ETV Bharat / international

ଲୋହିତ ସାଗରରେ ଆମେରିକା ନୌସେନା-ହାଉତି ବିଦ୍ରୋହୀ ମୁହାଁମୁହିଁ, ୧୦ ବିଦ୍ରୋହୀ ମୃତ

author img

By ETV Bharat Odisha Team

Published : Jan 1, 2024, 12:11 PM IST

Updated : Jan 1, 2024, 1:36 PM IST

Red Sea attack: ଲୋହିତ ସାଗରରେ ଉତ୍ତେଜନା । ଆମେରିକାର ପ୍ରତି ଆକ୍ରମଣରେ ବୁଡ଼ିଲା ୩ ଜାହଜ । ୧୦ ହାଉତି ବିଦ୍ରୋହୀ ମୃତ । ଅଧିକ ପଢ଼ନ୍ତୁ,

ଲୋହିତ ସାଗରରେ ଆମେରିକାର ପ୍ରତି ଆକ୍ରମଣ: ବୁଡ଼ିଲା ୩ ଜାହଜ, ୧୦ ହାଉଥି ବିଦ୍ରୋହୀ ମୃତ

ବେଇରୁଟ୍ (ଲେବାନନ): ନୂଆବର୍ଷରେ ଲୋହିତ ସାଗରରେ ଉତ୍ତେଜନା । ଲୋହିତ ସାଗରରେ ଆମେରିକା ନୌସେନାର ପ୍ରତି ଆକ୍ରମଣରେ ୧୦ ଜଣ ହାଉତି ବିଦ୍ରୋହୀଙ୍କର ମୃତ୍ୟୁ ଘଟିଛି । ୟେମେନର ହାଉତି ଗ୍ରୁପ ପକ୍ଷରୁ ଏହି ସୂଚନା ଦିଆଯାଇଛି । ୟେମେନ ପକ୍ଷରୁ କୁହାଯାଇଛି ଯେ, ଲୋହିତ ସାଗରରେ ଆମେରିକା ନୌସେନା ପକ୍ଷରୁ, ୩ଟି ଜାହାଜକୁ ବୁଡ଼ାଇ ଦିଆଯାଇଛି । ଏଥିରେ ହାଉତିର ୧୦ ଜଣ ବିଦ୍ରୋହୀଙ୍କର ଜୀବନ ଯାଇଛି ।

ସୂଚନା ଅନୁସାରେ, ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରରେ ମାଏରସ୍କ କଣ୍ଟେନର ଜାହାଜ ଉପରେ ଆକ୍ରମଣ କରିଥିଲେ । ଏହାର ଜବାବ ଦେଇଥିଲା ଆମେରିକା ନୌସେନା । ଏଥିରେ ୩ଟି ଜାହାଜ ବୁଡ଼ିଯାଇଛି । ଫଳରେ ଇରାନ ସମର୍ଥିତ ହାଉତି ବିଦ୍ରୋହୀ ଗୋଷ୍ଠୀର ୧୦ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଆମେରିକା ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ, ଏକ ବାଣିଜ୍ୟିକ ଜାହାଜକୁ ଅପହରଣ କରିବାକୁ ଉଦ୍ୟମ କରାଯାଇଥିଲା । ହାଉତି ମୁଖପାତ୍ର ୱାଇ ସାରିଆ କହିଛନ୍ତି ଯେ, ଆମେରିକା ନୌସେନା ହାଉତି ବିଦ୍ରୋହୀଙ୍କ ତିନିଟି ଜାହାଜକୁ ଆକ୍ରମଣ କରିବା ସହ ବୁଡ଼ାଇ ଦେଇଛନ୍ତି । ତାଙ୍କ କହିବା କଥା, ହାଉତି ବିଦ୍ରୋହୀମାନେ ଇସ୍ରାଏଲର ଜାହାଜକୁ ଲୋହିତ ସାଗର ଦେଇ ଯିବାରେ ରୋକିବା ପାଇଁ ପ୍ରୟାସ କରୁଥିଲେ । ଏହାସହ ସେମାନେ ପାଲେଷ୍ଟାଇନବାସୀଙ୍କ ସମର୍ଥନରେ ମାନବିକତାମୂଳକ କାର୍ଯ୍ୟ କରୁଥିଲେ । ଏହି ସମୟରେ ଆମେରିକା ନୌସେନା ପକ୍ଷରୁ ଆକ୍ରମଣ କରାଯାଇଥିଲା । ଅନ୍ୟପକ୍ଷରେ ହାଉତି ବିଦ୍ରୋହୀମାନେ ମିସାଇଲ ଆକ୍ରମଣ କରିଥିବା ବେଳେ, ଆମେରିକା ନୌସେନା ଆଲର୍ଟ ଜାରି ସହ ପ୍ରତି ଆକ୍ରମଣ କରିଥିବା ଆମେରିକା ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ଆମେରିକାର ନୌସେନା କିମ୍ବା କୌଣସି ଯନ୍ତ୍ରପାତି କ୍ଷୟକ୍ଷତି ହୋଇନାହିଁ ବୋଲି ଆମେରିକା ସେଣ୍ଟ୍ରାଲ କମାଣ୍ଡ ଉଲ୍ଲେଖ କରିଛନ୍ତି। ଆମେରିକା ସେଣ୍ଟ୍ରାଲ କମାଣ୍ଡ କହିଛନ୍ତି ଯେ ଦକ୍ଷିଣ ଲୋହିତ ସାଗର ଦେଇ ଯିବାବେଳେ ଏକ କ୍ଷେପଣାସ୍ତ୍ର ଦ୍ବାରା ଆକ୍ରମଣ କରାଯାଇଥିଲା । ଏଥିରେ କୌଣସି ପ୍ରକାର କ୍ଷୟକ୍ଷତି ହୋଇନାହିଁ । ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ, Xରେ ଅନ୍ୟ ଏକ ପୋଷ୍ଟ କରି କହିଛନ୍ତି ଯେ, USS GRAVELY ୟେମେନର ହାଉତି ନିୟନ୍ତ୍ରିତ ଅଞ୍ଚଳରୁ ଦୁଇଟି ଆଣ୍ଟି ଜାହାଜ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ଗୁଳି ଚଳାଇଥିଲେ । ଏହା ହେଉଛି 23ତମ ବେଆଇନ ଆକ୍ରମଣ। ନଭେମ୍ବର 19 ପରଠାରୁ ଆନ୍ତର୍ଜାତୀୟ ପରିବହନ ଉପରେ ହାଉତିମାନେ ଅନ୍ତର୍ଜାତୀୟ ସିଂପିଙ୍ଗ ଉପରେ ବେଆଇନ ଆକ୍ରମଣ କରି ଆସୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 1, 2024, 1:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.