ETV Bharat / international

Russia's Crisis: କିଏ ଏହି ୟେବଗେନି ପ୍ରିଗୋଝିନ, କେମିତି ହେଲେ ଏତେ ଶକ୍ତିଶାଳୀ - ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ

ଋଷ ଶାସନକୁ ସିଧା ଚ୍ୟାଲେଞ୍ଜ ଦେଇଥିବା ୟେବଗେନି ପ୍ରିଗୋଝିନଙ୍କୁ ନେଇ ଚର୍ଚ୍ଚା । କିଏ ଏହି ବ୍ୟକ୍ତି, କିପରି ହେଲେ ଏତେ ଶକ୍ତିଶାଳୀ । ପୁଟିନଙ୍କ ସହ କିପରି ଥିଲା ଘନିଷ୍ଠତା । ଅଧିକ ପଢନ୍ତୁ

Russia's Crisis: କିଏ ଏହି ୟେବଗେନି ପ୍ରିଗୋଝିନ, କେମିତି ହେଲେ ଏତେ ଶକ୍ତିଶାଳୀ

author img

By

Published : Jun 25, 2023, 9:00 PM IST

ହାଇଦ୍ରାବାଦ: ବିଶ୍ବର ଦ୍ବିତୀୟ ବୃହତ୍ତମ ସାମରିକ ଶକ୍ତି ଋଷରେ ମାତ୍ର କିଛି ଘଣ୍ଟା ମଧ୍ୟରେ ରାଜନୈତିକ ସ୍ଥିତି ଅସ୍ଥିରତାରେ ବଦଳିଛି । ନାଟୋ ଦେଶଙ୍କ ସମର୍ଥନ ସତ୍ତ୍ବେ ମଧ୍ୟ ୟୁକ୍ରେନକୁ ପ୍ରଚଣ୍ଡ ଆକ୍ରମଣ କରି ସମଗ୍ର ବିଶ୍ବକୁ ଚକିତ କରିଦେଇଥିବା ଋଷରେ ଦେଖାଯାଇଥିବା ଗୃହଯୁଦ୍ଧ ସଙ୍କଟ ଶକ୍ତିଶାଳୀ ପୁଟିନ ଶାସନର ଅସ୍ଥିତ୍ବକୁ ନେଇ ନାନା ଆଶଙ୍କା ସୃଷ୍ଟି କରିଛି । ସ୍ଥିତି ସାମାନ୍ୟ ନିୟନ୍ତ୍ରଣକୁ ଆସିଥିଲେ ସୁଦ୍ଧା ଏହି ପରିବର୍ତ୍ତନକୁ ବିଶ୍ବ ରଣନୈତିକ ଦୃଶ୍ୟପଟରେ ଅତି ସହଜରେ ଗ୍ରହଣ କରାଯାଇ ପାରୁନାହିଁ । ମାତ୍ର କିଛି ଘଣ୍ଟା ମଧ୍ୟରେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଛାଇ ହୋଇଗଲା ୟେବଗେନି ପ୍ରିଗୋଝିନଙ୍କ ନାଁ । ଦ୍ବିତୀୟ ବୃହତ୍ତମ ସାମରିକ ଶକ୍ତି ଋଷର ରାଷ୍ଟ୍ରପତିଙ୍କୁ ଗାଦିଚ୍ୟୁତ କରିବା ପାଇଁ ସିଧା ଚେତାବନୀ ଦେଇପାରୁଥିବା କିଏ ଏହି ବ୍ୟକ୍ତି ।

