ମୁମ୍ବାଇ: ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଗୁଣ୍ଡାଗିରି । ଟଙ୍କା ଫେରାଇବାକୁ କେନ୍ଦ୍ରକରି ବୋରିବଲି ପେଟ୍ରୋଲ ପମ୍ପରେ ଜଣେ ବୟସ୍କ ଅଟୋ ଚାଳକଙ୍କୁ ଆକ୍ରମଣ କରିଥିଲେ କର୍ମଚାରୀ । ପରେ ଚିକିତ୍ସାଧିନ ଅବସ୍ଥାରେ ଅଟୋ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ 68 ବର୍ଷିୟ ଅଟୋ ଚାଳକ ରାମଦୁଲାର ଯାଦବ ।ଏପଟେ ଏହି ମାମଲାରେ ପୋଲିସ 5 ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ କରୁଛି ।
ପୋଲିସ ସୂଚନା ମୁତାବକ ମୃତ ରାମଦୁଲାର ଯାଦବ ଅଟୋରେ ଇନ୍ଧନ ଭରିବା ପାଇଁ ବୋରିବଲିର ଏକ ପେଟ୍ରୋଲ ପମ୍ପକୁ ଯାଇଥିଲେ । ଇନ୍ଧନ ଭରିବା ପରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଟଙ୍କା ଦେଇ ବଳକା ଟଙ୍କା ମାଗିଥିଲେ । ହେଲେ କର୍ମଚାରୀ ଟଙ୍କା ନଫେରାଇ ସଙ୍ଗବଦ୍ଧ ଭାବେ ବୃଦ୍ଧଙ୍କୁ ଆକ୍ରମଣ କରିଥିଲେ ।
ଗୁରୁତର ଅବସ୍ଥାରେ ହସପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ହତ୍ୟା ଅଭିଯୋଗରେ 5 ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ପୋଲିସ ।
@ANI