ETV Bharat / jagte-raho

ନାଳରୁ ଉଦ୍ଧାର ହେଲା ଶିଶୁର ମୃତଦେହ - ଶିଶୁ ନିଖୋଜ

3 ଦିନ ଧରି ନିଖୋଜ ଥିବା ଶିଶୁ ପୁତ୍ରର ମୃତଦେହ ଏକ ନାଳରୁ ଉଦ୍ଧାର କରିଛି ଦିଲ୍ଲୀ ପୋଲିସ ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Jul 28, 2019, 11:06 PM IST

ନୂଆଦିଲ୍ଲୀ: ରାଜଧାନୀ ସ୍ଥିତ ଏକ୍ସଣ୍ଟେନସନ ଅଞ୍ଚଳର ନାଳ ଭିତରୁ ଏକ ଶିଶୁ ପୁତ୍ରର ମୃତଦେହ ମିଳିଛି । ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ହଇଚଇ ଖେଳିଯାଇଛି । ତେବେ ନାଳରେ ଶିଶୁର ଶବ ଦେଖି ପଥଚାରୀ ମାନେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ସୂଚନାମୁତାବକ, ସହରର କିରାଡି ଅଞ୍ଚଳରେ ପୂର୍ବରୁ ମଧ୍ୟ ଜଣେ ଶିଶୁ ନିଖୋଜ ଥିଲେ । ସେମାନଙ୍କ ପରିବାର ପକ୍ଷରୁ ମଧ୍ୟ ଥାନାରେ ଏତଲା ଦିଆଯାଇଥିଲା । ଏହି ଖବର ପାଇବା ପରେ ଉକ୍ତ ପରିବାର ହସ୍ପିଟାଲରେ ପହଞ୍ଚି ଶିଶୁ ପିନ୍ଧିଥିବା ଡ୍ରେସ ଓ ଚେହେରା ଦେଖି ସେ ତାଙ୍କର ପୁଅ ବୋଲି କହିଥିଲେ ।

ମିଳିଥିବା ଶିଶୁର ନାଁ ସମର୍ଥ । ସେ ଗତ 23 ତାରିଖରୁ ନିଖୋଜ ଥିବାବେଳେ ତାର ବାପା ମା ଦିନରାତି ଶିଶୁଟିକୁ ଖୋଜିବାରେ ଲାଗିପଡିଥିଲେ । ତେବେ ମୃତ ଶିଶୁର ବାପା ଏକ ଫ୍ୟାକ୍ଟ୍ରିରେ ଦିନ ମଜୁରିଆ ଭାବେ କାମ କରନ୍ତି । ତେବେ ଶିଶୁର ମୃତ ଦେହ ପାଇ ପରିବାରରେ ଶୋକର ଛାୟା ଖେଳିଯାଇଛି ।

Intro:Body:

prabhu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.