ଏକ ଘରୋଇ ସେନାର ମୁଖ୍ୟ କମାଣ୍ଡର ଭାବେ ନେତୃତ୍ବ ନେଉଥିବା ୟେବଗେନି ପ୍ରିଗୋଝିନଙ୍କ ସମ୍ପର୍କରେ ସବୁଠି ଚର୍ଚ୍ଚା । ପ୍ରାୟ ସମସ୍ତ ସାର୍ବଭୌମ ଦେଶରେ ଜାତୀୟ ସେନା ରହିଥାଏ । ତେବେ ଘରୋଇ ଆର୍ମି କ’ଣ । ଆଣବିକ ଶକ୍ତି ସମ୍ପନ୍ନ ଋଷ ପରି ଶକ୍ତିଶାଳୀ ଦେଶ ନିକଟରେ ତିନି ସେନା ଥିବା ସତ୍ତ୍ବେ ମଧ୍ୟ ଏହାର ଆବଶ୍ୟକତା କ’ଣ ଥିଲା । କାହିଁଁକି ୟେବଗେନି ପ୍ରିଗୋଝିନ ରାଷ୍ଟ୍ରପତି ପୁଟିନଙ୍କର ଏତେ ଆନୁଗତ୍ୟ ଥିଲେ । ତେବେ ହଠାତ ହେଲା କ’ଣ । ଏହାକୁ ନେଇ ସାରା ବିଶ୍ବର ପ୍ରତିରକ୍ଷା ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ମତ ଦେଉଛନ୍ତି ।

ୟେବଗେନି ପ୍ରିଗୋଝିନ କିଏ ?

62 ବର୍ଷୀୟ ୟେବଗେନି ପ୍ରିଗୋଝିନ ସମ୍ପର୍କରେ ଏବେ ଏକାଧିକ ରୋଚକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଏହି ଶକ୍ତିଶାଳୀ ବ୍ୟକ୍ତି କୌଣସି ମୂଳ ସାମରିକ, ରାଜନୈତିକ କିମ୍ବା କୂଟନୈତିକ ପୃଷ୍ଠଭୂମିରୁ ଆସନ୍ତିନାହିଁ । ବରଂ ଏହା ପୂର୍ବରୁ ତାଙ୍କର ଏକ ରୋଚକ ଇତିହାସ ମଧ୍ୟ ରହିଛି । ସେ ପୂର୍ବରୁ ଡକାୟତି ମାମଲାରେ ଜେଲ ମଧ୍ୟ ଯାଇସାରିଛନ୍ତି । 1981 ମସିହାରେ ଆକ୍ରମଣ ଏବଂ ଡକାୟତି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ 12 ବର୍ଷ ଜେଲ ଦଣ୍ଡାଦେଶରେ ଦଣ୍ଡିତ ମଧ୍ୟ ହୋଇଥିଲେ । ପରେ ସେ ଜେଲରୁ ମୁକ୍ତ ହୋଇ 90 ଦଶକରେ ସେଣ୍ଟ ପିଟର୍ସବର୍ଗରେ ଏକ ରେସ୍ତୋରାଁ ଖୋଲି ବ୍ୟବସାୟ ଆରମ୍ଭ କଲେ । ସେହି ଠାରୁ ହିଁ ଭ୍ଲାଦିମିର ପୁଟିନଙ୍କ ସହ ତାଙ୍କର ପରିଚୟ ହେଲା । ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଘନିଷ୍ଠ ହେଲା । ଧିରେ ଧିରେ ସେ ପୁଟିନଙ୍କ ସହ ମହାନ ଋଷୀୟ ସାମ୍ୟବାଦୀ ନେତା ଷ୍ଟାଲିନଙ୍କୁ ସମର୍ଥନ କରୁଥିବା ଦଳର ସଦସ୍ୟ ହୋଇଥିଲେ । ଏହାରି ମଧ୍ୟରେ ସେ ଋଷର ଜଣେ ବିତ୍ତଶାଳୀ ବ୍ୟବସାୟୀ ଭାବେ ପରିଚୟ ପାଇସାରିଥିଲେ । ପରବର୍ତ୍ତୀ ସମୟରେ ସେ ଏକ ଘରୋଇ ବା ବେସରକାରୀ ସେନା ଗଠନ କଲେ । ଏଥିରେ ଋଷ ଓ ଅନ୍ୟ ଦେଶର ନାଗରିକଙ୍କୁ ସାମିଲ କରିବା ଆରମ୍ଭ କଲେ । ଏହା ପଛରେ ପୁଟିନଙ୍କ ଦୃଢ ସମର୍ଥନ ଓ ତାଙ୍କ ନିର୍ଦ୍ଦେଶରେ ଋଷ ସେନାର ପୃଷ୍ଟପୋଷକତା ମଧ୍ୟ ରହିଥିଲା । ଏହି ବେସରକାରୀ ବା ଘରୋଇ ସେନାର ନାମ ରଖାଯାଇଥିଲା ୱାଗନର୍ ଗ୍ରୁପ ।

