ETV Bharat / international

ଆଣବିକ ଅସ୍ତ୍ର ପ୍ରୟୋଗ କରିପାରେ ଋଷ, ସତର୍କ ରହିବାକୁ ପରାମର୍ଶ ଦେଲେ ଜେଲେନକ୍ସି - ଆଣବିକ ଅସ୍ତ୍ର ପ୍ରୟୋଗ କରିପାରେ ଋଷ

ଋଷ ସେନାଙ୍କ ଘନ ଘନ ମିଶାଇଲ ମାଡରେ କିଭ ସମେତ ଅନେକ ସହର ଧ୍ବଂସସ୍ତୁପ ପାଲଟିଛି । ଏହାରି ଭିତରେ ବିଶ୍ବ ପ୍ରସ୍ତୁତ ରହିବା ଉଚିତ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି । ଅଧିକ ପଢନ୍ତୁ

ଆଣବିକ ଅସ୍ତ୍ର ପ୍ରୟୋଗ କରିପାରେ ଋଷ, ସତର୍କ ରହିବାକୁ ପରାମର୍ଶ ଦେଲେ ଜେଲେନକ୍ସି

author img

By

Published : Apr 17, 2022, 11:55 AM IST

କିଭ: ଋଷ ସେନାଙ୍କ ଘନ ଘନ ମିଶାଇଲ ମାଡରେ କିଭ ସମେତ ଅନେକ ସହର ଧ୍ବଂସସ୍ତୁପ ପାଲଟିଛି । ହଜାର ହଜାର ନିରୀହ ଜୀବନ ଯିବା ସହ ଲକ୍ଷ ଲକ୍ଷ ଲୋକେ ପଡୋଶୀ ରାଷ୍ଟ୍ରରେ ଶରଣାର୍ଥୀ ସାଜିଛନ୍ତି । ଏହାରି ଭିତରେ ବିଶ୍ବ ପ୍ରସ୍ତୁତ ରହିବା ଉଚିତ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି । ଋଷ ଆଣବିକ ଅସ୍ତ୍ର ପ୍ରୟୋଗ କରିବାର ସମ୍ଭାବନା ଥିବାରୁ ବିଶ୍ବ ପ୍ରସ୍ତୁତ ରହିବା ଉଚିତ ବୋଲି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କି ଶନିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ୟୁକ୍ରେନର ଏକ ଗଣମାଧ୍ୟମକୁ ସାକ୍ଷାତକାର ସମୟରେ ଜେଲେନସ୍କି କହିଛନ୍ତି ଯେ, ଋଷ ଆଣବିକ ଅସ୍ତ୍ର ବ୍ୟବହାର କରିବ ବୋଲି ନିଷ୍ପତ୍ତି ନେଇ ସାରିଥିବାରୁ ଆଉ କ୍ଷଣିକେ ମଧ୍ୟ ବିଳମ୍ବ କରିବା ଉଚିତ ନୁହେଁ, ସେଥିପ୍ରତି ପ୍ରସ୍ତୁତି କରିବା ଆବଶ୍ୟକ । ଏଥିପାଇଁ ଆଣ୍ଟି ରେଡିଏସନ ଔଷଧ ଏବଂ ବିମାନ ଆକ୍ରମଣ ନିରୋଧି ଆଶ୍ରୟସ୍ଥଳ ଆବଶ୍ୟକ ହେବ ।

ମୁଁ ନିଶ୍ଚିତ ଯେ, ଋଷ ଯେ କୌଣସି ସମୟରେ ମଧ୍ୟ ଆଣବିକ ଅସ୍ତ୍ର ପ୍ରୟୋଗ କରିପାରେ । ଜେଲେନ୍‌ସ୍କିଙ୍କ ଏହି ସାକ୍ଷାତକାରଟି ୬ଟି ୟୁକ୍ରେନୀୟ ନିଉଜ୍‌ ୱେବସାଇଟ ଏବଂ ୟୁକ୍ରେନୀ ରାଷ୍ଟ୍ରପତିଙ୍କ ଟେଲିଗ୍ରାମ୍‌ରେ ପ୍ରସାରିତ ହୋଇଛି । ଏହା ପୂର୍ବରୁ ଶୁକ୍ରବାର ଦିନ ସେ କହିଥିଲେ ଯେ, ପୁଟିନକୁ ନେଇ ବିଶ୍ବ ଚିନ୍ତିତ ହେବା ଆବଶ୍ୟକ ।

ଏହା ମଧ୍ୟ ପଢନ୍ତୁ: Russia Ukraine War: ଯୁଦ୍ଧ ଭିତରେ କିଭରୁ ୯୦୦ ମୃତଦେହ ଉଦ୍ଧାର

ଅନ୍ୟପଟେ ୟୁକ୍ରେନର ରାଜଧାନୀ କିଭ ଓ ତାର ନିକଟବର୍ତ୍ତୀ ଅଞ୍ଚଳରୁ ଋଷ ସେନା ପ୍ରତ୍ୟାହାର କରିଥିଲେ ମଧ୍ୟ ସେଠାରେ ଆକ୍ରମଣକୁ ଜୋରଦାର କରାଯିବା ନେଇ ଋଷ ପକ୍ଷରୁ ଧମକ ଦିଆଯାଇଥିଲା । ଏବଂ ପରିବର୍ତ୍ତୀ ସମୟରେ ଆକ୍ରମଣ ମଧ୍ୟ କରାଯାଇଥିଲା । ଏହି କ୍ରମରେ ଋଷ ସେନା ପ୍ରତିଶୋଧ ପରାୟଣ ହୋଇ ଶୁକ୍ରବାର ୟୁକ୍ରେନର ରାଜଧାନୀ କିଭ ଉପରେ ଜୋରଦାର ଆକ୍ରମଣ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.