ETV Bharat / international

କଠୋର ହେଲା ଆମେରିକା, ପୁଟିନଙ୍କ ଦୁଇ ଝିଅଙ୍କ ଉପରେ ଲଗାଇଲା କଟକଣା - ଋଷ ବିରୋଧରେ ଆମେରିକାର କୋଠରତା

ୟୁକ୍ରେନରେ ଯୁଦ୍ଧ ପରିସ୍ଥିତି ନେଇ ଆମେରିକା ଋଷ ବିରୋଧରେ କଟକଣାକୁ ଆହୁରି କଠିନ କରିଛି । ପୂର୍ବରୁ ଋଷ, ପୁଟିନ ଓ ତାଙ୍କ ମନ୍ତ୍ରୀଙ୍କ ବିରୋଧରେ ପ୍ରତିବନ୍ଧକ ଲଗାଇଥିବା ବେଳେ ଏବେ ପୁଟିନଙ୍କ ଝିଅଙ୍କ ଉପରେ ବି ପ୍ରତିବନ୍ଧକ ଲଗାଇଛି ଆମେରିକା । ଅଧିକ ପଢନ୍ତୁ

ଋଷ ବିରୋଧରେ ଆମେରିକାର କୋଠରତା, ପୁଟିନଙ୍କ ଦୁଇ ଝିଅଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

author img

By

Published : Apr 7, 2022, 9:18 AM IST

ୱାସିଂଟନ: ଦିନକୁ ଦିନ ଉଗ୍ର ରୂପ ନେଉଛି ୟୁକ୍ରେନ-ଋଷ ଯୁଦ୍ଧ । ୟୁକ୍ରେନ ଉପରେ ଆକ୍ରମଣ ପରେ ଗୋଟିଏ ପରେ ଗୋଟିଏ ଦେଶ ଓ କମ୍ପାନୀ ଋଷ ଉପରେ ପ୍ରତିବନ୍ଧକ ଲଗାଇବା ଆରମ୍ଭ କରିଛନ୍ତି । ବର୍ତ୍ତମାନ ୟୁକ୍ରେନରେ ଯୁଦ୍ଧ ପରିସ୍ଥିତି ନେଇ ଆମେରିକା ଋଷ ବିରୋଧରେ କଟକଣାକୁ ଆହୁରି କଠିନ କରିଛି । ପୂର୍ବରୁ ଋଷ, ପୁଟିନ ଓ ତାଙ୍କ ମନ୍ତ୍ରୀଙ୍କ ବିରୋଧରେ ପ୍ରତିବନ୍ଧକ ଲଗାଇଥିବା ବେଳେ ଏବେ ପୁଟିନଙ୍କ ଝିଅଙ୍କ ଉପରେ ବି ପ୍ରତିବନ୍ଧକ ଲଗାଇଛି ଆମେରିକା ।

ଋଷର ପ୍ରମୁଖ ଘରୋଇ ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସମେତ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦୁଇ ଝିଅ ଉପରେ କଟକଣା ଲଗାଇଛି ଆମେରିକା । ପୁଟିନଙ୍କ ପ୍ରଥମ ପତ୍ନୀ ଲ୍ୟୁଟୋମିଲାଙ୍କ ଝିଅ ମାରିଆ ଓ କାଟେରିନା ତିଖୋନୋଭା ଏହି କଟକଣାର ଶିକାର ହୋଇଛନ୍ତି । ଏହା ବ୍ୟତିତ ଋଷର ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କ ପତ୍ନୀ ଓ ଝିଅଙ୍କ ବିରୋଧରେ ମଧ୍ୟ କଟକଣା ଲଗାଇଛି ଆମେରିକା । ଋଷରେ ଆମେରିକାର ସମସ୍ତ ନୂଆ ପୁଞ୍ଜି ନିବେଶକୁ ମଧ୍ୟ ନିଷେଧ କରାଯାଇଛି ।

ଋଷର SBI,MM ଏବଂ ALFA ବ୍ୟାଙ୍କ ଉପରେ ଆର୍ଥିକ କଟକଣା ଲାଗୁ କରାଯାଇଛି । ଏହି ବ୍ୟାଙ୍କରେ ଋଷିଆର ମୋଟ ବ୍ୟାଙ୍କିଙ୍ଗ ସମ୍ପତ୍ତିର ଏକ ତୃତୀୟାଶଂ ରହିଛି ବୋଲି ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପରିବାର ଲୋକେ ପୁଟିନଙ୍କ ସମ୍ପତ୍ତି ଲୁଚାଇପାରନ୍ତି ବୋଲି ଘୋଷଣା କରି ଏପରି ନିଷ୍ପତ୍ତି ନେଇଛି ଆମେରିକା । ତେବେ ଏ ନେଇ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡିକ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବାକୁ ଗୁରୁବାର ଦିନ ଟ୍ରେଜେରୀ ବିଭାଗ ଘୋଷଣା କରିବ ।

ୟୁକ୍ରେନର ବୁଚା ସହର ସମେତ ଋଷର ଅମାନୁଷିକତାକୁ ନେଇ ଆମେରିକା ବୁଧବାର ଏଭଳି ନିଷ୍ପତ୍ତି ନିଆଯାଇଛି । ବହୁ ୟୁରୋପୀୟ ରାଷ୍ଟ୍ର ଋଷିଆକୁ କୋଇଲା ସମେତ ଅନ୍ୟାନ ସାମଗ୍ରୀ ଆମଦାନୀ ବନ୍ଦ କରିବ ବୋଲି ଚର୍ଚ୍ଚା ଜୋର ଧରିଛି । ଋଷ ବିରୋଧରେ ସମ୍ପୂର୍ଣ୍ଣ ଅଚଳ ଘୋଷଣା କରିଛି ଆମେରିକା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.