ETV Bharat / international

ହାଉତି ଠିକଣାରେ ଆମେରିକା ଷ୍ଟ୍ରାଇକ୍ ଜାରି, ୟେମେନରେ ୨୮ ଟାର୍ଗେଟରେ ମିସାଇଲ ମାଡ଼

author img

By ETV Bharat Odisha Team

Published : Jan 13, 2024, 10:11 AM IST

Updated : Jan 13, 2024, 10:33 AM IST

US strikes another Houthi controlled site: ହାଉତି ଆଡ୍ଡାରେ ଆମେରିକାର ଷ୍ଟ୍ରାଇକ୍ ଜାରି। ଲଗାତର ଦ୍ବିତୀୟ ଦିନ ପାଇଁ ୟେମେନରେ ହାଉତି ଠିକଣାକୁ ଟାର୍ଗେଟ କରି ଆକାଶପଥରୁ ଆକ୍ରମଣ କରିଛି ୟୁଏସ ସେନା। ଅଧିକ ପଢ଼ନ୍ତୁ,

ହାଉତି ଠିକଣାରେ ଆମେରିକା ଷ୍ଟ୍ରାଇକ୍ ଜାରି, ଲଞ୍ଚିଂ ପ୍ୟାଡରେ ମିସାଇଲ ମାଡ଼

ନ୍ୟୁୟର୍କ: ଆତଙ୍କୀ ସଂଗଠନ ହାଉତି ବିରୋଧରେ ଆମେରିକାର ଆକ୍ସନ ଜାରି । ଦ୍ବିତୀୟ ଦିନ ପାଇଁ ହାଉତି ଆଡ୍ଡା ଉପରେ ଆକ୍ରମଣ କରିଛି ଆମେରିକା ସେନା । ୟେମେନରେ ହାଉତି ଠିକଣା ଉପରେ ଷ୍ଟ୍ରାଇକ୍ କରିଛି ଆମେରିକା ବାୟୁସେନା । ୟୁଏସ ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି । ହାଉତିର ଏକାଧିକ ଆଡ୍ଡାକୁ ଟାର୍ଗେଟ କରାଯାଇଛି । ଗତକାଲି ଆମେରିକା ଏବଂ ବ୍ରିଟେନ ବାୟୁସେନା ପକ୍ଷରୁ ହାଉତି ଠିକଣା ଉପରେ ଆକାଶମାର୍ଗରୁ ଆକ୍ରମଣ କରାଯାଇଥିଲା ।

ଆଜି ଆମେରିକା ବାୟୁସେନା ପକ୍ଷରୁ ୟେମେନରେ ହାଉତିର ଆଉ ଏକ ଆଡ୍ଡା ଉପରେ ବୋମାମାଡ଼ କରିଛି । ଆମେରିକା ପକ୍ଷରୁ ଏହି ସୂଚନା ଦିଆଯାଇଛି । ୟେମେନ ରାଜଧାନୀ ସାନାରେ ରହୁଥିବା ଆସୋସିଏଟେଡ୍ ପ୍ରେସ ସାମ୍ବାଦିକଙ୍କ ସୂଚନା ଅନୁସାରେ, ଭୟଙ୍କର ଭାବେ ଶବ୍ଦ ଶୁଭିଥିଲା । ଗତକାଲି ଆମେରିକା ଏବଂ ବ୍ରିଟେନର ମିଳିତ ବାହିନୀ ୨୮ଟି ଟାର୍ଗେଟ ଉପରେ ୬୦ରୁ ଅଧିକ ମିସାଇଲ ମାଡ଼ କରିଥିଲେ । ଏଥିରେ ରାଡାର ସାଇଟ ଏବଂ ସମୁଦ୍ରକୂଳ ଟ୍ରାଫିକକୁ ଟାଗେଟ କରାଯାଇଥିଲା । ଶୁକ୍ରବାରଠାରୁ ହାଉତି ଆଡ୍ଡା ଉପରେ ଆକ୍ରମଣ ଆରମ୍ଭ କରିଛି ଆମେରିକା । ଆକ୍ରମଣ ପୂର୍ବରୁ ହାଉତି ଆତଙ୍କୀମାନେ ଲୋହିତ ସାଗରରୁ ଅପସରି ଯିବା ପାଇଁ ଚେତବନୀ ଦିଆଯାଇଥିଲା । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ଗତକାଲି ହାଉତି ଉପରେ ଆକ୍ରମଣ ପାଇଁ ଚେତାବନୀ ଦେଇଥିଲେ ।

ଏହା ମଧ୍ଯ ପଢ଼ନ୍ତୁ: ହାଉତି ଆଡ୍ଡାରେ ୟୁଏସ୍-ବ୍ରିଟେନ ସେନାର ଜବାବୀ ହମଲା, ଚେତାବନୀ ପରେ ସାମରିକ କାର୍ଯ୍ୟାନୁଷ୍ଠାନ

ଏହା ମଧ୍ଯ ପଢ଼ନ୍ତୁ: ପୁଣି ଅଶାନ୍ତ ଲୋହିତ ସାଗର: ହାଉତିର ୨୧ ଡ୍ରୋନକୁ ଖସାଇ ପକାଇଲେ ୟୁଏସ-ବ୍ରିଟେନ ସେନା

ଏହା ମଧ୍ଯ ପଢ଼ନ୍ତୁ: ଲୋହିତ ସାଗରରେ ଆମେରିକା ନୌସେନା-ହାଉତି ବିଦ୍ରୋହୀ ମୁହାଁମୁହିଁ, ୧୦ ବିଦ୍ରୋହୀ ମୃତ

ଲୋହିତ ସାଗରରେ ହାଉତିର ଡ୍ରୋନ ଆକ୍ରମଣର କଡ଼ା ଜବାବ ଦେଇଛି ଆମେରିକା । ଗତକାଲି ଆମେରିକା ଏବଂ ବ୍ରିଟେନ ବାୟୁସେନା ପକ୍ଷରୁ ୟେମେନରେ ହାଉତି ବିଦ୍ରୋହୀଙ୍କ ଏକାଧିକ ଠିକଣା ଉପରେ ରକେଟ ଏବଂ ମିସାଇଲ ମାଡ଼ କରାଯାଇଥିଲା । ଗତ ଦୁଇ ମାସ ଧରି ହାଉତି ଆତଙ୍କୀମାନେ ଲୋହିତ ସାଗରରେ ଅସ୍ଥିରତା ସୃଷ୍ଟି କରି ଚାଲିଛନ୍ତି । ହାଉତି ଆତଙ୍କୀମାନେ ବାଣିଜ୍ୟିକ ଜାହାଜଗୁଡ଼ିକୁ ଟାର୍ଗେଟ କରି ଡ୍ରୋନ୍ ମାଡ଼ କରି ଆସୁଥିଲେ । ଗତ ନଭେମ୍ବରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଲୋହିତ ସାଗରରେ ୨୭ରୁ ଅଧିକ ଥର ଡ୍ରୋନ ଆକ୍ରମଣ ହୋଇଛି । ଆମେରିକାର ଜବାବୀ କାର୍ଯ୍ୟାନୁଷ୍ଠାନରେ ୧୦ରୁ ଅଧିକ ହାଉତି ଆତଙ୍କୀ ନିପାତ ହୋଇଛନ୍ତି ।

Last Updated : Jan 13, 2024, 10:33 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.