ETV Bharat / international

ଆମେରିକା ବାୟୁସେନା ସଚିବ ହେଲେ ଭାରତୀୟ ବଂଶୋଦ୍ଭବ ରବି ଚୌଧୁରୀ

author img

By

Published : Mar 16, 2023, 3:34 PM IST

ଭାରତୀୟ ବଂଶୋଦ୍ଭବଙ୍କୁ ଗୁରୁ ଦାୟିତ୍ବ । ୟୁଏସ ବାୟୁସେନା ସଚିବ ହେଲେ ଭାରତୀୟ ବଂଶୋଦ୍ଭବ ରବି ଚୌଧୁରୀ । ଅଧିକ ପଢନ୍ତୁ

ଭାରତୀୟ ବଂଶୋଦ୍ଭବ ରବି ଚୌଧୁରୀ
Indian American Ravi Chaudhary

ୱାଶିଂଟନ: ଆମେରିକାରେ ଭାରତୀୟ ବଂଶୋଦ୍ଭବଙ୍କୁ ଗୁରୁ ଦାୟିତ୍ବ । ଆମେରିକା ସିନେଟ ଭାରତୀୟ ବଂଶୋଦ୍ଭବ ରବି ଚୌଧୁରୀଙ୍କୁ ବାୟୁସେନା ସହାୟକ ପ୍ରତିରକ୍ଷା ସଚିବ ଭାବେ ନିଯୁକ୍ତ କରିଛି । ବାୟୁସେନାରେ ଉର୍ଜା, ପ୍ରତିଷ୍ଠାନ ଏବଂ ପର୍ଯ୍ୟାବେକ୍ଷଣର କାର୍ଯ୍ୟ ତଦାରଖ କରିବେ ରବି ଚୌଧୁରୀ । ରବି ଚୌଧୁରୀଙ୍କୁ 65 ପ୍ରତିଶତ ଭୋଟ ମିଳିଥିଲା । ଏହି ମତଦାନ ଫଳାଫଳରେ ପେଣ୍ଟାଗନର ଶୀର୍ଷ ନାଗରିକ ପଦ ହାସଲ କରିଛନ୍ତି । ଏହି ସେବା ପାଇଁ ରବି ଚୌଧୁରୀ ପ୍ରଥମ ଭାରତୀୟ ଆମେରିକା ନାଗରିକ । ଭାରତୀୟ ବଂଶୋଦ୍ଭବଙ୍କର ଏହି ସଫଳତା ଦେଶ ପାଇଁ ବଡ ଉପଲବ୍ଧି ।

ପୂର୍ବରୁ ରବି ଚୌଧୁରୀ ୟୁଏସ ପରିବହନ ବିଭାଗରେ ଜଣେ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ । ପରିବହନ ବିଭାଗରେ ଥିବାବେଳେ 9ଟି ଅଞ୍ଚଳରେ ବିମାନ ଚଳାଚଳ କାର୍ଯ୍ୟ ତଦାରଖ କରୁଥିଲେ । ୟୁଏସ ବାୟୁସେନାରେ 1995ରୁ 2015 ସମୟରେ ସେ ବିଭିନ୍ନ କାର୍ଯ୍ୟ ସ୍ୱଚାରୁ ରୂପେ ତୁଲାଇଥିଲେ । ସି-17 ପାଇଲଟ ଥିବା ସମୟରେ ଇରାକ ଓ ଆଫଗାନିସ୍ତାରେ ଯୁଦ୍ଧ ମିଶନ ସହିତ ଜଡିତ ଥିଲେ । ତାଙ୍କ କ୍ୟାରିଅରରେ ଜିପିଏସ ଅପରେସନକୁ ସମର୍ଥନ କରି ବିମାନ ସୁରକ୍ଷା କାର୍ଯ୍ୟକଳାପର ନେତୃତ୍ବ ନେଇଥିଲେ । ସେ ରାଷ୍ଟ୍ରପତି ବାରାକ ଓବାମାଙ୍କ ସମୟରେ ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟ ତୁଲାଇଛନ୍ତି । ରବି ଚୌଧୁରୀ ସିଷ୍ଟମ ଇଞ୍ଜିନିୟରିଂରେ ସ୍ନତକ ହାସଲ କରିଛନ୍ତି । ପ୍ରୋଗ୍ରାମ ମ୍ୟାନେଜମେଣ୍ଟ ଓ ପ୍ରତିରକ୍ଷା ବିଭାଗରେ ମଧ୍ୟ ଦକ୍ଷତା ହାସଲ କରିଛନ୍ତି ।

ଆମେରିକା ସିନେଟର ଏମି କଲୋବୁଚର ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ରବି ଆମେରିକାରେ ବଡ ହୋଇଛନ୍ତି । ପିଲାବେଳୁ ରବି ବାୟୁସେନା ପାଇଲଟ ହୋଇ ଦେଶ ସେବା କରିବାକୁ ସ୍ବପ୍ନ ଦେଖୁଥିଲେ । ଜଣେ ବାୟୁସେନା ଅଧିକାରୀ ଭାବେ ଅନେକ ଦିନ କାର୍ଯ୍ୟ କରିଛନ୍ତି । ଏହାପରେ ରବି ଚୌଧୁରୀ ତାଙ୍କ କ୍ୟାରିଅରରେ ସାର୍ବଜନିନ ସେବା ପାଇଁ ସମର୍ପିତ କରିଥିଲେ ।

ଏହା ବି ପଢନ୍ତୁ...US presidential poll: ନିର୍ବାଚନ ଲଢିବାକୁ ପୁଣି ଜଣେ ଭାରତୀୟ ବଂଶୋଦ୍ଭବଙ୍କ ଘୋଷଣା

ବିଗତ ଦିନରେ ଅନେକ ଭାରତୀୟ ବଂଶୋଦ୍ଭବ ଦେଶ ପାଇଁ ଗର୍ବ ଆଣିଛନ୍ତି । କମଲା ହାରିସଙ୍କଠୁ ନେଇ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଦେଶକୁ ଗର୍ବିତ କରାଇଛନ୍ତି । ଆଗକୁ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବା ପାଇଁ ଆମେରିକା ଭାରତୀୟ ବଂଶୋଦ୍ଭବ ଉଦ୍ୟୋଗପତି ବିବେକ ରାମାସ୍ବାମୀଙ୍କ ନାମ ଘୋଷଣା ହୋଇଛି । 2024ରେ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଟିତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.