ETV Bharat / international

ଯୁଦ୍ଧ ବନ୍ଦ କରିବାକୁ ଇସ୍ରାଏଲକୁ ଅନୁରୋଧ କଲା ଆମେରିକା

US Urges To End Gaza War: ଗାଜାରେ ଯୁଦ୍ଧ ବନ୍ଦ କରିବାକୁ ଇସ୍ରାଏଲକୁ ଅନୁରୋଧ କଲା ଆମେରିକା । ଯଥାଶୀଘ୍ର ଏହି ଲଢ଼େଇ ବନ୍ଦ ହେଉ ବୋଲି ଆମେ ଚାହୁଁଛୁ କହିଲା ହ୍ବାଇଟ୍ ହାଉସ୍ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Dec 15, 2023, 10:28 AM IST

ଇସ୍ରାଏଲ ହମାସ ଯୁଦ୍ଧ
ଇସ୍ରାଏଲ ହମାସ ଯୁଦ୍ଧ

ୱାଶିଂଟନ: ଦୁଇ ମାସ ବିତିଗଲାଣି, ହମାସ୍ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଛି ଲଢ଼େଇ । ଅକ୍ଟୋବର ୭ରେ ହମାସ୍‌ର ଆକ୍ରମଣ ପରଠୁ ଗାଜାରେ ଲଗାତାର ଗୁଳିଗୋଳା ବୋମା ବର୍ଷଣ କରୁଛି ଇସ୍ରାଏଲ ସେନା । ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଛି । ଶହ ଶହ ସଂଖ୍ୟାକ ଶିଶୁଙ୍କ ଜୀବନ ଚାଲିଯାଉଛି । ଏସବୁ ଭିତରେ ଗାଜାରେ ଉତ୍କଟ ମାନବୀୟ ସଙ୍କଟ ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଇଛି । ତେଣୁ ଯଥାଶୀଘ୍ର ଏହି ଯୁଦ୍ଧରେ ଯବନିକା ଟାଣିବାକୁ ମିଳିତ ଜାତିସଂଘ ସହ ବିଭିନ୍ନ ରାଷ୍ଟ୍ର ପ୍ରଚେଷ୍ଟା କରୁଛନ୍ତି । ଏବେ ଆମେରିକା ମଧ୍ୟ ଗାଜାରେ ଆକ୍ରମଣ ବନ୍ଦ ପାଇଁ ଇସ୍ରାଏଲକୁ ପରୋକ୍ଷରେ ଅନୁରୋଧ କରିଛି ।

ଗୁରୁବାର ହ୍ବାଇଟ୍ ହାଉସ ପକ୍ଷରୁ କୁହାଯାଇଛି, ଆମେ ଚାହୁଁଛୁ ଯେତେ ଶୀଘ୍ର ସମ୍ଭବ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ବନ୍ଦ ହେଉ । କିନ୍ତୁ ଯୁଦ୍ଧ ବନ୍ଦ କରିବାକୁ ଆମେରିକା କୌଣସି ସର୍ତ୍ତ ନିର୍ଦ୍ଧାରିତ କରିବ ନାହିଁ । ଇସ୍ରାଏଲର ନିଜ ସୁରକ୍ଷା ଅଧିକାର ଅଛି । ହମାସ୍‌ ଜନିତ ବିପଦ ଶେଷ କରିବା ଏହାର ଅଧିକାର ଅଟେ । ଯଦି ହମାସ୍ ମୁଖ୍ୟ ୟହୟା ସିନୱର ଆତ୍ମସମର୍ପଣ କରିନ୍ତ ଏବଂ ପଣବନ୍ଦୀଙ୍କୁ ମୁକ୍ତ କରନ୍ତି, ତାହେଲେ ଗାଜା ଯୁଦ୍ଧ ବନ୍ଦ ହୋଇପାରିବ ।

ଏହା ମଧ୍ୟ ପଢନ୍ତୁ: ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ: 'ବନ୍ଦ ହେବନି ଗାଜା ଯୁଦ୍ଧ, ଆମକୁ କେହି ରୋକି ପାରିବେନି'

ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଆମେରିକାର ଜାତୀୟ ସୁରକ୍ଷା ପରିଷଦ କୋର୍ଡିନେଟର ଜନ କିର୍ବି କହିଛନ୍ତି, "ଗାଜାରେ ଯୁଦ୍ଧ ଯଥାସମ୍ଭବ ବନ୍ଦ ହେଉ ବୋଲି ଆମେ ସମସ୍ତେ ଚାହୁଁଛୁ । ଯଦି ସିନୱାର ଠିକ୍ ବାଟରେ ଚାଲି ଅସ୍ତ୍ର ତ୍ୟାଗ କରିନ୍ତି ଏବଂ ବନ୍ଧକମାନଙ୍କୁ ମୁକ୍ତ କରି ଆତ୍ମସମର୍ପଣ କରନ୍ତି ତାହେଲେ ଏହି ସଂଘର୍ଷରେ ବିରାମ ଲାଗିପାରିବ । କାରଣ ପ୍ରଥମେ ହମାସ୍ ଯୁଦ୍ଧ ଆରମ୍ଭ କରିଥିଲା । ନିଜ ଲୋକଙ୍କୁ ସୁରକ୍ଷା ଦେବାର ଇସ୍ରାଏଲର ଅଧିକାର ଅଛି । ହେଲେ ଏହି ଯୁଦ୍ଧ ଆଉ କେତେ ଦିନ ଚାଲିବ, ଆମେ କଳ୍ପନା କରିପାରୁନୁ । ତୁରନ୍ତ ଯୁଦ୍ଧ ବନ୍ଦ ପାଇଁ ଆମେ ଇସ୍ରାଏଲକୁ ନିର୍ଦ୍ଦେଶ ଦେଇପାରିବୁ ନାହିଁ । ଯେପର୍ଯ୍ୟନ୍ତ ବିପଦ ସମ୍ପୂର୍ଣ୍ଣ ଟଳିଛି ବୋଲି ଇସ୍ରାଏଲ ଅନୁଭବ ନକରୁଛି ସେତେ ପର୍ଯ୍ୟନ୍ତ ଏହା ଯୁଦ୍ଧ ଜାରି ରଖିବ । କିନ୍ତୁ ଯଥାଶୀଘ୍ର ଏସବୁ ବନ୍ଦ ହେଉ ବୋଲି ଆମେ ସମସ୍ତେ ଚାହୁଁଛୁ ।"

ଗାଜାରେ ଯୁଦ୍ଧ ବନ୍ଦ ପାଇଁ ଇସ୍ରାଏଲ ଉପରେ ଅନ୍ତର୍ଜାତୀୟ ଚାପ ପଡୁଛି । କିନ୍ତୁ ହମାସ୍‌ ଆତଙ୍କୀଙ୍କୁ ନିପାତ କରିବାକୁ ପଣ କରିଥିବା ଇସ୍ରାଏଲ ଆକ୍ରମଣ ବନ୍ଦ କରିବାର ନାଁ ଧରୁନି । ଏମିତିକି ଯେତେ ଚାପ ପଡିଲେ ବି ଏହି ଯୁଦ୍ଧ ବନ୍ଦ ହେବନି ବୋଲି ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ସଫା ସଫା କହିଛନ୍ତି । ଗତ ଅକ୍ଟୋବର ୭ ତାରିଖରୁ ଚାଲିଥିବା ଏହି ହମାସ୍ ଓ ଇସ୍ରାଏଲ ଯୁଦ୍ଧରେ ଗାଜାରେ ୧୮, ୬୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ସେଥିମଧ୍ୟରେ ଅଧିକ ସଂଖ୍ୟକ ମହିଳା ଓ ଶିଶୁ ରହିଛନ୍ତି । ଇସ୍ରାଏଲରେ ୧୨୦୦ ଲୋକଙ୍କ ଜୀବନ ହାନି ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.