ETV Bharat / international

118 ବର୍ଷରେ ବିଶ୍ବର ସବୁଠାରୁ ବୟସ୍କ ବୃଦ୍ଧାଙ୍କ ପରଲୋକ

author img

By

Published : Jan 18, 2023, 5:46 PM IST

ଦକ୍ଷିଣ ଫ୍ରାନ୍ସର 118 ବର୍ଷୀୟ ବିଶ୍ବର ସବୁଠୁ ବୟସ୍କ ବୃଦ୍ଧା ଲ୍ୟୁସିଲ ରୈଣ୍ଡନଙ୍କ ପରଲୋକ ଘଟିଛି । ଅଧିକ ପଢ଼ନ୍ତୁ

world oldest person lucile randon
ଦୁନିଆର ସବୁଠାରୁ ବୟସ୍କ ବୃଦ୍ଧା ଲ୍ୟୁସିଲ ରୈଣ୍ଡନ

ଫ୍ରାନ୍ସ: ଦୁନିଆର ସବୁଠାରୁ ବୟସ୍କ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ 118 ବର୍ଷ ହୋଇଥିଲା । ବୃଦ୍ଧ ମହିଳା ଜଣକ ହେଉଛନ୍ତି ଦକ୍ଷିଣ ଫ୍ରାନ୍ସର ଲ୍ୟୁସିଲ ରୈଣ୍ଡନ । ସିଷ୍ଟର ଆନ୍ଦ୍ରେ ଭାବେ ସେ ବେଶ ଜଣାଶୁଣା । ସୂଚନା ଅନୁଯାୟୀ 11 ଫେବୃଆରୀ 1904 ମସିହାରେ ଦକ୍ଷିଣ ଫ୍ରାନ୍ସରେ ସେ ଜନ୍ମ ଗ୍ରହଣ କରିଥିଲେ । ବିଶ୍ବର ସବୁଠାରୁ ବୟସ୍କ ବ୍ୟକ୍ତି ଭାବେ ସେ ମାନ୍ୟତା ପାଇଥିଲେ ।

ଖବର ମୁତାବକ ଡେଭିଡ ଟାଭେଲା ନାମକ ଜଣେ ପ୍ରବକ୍ତା କହିଛନ୍ତି, ବିଶ୍ବର ସବୁଠାରୁ ବୟସ୍କ ବୃଦ୍ଧା ଫ୍ରାନ୍ସର ଲ୍ୟୁସିଲ ରୈଣ୍ଡନଙ୍କ ମୃତ୍ୟୁ ଘଟିଛି । ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି । ଏହା ଅତ୍ୟନ୍ତ ଦୁଃଖଦ ଖବର । ମୃତ୍ୟୁ ପୂର୍ବରୁ ତାଙ୍କ ପ୍ରିୟ ଭାଇଙ୍କୁ ଭେଟିବାକୁ ଲ୍ୟୁସିଲଙ୍କ ଇଚ୍ଛା ଥିଲା । ତାଙ୍କ ପାଇଁ ଏହା ଏକ ପ୍ରକାର ମୁକ୍ତି ବୋଲି ସାଣ୍ଟେ-କ୍ୟାଥରିନ ଲାବେରୀ ନର୍ସିଂହୋମ ପ୍ରବକ୍ତା ଡେଭିଡ ଟାଭେଲା କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Microsoft lay-off: ଏକକାଳୀନ 11 ହଜାର କର୍ମଚାରୀଙ୍କ ଛଟେଇ କରିବ ମାଇକ୍ରୋସଫ୍ଟ

ଜାପାନର କେନ ତାନାକା ଗତ ବର୍ଷ 119 ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ । ଏହାପରେ ଲ୍ୟୁସିଲ ରୈଣ୍ଡନ ଦୁନିଆର ସବୁଠାରୁ ଅଧିକ ବୟସ୍କା ଥିଲେ । 1944 ମସିହାରେ 40 ବର୍ଷ ବୟସରେ ଜଣେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ପରିଣତ ବୟସରେ ମଧ୍ୟ ଲ୍ୟୁସିଲ ରୈଣ୍ଡନ ନିଜକୁ ସୁସ୍ଥ ମନେ କରୁଥିଲେ । 108 ବର୍ଷ ବୟସରେ ମଧ୍ୟ ସେ କାମ କରୁଥିଲେ । 2021 ମସିହାରେ ଲ୍ୟୁସିଲ ରୈଣ୍ଡନଙ୍କୁ କୋଭିଡ ସଂକ୍ରମଣ ହୋଇଥିଲା । କିନ୍ତୁ କୋଭିଡକୁ ମାତ ଦେଇ ଲ୍ୟୁସିଲ ସୁସନ୍ତ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: Pakistan Crisis: ଭିକ୍ଷା ଥାଳ ଧରି ପୂରା ବିଶ୍ୱ ବୁଲୁଛି ପାକିସ୍ତାନ, ସରିଫ କହିଲେ ଶେଷ ଭରସା ଭାରତ

ଏହା ପୂର୍ବରୁ, ଗତ ବର୍ଷ ସ୍ପେନର 112 ବର୍ଷୀୟ ବିଶ୍ବର ବୟସ୍କ ବ୍ୟକ୍ତି ସାଣ୍ଟିଆଗୋ ଡେ' ଲା' ଫୁଏଣ୍ଟାଙ୍କ ପରଲୋକ ଘଟିଥିଲା । ବିଶ୍ବର ସବୁଠୁ ବୟସ୍କ ବ୍ୟକ୍ତି ଭାବରେ 2021 ସେପ୍ଟେମ୍ବର ମାସରେ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଥିଲେ । ସ୍ପେନ୍‌ର ଲିଓନରେ ୧୯୦୯ ମସିହା ଫେବୃଆରୀ ୧୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ସାଣ୍ଟିଆଗ । ସେ ସ୍ପାନିସ୍‌ ଫ୍ଲୁ ସମୟରେ ରହିଥିଲେ । ତାଙ୍କର 8ଟି ସନ୍ତାନ, 14 ନାତି ଏବଂ 22 ଅଣ ନାତି ନାତୁଣୀ ରହିଛନ୍ତି । କୋରୋନା ମହାମାରୀ ସମୟରେ ସେ ନିଜ ଅଞ୍ଚଳର ପ୍ରଥମ ଟିକା ନେଇଥିବା ବ୍ୟକ୍ତି ବୋଲି ଜଣାପଡ଼ିଛି । ସାଣ୍ଟିଆଗୋ ଲିଓନରେ ଏକ ଫୁଟବଲ କ୍ଲବ ମଧ୍ୟ ପ୍ରତିଷ୍ଠା କରିଥିଲେ । ଯାହାର ବର୍ତ୍ତମାନ ଅନେକ ଜୁନିଅର୍ ଦଳ ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.