୀକାନ୍ତ ଗୋଟିଗୁଡା ଅଞ୍ଚଳରେ ଥିବା ଏକ ପ୍ଲାଣ୍ଟର ସୁପରଭାଇଜରକୁ ବନ୍ଧୁକ ଦେଖାଇବା ସହ ନିଜକୁ ନକ୍ସଲ ବୋଲି ପରିଚୟ ଦେଇ ଟଙ୍କା ମାଗିଥିଲା । ପରେ ପୁଣିଥରେ ସେପ୍ଟେମ୍ବର 4 ତାରିଖ ଦିନ 8ଟାରେ ସେହି ପ୍ଲାଣ୍ଟର ମାଲିକକୁ ଫୋନ କରି ଟଙ୍କା ମାଗିବା ସହ ଯଦି ଟଙ୍କା ନଦିଅ ତେବେ ସୁପରଭାଇଜରକୁ ମାରିଦିଆଯିବ ବୋଲି ଧମକ ଦେଇଥିଲା । ଏହାକୁ ନେଇ ପ୍ଲାଣ୍ଟ ମାଲିକ ବିଷମକଟକ ଥାନାରେ ଏକ ଅଭିଯୋଗ କରିଥିଲେ ।

ପରେ ପୋଲିସ ତଦନ୍ତ କରି ଶ୍ରୀକାନ୍ତଙ୍କୁ ଗିରଫ କରିଛି । ଗିରଫ ପରେ ତାକୁ କୋର୍ଟ ଚାଲାଣ କରାଯାଇଛି । ତେବେ ତାଠାରୁ ଗୋଟିଏ ବନ୍ଧୁକ ସହ 24 ରାଉଣ୍ଡ ଗୁଳି, ଦୁଇଟି ମାଗାଜିନ, ତିନୋଟି ମୋବାଇଲ ଏବଂ ଗୋଟିଏ ସ୍କୁଟି ଜବତ କରାଯାଇଛି । ସବୁଠୁ ବଡକଥା ହେଲା ସେ 2014 ମସିହାରେ ରାଜ୍ୟ ପୋଲିସ ପଦକ ପାଇଥିବା ବେଳେ ବର୍ତ୍ତମାନ ଜିଲ୍ଲା ଗୁଇନ୍ଦା ସଂସ୍ଥାରେ କାର୍ଯ୍ୟରତ ଅଛନ୍ତି । ତେବେ ଶ୍ରୀକାନ୍ତଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ନାପସନ୍ଦ କରିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ବ୍ୟାଙ୍କ ଏକାଉଣ୍ଟ ରୁ ଟଙ୍କା ଗାଏବ ତାହା ପୁଣି ସରକାରୀ ଟଙ୍କା । ଯାହାକୁ ହଡପ କରିଛନ୍ତି ଖୋଦ ବ୍ୟାଙ୍କ ର ମ୍ୟାନେଜର । ଅନୁଗୋଳ ଜିଲ୍ଲାପାଳ ଙ୍କ ନାଁ ରେ ଥିବା ସରକାରୀ ଏକାଉଣ୍ଟ ରୁ 60 ଲକ୍ଷ ଟଙ୍କା ହଡପ କରିଛନ୍ତି HDFC ବ୍ୟାଙ୍କ ର ମ୍ୟାନେଜର । ଯାହାକୁ ଏବେ ଗିରଫ କରିଛି ପୋଲିସ । ଘଟଣା ରେ କେବଳ ବ୍ୟାଙ୍କ ଅଧିକାରୀଙ୍କ ସମପୃକ୍ତି ରହିଛି ନା ଆଉ କାହାର ହାତ ଅଛି ସେନେଇ ଚାଲିଛି ତଦନ୍ତ । Body:Vo – 1
ଥରେ ଭଲ କରି ଦେଖନ୍ତୁ ପୋଲିସ ହେପାଯତ ରେ ଥିବା ଏହି ବାବୁ ଜଣକୁ । ଏ ହେଉଛନ୍ତି ଶକ୍ତି ବେଦାନ୍ତ ଦାସ । ଘର ଭୁବନେସ୍ଵର ଲିଙ୍ଗରାଜ ଥାନା ଓଲ୍ଡ ଟାଉନରେ । ବାବୁ ଜଣକ ଏବେ ଭୁବନେଶ୍ୱର IDFC ବ୍ୟାଙ୍କ ର ମ୍ୟାନେଜର । ଅନୁଗୋଳ HDFC ବ୍ୟାଙ୍କ ମ୍ୟାନେଜର ଥିବା ବେଳେ ସେ ବ୍ୟାଙ୍କ ରେ ଥିବା ଅନୁଗୋଳ ଜିଲ୍ଲାପାଳ ଙ୍କ ସରକାରୀ ଖାତାରୁ ପ୍ରାୟ 