ETV Bharat / international

ବିତ୍ୟୁତ୍‌ ତାର ଉପରେ ଖସିପଡିଲା ହେଲିକପ୍ଟର, ଅନ୍ଧାରରେ 90 ହଜାରରୁ ଊର୍ଦ୍ଧ୍ବ ଘର

author img

By

Published : Nov 28, 2022, 7:58 AM IST

Updated : Nov 28, 2022, 8:36 AM IST

ଭାରସାମ୍ୟ ହରାଇ ବିଦ୍ୟୁତ୍‌ ତାର ଉପରେ ଖସିପଡିଲା ହେଲିକପ୍ଟର(Plane Crashes into Power Lines Montgomery County )। ଫଳରେ ମେରିଲାଣ୍ଡର ମଣ୍ଟଗୋମେରୀର ଏକ ଚତୁର୍ଥାଶଂ ବିଚ୍ଛିନ୍ନ ହୋଇଛି ବିଦ୍ୟୁତ ସରବରାହ। ଅଧିକ ପଢନ୍ତୁ

ବିଦ୍ୟୁଟ ଟାଓ୍ବାରରେ ଖସିପଡିଲା ହେଲିକେପ୍ଟର
ବିଦ୍ୟୁଟ ଟାଓ୍ବାରରେ ଖସିପଡିଲା ହେଲିକେପ୍ଟର

ଓ୍ବାଶିଂଟନ: ଆମେରିକାରେ ଦୁର୍ଘଟଣାଗସ୍ତ ହେଲା ହେଲିକପ୍ଟର । ଭାରସାମ୍ୟ ହରାଇ ବିଦ୍ୟୁତ୍‌ ତାର ଉପରେ ଖସି ଯାଇଥିବା ସୂଚନା । ରବିବାର ରାତିରେ ଆମେରିକାର ମେରିଲାଣ୍ଡର ମଣ୍ଟଗୋମେରୀରେ ଏହି ଦୁର୍ଘଟଣା ଘଟିଛି(Plane Crashes into Power Lines Montgomery County )। ଏନେଇ ଓ୍ବାଶିଂଟନର ଏକ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

  • A small plane has crashed into power lines in the area of Rothbury Dr & Goshen Rd, taking out power to parts of the county.@mcfrs is on scene. PLEASE AVOID THE AREA, as there are still live wires. #MCPD #MCPNews

    — Montgomery County Department of Police (@mcpnews) November 27, 2022 " class="align-text-top noRightClick twitterSection" data=" ">

ଏହି ବିମାନ ଦୁର୍ଘଟଣାରେ କାହାର କୌଣସି କ୍ଷତି ହୋଇନଥିବା ବେଳେ ବିଜୁଳି କଟିଯାଇଛି । ମଣ୍ଟଗୋମେରୀର ପ୍ରାୟ 90ହଜାରରୁ ଊର୍ଦ୍ଧ୍ବ ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି । କୁହାଯାଇପାରେ ଯେ ଦେଶର ଏକ ଚତୁର୍ଥାଂଶ ସ୍ଥାନରେ ବିଦ୍ୟୁତ ବ୍ୟାହତ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ଗୁଜୁରାଟ ପୋରବନ୍ଦରରେ ଯବାନଙ୍କ ମୃତ୍ୟୁ, ସହାୟତା ରାଶି ଘୋଷଣା କଲେ EC

ଏନେଇ ମଣ୍ଟଗୋମେରୀ ପୋଲିସ ପକ୍ଷରୁ ଟ୍ବିଟ କରି କୁହାଯାଇଛି ଯେ, "ରୋଥବରୀ ଡକ୍ଟର ଆଣ୍ଡ ଗୋଶେନ୍ ରୋଡରେ ଥିବା ବିଦ୍ୟୁତ ଟାଓ୍ବାର ଉପରେ ଏକ ହେଲିକପ୍ଟର ଖସି ପଡିଛି । ଯାହା ଫଳରେ ଅଧିକାଂଶ ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ରହିଛି । ଏବେ ମଧ୍ୟ ଉକ୍ତ ସ୍ଥାନରେ କରେଣ୍ଟ ଚାର୍ଜ ହେଉଥିବା କାରଣରୁ ସାବଧାନତା ଅବଲମ୍ବନ କରନ୍ତୁ ।"

ଓ୍ବାଶିଂଟନ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ,"ଖରାପ ପାଣିପାଗ ଯୋଗୁଁ ହେଲିକପ୍ଟର ଦୁର୍ଘଟଣା ଗସ୍ତ ହୋଇଥିବା ଅନୁମାନ କରାଯାଉଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ସୂଚନା ମିଳିପାରିନାହିଁ । ବିଦ୍ୟୁତ୍‌ ତାରରେ ଖସିପଡିବା ଯୋଗୁଁ ବିଦ୍ୟୁତ ସରବରାହ ବନ୍ଦ ରହିଛି । ବର୍ତ୍ତମାନ ତଦନ୍ତ ଜାରି ରହିଛି । ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ।"

Last Updated : Nov 28, 2022, 8:36 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.