ETV Bharat / jagte-raho

ଅନୁଭବଙ୍କୁ ହତ୍ୟା ଧମକ, ଗୁଜୁରାଟରୁ ଅଭିଯୁକ୍ତ ଗିରଫ - gujurat

ବିଜେଡି ଲୋକସଭା ପ୍ରାର୍ଥୀ ତଥା ସିନେ ତାରକା ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକରେ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ ସ୍ପେଶାଲ ସ୍କ୍ବାର୍ଡ ।

ଡିଜାଇନ ଫଟୋ
author img

By

Published : May 19, 2019, 12:43 PM IST

Updated : May 19, 2019, 2:55 PM IST

କଟକ: କେନ୍ଦ୍ରାପଡ଼ା ଲୋକସଭା ଆସନର ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ ଦେବା ଘଟଣାରେ ପୁଲିସ୍‌ ଜଣକୁ ଗିରଫ କରିଛି । ଧମକ ଦେଇଥିବା ବ୍ୟକ୍ତି ଦିପୁ ବାରିକ ଓରଫ୍‌ କାଳିଆକୁ ଗୁଜୁରାଟରୁ ଗିରଫ କରିଛି କମିଶନରେଟ ପୋଲିସ ସ୍ପେଶାଲ ସ୍କ୍ବାର୍ଡ ଟିମ୍‌ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

କିଛିଦିନ ତଳେ ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ ଦାଦାବଟି ପାଇଁ ଧମକ ମିଳିଥିଲା । ଏକ ଅଜଣା ହ୍ୱାଟସଆପ୍‌ ରେ ତାଙ୍କ ପାଖକୁ ଏହି ମେସେଜ୍ ଆସି ୧୦ ଲକ୍ଷ ଟଙ୍କା ଦାଦାବଟି ଦାବି କରାଯିବା ସହ ନଦେଲେ ହତ୍ୟା ଧମକ ଦିଆଯାଇଥିଲା । ଏନେଇ ନେଇ ଅନୁଭବଙ୍କ ପକ୍ଷରୁ ପୁରୀଘାଟ ଥାନାରେ ଅଭିଯୋଗ କରାଯାଇଛି । ଅଭିଯୋଗ ଆଧାରରେ ପୋଲିସ ୯୧/୨୦୧୯ରେ ଆଇପିସି ୩୮୬ରେ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା ।

ଶେଷରେ ପୋଲିସ ଅଭିଯୁକ୍ତଙ୍କୁ ଗୁଜୁରାଟରୁ ଗିରଫ କରି କଟକ ଆଣିଛି । ରବିବାର କୋର୍ଟ ଚାଲାଣ କରାଯିବ। ବୋଲି ସୂଚନା ଦେଇଛି କଟକ ପୋଲିସ । ଅଭିଯୁକ୍ତ କାଳିଆ କଟକ ଝାଞ୍ଜିରୀମଙ୍ଗଳା ଅଞ୍ଚଳରେ ଭଡ଼ାଘରେ ରହି ମିସ୍ତ୍ରୀ କାମ କରୁଥିଲା ବୋଲି ଜଣାପଡିଛି । ଗିରଫ କାଳିଆ ନାମରେ କୌଣସି ଅପରାଧୀକ ରେକର୍ଡ ନଥିବା କହିଛନ୍ତି କଟକ ଡିସିପି । ଅନୁଭବଙ୍କ ହ୍ୱାଟସଆପ୍‌ ନମ୍ବର କେଉଁଠାରୁ ଯୋଗାଡ କରି ସେଥିରେ ମେସେଜ କରି ଧମକ ଦେଇଥିବା କଥା କହିଛନ୍ତି ଡିସିପି ।

କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ

କଟକ:କେନ୍ଦ୍ରାପଡ଼ା ଲୋକସଭା ଆସନର ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ଧମକ ଦେବା ଘଟଣାରେ ପୁଲିସ୍‌ ଜଣକୁ ଗିରଫ କରିଛି। ଧମକ ଦେଇଥିବା ବ୍ୟକ୍ତି ଜଣକ ଦିପୁ ବାରିକ ଓରଫ କାଳିଆ କୁ ଗୁଜୁୁରାଟ ରୁ କମିଶନରେଟ ପୋଲିସ ର ସ୍ପେଶାଲ ସ୍କ୍ୱାଡ୍ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ଅନୁଭବଙ୍କୁ ହ୍ୱାଟସ୍‌ଆପ୍‌ରେ ମେସେଜ ପଠାଇ ୧୦ ଲକ୍ଷ ଟଙ୍କା ମାଗିବା ସହ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଥିଲା।

ଗତ ୨୯ ତାରିଖରେ କଟକ ପୁରୀଘାଟ ଥାନାରେ ଅନୁଭବ ଏଫ୍ଆଇଆର ଦାଏର କରିଥିଲେ।ଏହି ଘଟଣାର ଛାନ୍‌ଭିନ୍‌ କରି ପୁଲିସ୍‌ ଅଭିଯୁକ୍ତଙ୍କୁ ଗୁଜରାଟରୁ ଗିରଫ କରି କଟକ ଆଣିଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ।  । ସେ  କଟକ ଝାଞ୍ଜିରୀମଙ୍ଗଳା ଅଞ୍ଚଳରେ ଭଡ଼ାଘରେ ରହି ମିସ୍ତ୍ରୀ କାମ କରୁଥିଲେ । 

Visual on mail plz check 
Last Updated : May 19, 2019, 2:55 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.