ୱାଗନର୍ ଗ୍ରୁପ କେମିତି ହେଲା ଏତେ ଶକ୍ତିଶାଳୀ:-

ଏହି ବେସାମରିକ ଆର୍ମି 2014ରେ କ୍ରିମିଆ, ସିରିଆ ଓ ଉତ୍ତର ଆଫ୍ରିକାରେ ଋଷ ପକ୍ଷରୁ ଯୁଦ୍ଧ ଲଢିଥିଲା । ସେଠାରେ ଋଷ ସେନାକୁ ସହଯୋଗ କରିଥିଲା ଏହି ପ୍ରାଇଭେଟ ଆର୍ମି । କିଛି କ୍ଷେତ୍ରରେ ଦେଶର ଜାତୀୟ ସେନା ବ୍ୟବହାର କରିବାରେ ଅନ୍ତର୍ଜାତୀୟ କଟକଣା ଥିବାରୁ ଏହାକୁ ପୁଟିନ ଅତି ଚତୁରତାର ସହ ବ୍ୟବହାର କରିଥିଲେ ।

ଏହି ଗୋଷ୍ଠୀରେ ଋଷିଆରେ ବନ୍ଦୀ ଥିବା ବହୁ କଏଦୀଙ୍କୁ ମୁକ୍ତ କରାଯାଇ ସାମିଲ କରାଯାଇଥିଲା । ଋଷରେ ଅପରାଧ ଘଟାଇ ଜେଲରେ ବନ୍ଦ ଥିବା କଏଦୀମାନେ ମୁକ୍ତ ହେବା ପ୍ରଲୋଭନରେ ଏହି ଘରୋଇ ସେନାରେ ସାମିଲ ହେବାକୁ କୌଣସି କୁଣ୍ଠାବୋଧ ପ୍ରକାଶ କରିନଥିଲେ । ଫଳରେ ଏହା ଧିରେ ଧିରେ ଶକ୍ତିଶାଳୀ ହେବାକୁ ଲାଗିଲା । ବିଭିନ୍ନ ସାମରିକ କାର୍ଯ୍ୟାନୁଷ୍ଠାନରେ ଏହାର ହଜାରରୁ ଅଧିକ ସୈନିକଙ୍କ ମୃତ୍ୟୁ ହୋଇଥିଲେ ସୁଦ୍ଧା ଏହା ଏବ ମଧ୍ୟ ଦୁର୍ବଳ ହୋଇନାହିଁ ।

କେବେଠାରୁ ପୁଟିନଙ୍କ ସହ ତିକ୍ତ ହେଲା ସମ୍ପର୍କ:-

ଋଷର ୟୁକ୍ରେନ ଆକ୍ରମଣ ଓ ନାଟୋ ଯୁଦ୍ଧନୀତିର ବିରୋଧକୁ ସମ୍ପୂର୍ଣ୍ଣ ସମର୍ଥନ କରୁଥିଲା ଓ୍ବାଗନର ଗୋଷ୍ଠୀ । ୟୁକ୍ରେନ ସାମରିକ ମିଶନରେ ସେ ଅଂଶ ମଧ୍ୟ ଗ୍ରହଣ କରିଥିଲେ । ହେଲେ ଏହି ସାମରିକ ମିଶନ ଅଧାରେ ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ପ୍ରିଗୋଝିନଙ୍କ ମଧ୍ୟରେ ମତାନ୍ତର ହେବା ଆରମ୍ଭ ହେଲା । ସେହି କାରଣରୁ ପର୍ଯ୍ୟାୟକ୍ରମେ ଗତବର୍ଷ ଅକ୍ଟୋବରରୁ ପୁଟିନ ଏବଂ ପ୍ରିଗୋଝିନଙ୍କ ମଧ୍ୟରେ ସମ୍ପର୍କ ଖରାପ ହେବାକୁ ଆରମ୍ଭ କରିଥିବା ଚର୍ଚ୍ଚା ହୁଏ । ଋଷ ସେନା ଲିମାନ ସହରରୁ ହଟିବା ନିଷ୍ପତ୍ତିକୁ ପ୍ରିଗୋଝିନ ପ୍ରଥମେ ବିରୋଧ କରିଥିଲେ । ଏହା ଋଷ ପାଇଁ ଲଜ୍ଜାର ବିଷୟ କହି ପ୍ରତିରକ୍ଷା ମନ୍ତ୍ରଣାଳୟ ଉପରେ ନିଷ୍ପତ୍ତି ବଦଳାଇବା ପାଇଁ ଚାପ ମଧ୍ୟ ପକାଇଥିଲେ । ହେଲେ ସେ ନିଷ୍ପତ୍ତି ପରିବର୍ତ୍ତନ କରିପାରିନଥିଲେ ।

