ETV Bharat / jagte-raho

ଉତ୍ତର ପ୍ରଦେଶରେ ଡର୍ବଲ ମର୍ଡର, ଖୋଳତାଡ କରୁଛି ପୋଲିସ

author img

By

Published : May 25, 2020, 11:31 AM IST

କୋରୋନା ମହାମାରୀକୁ ନେଇ ଲାଗୁ ହୋଇଥିବା ଲକଡାଉନ 4.0 ମଧ୍ୟରେ ଅପରାଧ ମାମଲା ବୃଦ୍ଧି ପାଇଛି । ଉତ୍ତରପ୍ରଦେଶ ଗୌରୀ ନଦୀ କୂଳରେ ଏକ ମଦ ପାର୍ଟୀରେ ଘଟିଥିବା ଡର୍ବଲ ମର୍ଡର ଏହାର ବଡ ଉଦାହରଣ ।

double murder
ୟୁପିରେ ଡର୍ବଲ ମର୍ଡର

ଲକ୍ଷ୍ନୌ: କୋରୋନା ମହାମାରୀକୁ ନେଇ ଲାଗୁ ହୋଇଥିବା ଲକଡାଉନ 4.0 ମଧ୍ୟରେ ଅପରାଧ ମାମଲା ବୃଦ୍ଧି ପାଇଛି । ଉତ୍ତରପ୍ରଦେଶ ଗୌରୀ ନଦୀ କୂଳରେ ଏକ ମଦ ପାର୍ଟୀରେ ଘଟିଥିବା ଡର୍ବଲ ମର୍ଡ ଏହାର ବଡ ଉଦାହରଣ ।

ୟୁପିରେ ଡର୍ବଲ ମର୍ଡର

ସୂଚନା ଅନୁଯାୟୀ, ଏହି ଘଟଣା ଗତ ରବିବାର ଅପରାହ୍ନ ପ୍ରାୟ 3 ଟା ସମୟରେ ଉତ୍ତରପ୍ରଦେଶର ଚୈରୀଚୌରାର ହଙ୍ଗହା ଅଞ୍ଚଳ ବଦଗଦଙ୍ଗା ଗାଁ ନିକଟସ୍ଥ ଗୌରୀ ନଦୀ କୂଳରେ ଘଟିଥିଲା । ଘଟଣାସ୍ଥଳରେ ମଦ୍ୟପଙ୍କ ଆଡ୍ଡା ଜମିଥିଲା । ପାର୍ଟି ଚାଲିଥିବା ସମୟରେ କୌଣସି କଥାକୁ ନେଇ ସେଠାରେ ବିବାଦ ହୋଇଥିଲା । ଏହାପରେ ଦୁଇ ଜଣ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି ।

ଘଟଣା ସମ୍ପର୍କରେ ଖବର ପାଇ 4.30 ସମୟରେ ଡିଆଇଜି ରାଜେଶ ଡି ମାଦକ ରାଓଙ୍କ ସମେତ ବହୁ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିଥିଲେ।

ଘଟଣାସ୍ଥଳରୁ ମଦ ଓ ପାଣି ବୋତଲ, ଚପଲ, ରକ୍ତ ଚିହ୍ନ, 9 ଏମଏମ ବନ୍ଧୁକ ସହ ଏକ ବାଇକ ପୋଲିସ ଉଦ୍ଧାର କରିଛି । ପୋଲିସର ଆଶଙ୍କା ଅନୁଯାୟୀ ଏହି ହତ୍ୟା ମୃତକଙ୍କ ସମ୍ପର୍କୀୟ କରିଛନ୍ତି । ଏପଟେ ହତ୍ୟା କରିବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ରହିଛନ୍ତି । ତେବେ ମୃତକ ଦୁହେଁ ହେଉଛନ୍ତି ଦିବାକର ଏବଂ ତାଙ୍କ ସାଙ୍ଗ କୃଷ୍ଣା ।

ଏପଟେ ପୋଲିସ ମୃତକଙ୍କ ପରିବାର ସହ ଆଲୋଚନା କରି 7 ଜଣଙ୍କ ବିରୋଧେ ମାମଲା ରୁଜୁ କରିଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.