ETV Bharat / international

Russia-Ukrain War: ଯୁଦ୍ଧ ବନ୍ଦ ପାଇଁ ଋଷ ସେନାକୁ ଜେଲେନସ୍କିଙ୍କ ଅନୁରୋଧ

author img

By

Published : May 1, 2022, 10:57 AM IST

ଯୁଦ୍ଧ ବନ୍ଦ ପାଇଁ ଋଷିଆ ସେନାକୁ ଅନୁରୋଧ କଲେ ୟୁକ୍ରେନ ରାଷ୍ଟ୍ରପତି । ଯୁଦ୍ଧ ଜାରି ରହିଲେ ଆଗାମୀ ଦିନରେ ୟୁକ୍ରେନ ବାସିନ୍ଦାଙ୍କ ସହ ହଜାର ହଜାର ଋଷୀୟ ସେନା ମଧ୍ୟ ମୃତାହତ ହେବେ ବୋଲି କହିଲେ ଜେଲେନସ୍କି । ଅଧିକ ପଢନ୍ତୁ

Russia-Ukrain War: ଯୁଦ୍ଧ ନ କରିବାକୁ ଋଷିଆ ସେନାକୁ ଅନୁରୋଧ କଲେ ଜେଲେନସ୍କି

କିଭ୍: ୟୁକ୍ରେନ-ଋଷିଆ ଯୁଦ୍ଧକୁ ଦୁଇ ମାସରୁ ଅଧିକ ସମୟ ବିତିଗଲାଣି । କିନ୍ତୁ ଯୁଦ୍ଧ ବନ୍ଦ ହେବାର ନାଁ ଧରୁନି । ଦୁଇ ଦେଶ ମଧ୍ୟରେ ବାରମ୍ବାର ଶାନ୍ତି ଆଲୋଚନା ହୋଇଥିଲେ ମଧ୍ୟ ତାହା ସବୁଥର ବିଫଳ ହୋଇଛି । ଋଷିଆ ସେନାଙ୍କ ଆକ୍ରମଣରେ ୟୁକ୍ରେନର ଅନେକ ସହର ଧ୍ବଂସ୍ତସ୍ତୁପ ପାଲଟିଛି । ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଲକ୍ଷ ଲକ୍ଷ ପଡୋଶୀ ରାଷ୍ଟ୍ରରେ ଆଶ୍ରୟ ନେଇଛନ୍ତି । କେବଳ ୟୁକ୍ରେନ ନାଗରିକ ନୁହଁନ୍ତି, ବରଂ ଶହ ଶହ ଋଷୀୟ ସେନା ମଧ୍ୟ ପ୍ରାଣ ହରାଇଛନ୍ତି ଯୁଦ୍ଧରେ । ତେଣୁ ଏହି ଧ୍ବଂସଲୀଳାରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ବର୍ତ୍ତମାନ ଋଷିଆ ସେନାକୁ ଅନୁରୋଧ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ସେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଋଷିଆ ସୈନ୍ୟଙ୍କୁ ୟୁକ୍ରେନରେ ଆକ୍ରମଣ ନ କରିବାକୁ ଅନୁରୋଧ କରିଛନ୍ତି ।

ଜେଲେନସ୍କି ଋଷିଆ ସୈନ୍ୟଙ୍କ ଉଦ୍ଦେଶ୍ୟରେ କହିଛନ୍ତି, "ସେମାନେ ୟୁକ୍ରେନରେ ଯୁଦ୍ଧ ନ କରନ୍ତୁ । କାରଣ ଯୁଦ୍ଧ ଜାରି ରହିରେ ସେମାନଙ୍କ ମଧ୍ୟରୁ ହଜାର ହଜାର ଯବାନ ପ୍ରାଣ ହରାଇବାର ସମ୍ଭାବନା ରହିଛି । ଖୋଦ୍ ତାଙ୍କ ଜେନେରାଲ ମଧ୍ୟ ଏହା ଆଶଙ୍କା କରୁଛନ୍ତି । ବର୍ତ୍ତମାନ ଋଷିଆ ନୂଆ ସୈନିକଙ୍କୁ ନିଯୁକ୍ତି ଦେଉଛି । ସେମାନଙ୍କୁ ସେ ସାମାନ୍ୟ ଅଭିଜ୍ଞତା ଏବଂ ପ୍ରେରଣା ଦେଇ ଯୁଦ୍ଧଭୂମିଙ୍କୁ ଠେଲି ଦେଉଛି । ଋଷିଆ କମାଣ୍ଡର ଭଲ ଭାବେ ଜାଣନ୍ତି ଆଗାମୀ କିଛି ସପ୍ତାହ ମଧ୍ୟରେ ଅନେକ ଋଷିଆ ସେନା ମୃତାହତ ହେବେ ।''

''ଋଷିଆ କମାଣ୍ଡର ନିଜ ସୈନିକଙ୍କୁ ମିଛ କହୁଛନ୍ତି । ଆଗାମୀ ଦିନରେ ଅନେକ ସୈନିକ ଯୁଦ୍ଧଭୂମିରେ ପ୍ରାଣ ତ୍ୟାଗ କରିବେ ତାହା ତାଙ୍କୁ ଭଲ ଭାବେ ଜଣା । ସେଥିପାଇଁ ଋଷିଆ ସେନାବାହିନୀ ମୃତଦେହ ସଂରକ୍ଷିତ ରଖିବାକୁ ଅଧିକ ରେଫ୍ରିଜିରେଟର ଟ୍ରକ ପ୍ରସ୍ତୁତ କରୁଛନ୍ତି । ତେଣୁ ଋଷିଆ ସୈନିକ ଯୁଦ୍ଧରୁ ଓହରିଲେ, ନିଜ ଜୀବନ ବଞ୍ଚାଇ ପାରିବେ । ୟୁକ୍ରେନ ମାଟିରେ ମୃତ୍ୟୁବରଣ କରିବା ଠାରୁ ନିଜ ଜନ୍ମମାଟିରେ ଜୀବନ ଧାରଣ କରିବା ଭଲ" ବୋଲି ଋଷିଆ ସୈନିକଙ୍କୁ କହିଛନ୍ତି ଜେଲେନସ୍କି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.