ପୁଟିନଙ୍କ ସହ ସମ୍ପର୍କ କେବେ ଖରାପ ହେଲା ?

ଚଳିତ ବର୍ଷ ଫେବୃଆରୀରେ ପ୍ରିଗୋଝିନ ଋଷର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଏଗୁ ଏବଂ ପୁଟିନଙ୍କ ବରିଷ୍ଠ ଜେନେରାଲ୍ ଭାଲେରୀ ଜେରାସିମୋଭଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ । ତାଙ୍କ ସେନାକୁ ଋଷ ସମର୍ଥନ କରୁନଥିବା ଓ ଗୁଳିଗୋଳା ଅସ୍ତ୍ରଶସ୍ତ୍ର ଯୋଗାଉନଥିବା ସେ ଅଭିଯୋଗ ଆଣି ଭିଡିଓ ମଧ୍ୟ ଜାରି କରିଥିଲେ । ଏହା ମଧ୍ୟ କୁହାଯାଏ, ଯେ ଋଷ ସରକାର ଏହି ଘରୋଇ ସେନାର ବଢୁଥିବା ଶକ୍ତି ଦେଖି ଏହା ଉପରେ ନିୟନ୍ତ୍ରଣ ଆଣିବାକୁ ଏକ ଚୁକ୍ତିବଦ୍ଧ ହେବାର ନିୟମ ଆଣିଥିଲେ । ଯାହାକୁ ପ୍ରିଗୋଝିନ ଗ୍ରହଣ କରିନଥିଲେ । ହସ୍ତାକ୍ଷର କରିବାକୁ ସିଧା ମନା କରିବା ସହ କ୍ରେମଲିନକୁ ସମାଲୋଚନା କରିଥିଲେ ।

ଘଟଣାକ୍ରମ ଉପରେ ରହିଛି ବିଶ୍ବର ନଜର:-

ତାର ମାତ୍ର କିଛି ଦିନ ପରେ ସେ ସିଧାସଳଖ ଋଷ ଶାସନ ବିରୋଧରେ ଯୁଦ୍ଧ ଡାକରା ଦେଇଛନ୍ତି । ଗତକାଲି ମସ୍କୋରେ ହାଇଆଲର୍ଟ ଜାରି କରାଯାଇଥିଲା । ଆଜି ବେଲାଋଷ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଓ ମଧ୍ୟସ୍ଥତା ପରେ ପ୍ରିଗୋଝିନଙ୍କ ସେନା ନିଜ କଠୋର ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଛି । ରାଜଧାନୀ ଅଭିମୁଖେ ବାହାରିଥିବା ତାଙ୍କ ସେନା ପୁଣି ସୀମାନ୍ତ ଶିବିରକୁ ଫେରିବାକୁ ନିଷ୍ପତ୍ତି ନେଇଛି । ହେଲେ ଏହାକୁ ସିଧାସଳଖ ଦେଶଦ୍ରୋହ ବୋଲି କହିବା ସହ ବିଦ୍ରୋହୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପୁଟିନ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ପୁଟିନ ଓ ଓ୍ବାଗନର ସେନା ମୁଖ୍ୟ ପ୍ରିଗୋଝିନଙ୍କ ପରବର୍ତ୍ତୀ ନିଷ୍ପତ୍ତି ଉପରେ ସମଗ୍ର ବିଶ୍ବର ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.