60 ଲକ୍ଷ ଟଙ୍କା ଚଳୁ କରି ନେଇଥିଲେ । ୮ ଚେକ ରେ ଜାଲି ଦସ୍ତଖତ କରି ଟଙ୍କା ନେବା ପରେ ଚାକିରୀ ଛାଡି ଚାଲି ଯାଇଥିଲେ । ଟଙ୍କା ଗାଏବ ଜିଲ୍ଲାପାଳ ଜାଣିବା ପରେ ଅନୁଗୋଳ ଥାନାରେ ଅଭିଯୋଗ କରିଥିଲେ । ଆଉ ଶକ୍ତି ବେଦାନ୍ତଙ୍କୁ ଏହି ଟଙ୍କା ହଡ଼ପ ଅଭିଯୋଗ ରେ ଅନୁଗୋଳ ପୋଲିସ ଗିରଫ କରି କୋଟ ଚାଲାଣ କରିଛି ।
Byte –1 ଜଗମୋହନ ମିନା , ଏସପି ଅନୁଗୋଳ
Vo – 2
ଅନୁଗୋଳ ପୂର୍ବତ୍ତନ ଜିଲ୍ଲାପାଳଙ୍କ ଦସ୍ତଖତ କୁ ଜାଲି କରି ବାବୁ ଜଣଙ୍କ ଏହି ଟଙ୍କା ଆତ୍ମସାତ କରିଥିବା ଜଣା ପଡିଛି । ସବୁଠାରୁ ବଡ କଥା ହେଉଛି ଶକ୍ତି ବ୍ୟାଙ୍କ ରୁ ଟଙ୍କା ଚେକ ମାଧ୍ୟମ ରେ ନେଇଥିବା ବେଳେ ଏଥିରେ କେବା ସେ ନ ଅନ୍ୟ କାହାର ହାତ ରହିଛି ତାକୁ ନେଇ ଚାଲିଛି ଖୋଳତାଡ । ବ୍ୟାଙ୍କ ରେ ସରକାରୀ ଖାତାରୁ ଏତେ ପରିମାଣରେ ଟଙ୍କା ହଡପ କୁ ନେଇ ଏବେ ନାନା ପ୍ରଶ୍ନ ଉଠିଛି । ଯେଉଁଠି ବ୍ୟାଙ୍କ ରେ ସରକାରୀ ଖାତା ରେ ଟଙ୍କା ସୁରକ୍ଷିତ ନୁହଁ ସେଠାରେ ସାଧାରଣ ଲୋକଙ୍କ ଟଙ୍କା କେତେ ସୁରକ୍ଷିତ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ସେପଟେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଙ୍କ କଥା ଏଭଳି କରିବାରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥାଇ ପାରେ । କେବେଳ ମ୍ୟାନେଜର ଚାହିଁଲେ ଟଙ୍କା ଉଠାଇ ପାରିବେ ନାହିଁ ।
Byte – 2 ମନୋରଞ୍ଜନ ପ୍ରଧନ , ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ
Byte – 3 ପ୍ରଦୀପ ପଣ୍ଡା, ସହର ବାସୀ
Conclusion:ଗିରଫ ଏହି ବ୍ୟାଙ୍କ ମ୍ୟାନେଜର ଙ୍କ ବିରୁଦ୍ଧରେ ପୋଲିସ ଦଫା ୪୨୦ , ୪୬୮, ୪୦୯ ଓ ୩୪ ଆଇପିସି ରେ ମାମଲା କରିବା ସହ ଘଟଣା ରେ ଅଧିକ ତଦନ୍ତ କରୁଛି । ସେପଟେ ଖୋଳ ତାଡ ପରେ ବ୍ୟାଙ୍କ ସରକାରୀ ଖାତାକୁ ହଡପ ଟଙ୍କା ଫେରାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ
Last Updated : Sep 17, 2019, 9:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.