ETV Bharat / international

ପୁଣି ଅଶାନ୍ତ ଆମେରିକା: ହସ୍ପିଟାଲରେ ଗୁଳିମାଡ, ମୃତକଙ୍କ ସଂଖ୍ୟା ୫କୁ ବୃଦ୍ଧି

author img

By

Published : Jun 2, 2022, 9:44 AM IST

Updated : Jun 2, 2022, 2:25 PM IST

ଆମେରିକା ଓକଲାହୋମାର ଏକ ହସ୍ପିଟାଲରେ ଗୁଳିକାଣ୍ଡ ଘଟିଛି । ଘଟଣାରେ ମୃତକଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ

US: ଓକଲାହୋମା ହସ୍ପିଟାଲରେ ଗୁଳିକାଣ୍ଡ, ୪ ମୃତ

ୱାଶିଂଟନ: ଗତ କିଛି ଦିନ ଧରି ଆମେରିକାରେ ଗୋଟିଏ ପରେ ଗୋଟିଏ ଗୁଳିକାଣ୍ଡ ଘଟୁଛି । ଫଳରେ ଅଶାନ୍ତ ହୋଇଉଠିଛି ଆମେରିକା । ପୁଣି ଆମେରିକାର ଓକଲାହୋମା(Okalhoma Hospital Shooting)ର ତୁଲସା ସିଟିରେ ଥିବା ଏକ ହସ୍ପିଟାଲରେ ଗୁଳିକାଣ୍ଡ ଘଟିଛି । ଏହି ଗୁଳିକାଣ୍ଡରେ ସୁଟର ସହିତ ୪ ଜଣଙ୍କର ମୃତ୍ୟୁ(Four killed in shooting in Okalhoma Hospital) ଘଟିଥିଲା । ଏବେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି ବୋଲି ତୁଲସା ପୋଲିସ କହିଛି । ହସ୍ପିଟାଲ ପରିସରରେ ଏହି ଗୁଳିକାଣ୍ଡ ଘଟିଥିବା ବେଳେ ଏହାକୁ ଅତି ନିକଟରୁ ପରିଚାଳନା କରାଯାଉଛି ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡ଼େନ କହିଛନ୍ତି ।

ଏହି ଘଟଣାରେ ହ୍ବାଇଟ ହାଉସ ସ୍ଥାନୀୟ ପ୍ରଶାସନଙ୍କ ସହଯୋଗିତା ମଧ୍ୟ ଲୋଡ଼ିଛି । ଆମେରିକାରେ ଏଭଳି ଗୁଳିକାଣ୍ଡ ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ଗତ ମଙ୍ଗଳବାର ନ୍ୟୁ ଓରଲିନ୍ସଠାରେ ହାଇସ୍କୁଲ ଗ୍ରାଜୁଏସନ ସେରିମନିରେ ମଧ୍ୟ ଗୁଳିକାଣ୍ଡ ଘଟିଥିଲା । ଏଥିରେ ଜଣେ ବୟସ୍କ ମହିଳାଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟପଟେ Uvalde Texasରେ ଥିବା ରବ୍‌ ଏଲିମେଣ୍ଟାରୀ ସ୍କୁଲରେ ଗତ ସପ୍ତାହରେ ଗୁଳିକାଣ୍ଡ ଘଟିଥିଲା । ଏଥିରେ ଅନେକ ପ୍ରାଣ ହରାଇଥିବା ବେଳେ ମୃତକଙ୍କ ମଧ୍ୟରେ ୧୯ ଜଣ ଶିଶୁ ସାମିଲ ଥିଲେ ।

ସୂଚନା ଥାଉ କି ଗତ କିଛି ଦିନ ହେବ ଆମେରିକାରେ ଗୁଳି ବିନିମୟ ବୃଦ୍ଧି ପାଉଥିବାରୁ ରାଷ୍ଟ୍ରପତି ଜୋ ବାଇଡେନ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆର୍ଡନଙ୍କ ଠାରୁ ପରାମର୍ଶ ଲୋଡ଼ିଛନ୍ତି । ୨୦୧୯ ଖ୍ରୀଷ୍ଟଚର୍ଚ ହତ୍ୟା ପ୍ରସଙ୍ଗରେ ବାଇଡେନ ଉଲ୍ଲେଖ କରିଛନ୍ତି । ଏହି ଗୁଳିକାଣ୍ଡରେ ମୁସଲମାନମାନଙ୍କୁ ଟାର୍ଗେଟ କରାଯାଇଥିବା ବେଳେ ୫୧ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ଆମେରିକା ନ୍ୟୁଜିଲ୍ୟାଣ୍ଡକୁ ସାମରିକ ଶୈଳୀରେ ରାଇଫଲ ଉପରେ ପ୍ରତିବନ୍ଧକ ଲଗାଇବାକୁ କହିଥିଲା । ବିଶ୍ବସ୍ତରରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ମତ ଫଳପ୍ରଦ ହୋଇଥିବାରୁ ବାଇଡେନ ତାଙ୍କ ସହାୟତା ଲୋଡ଼ିଛନ୍ତି ।

Last Updated : Jun 2, 2022, 2:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.