ETV Bharat / international

ବିମାନ ଶୌଚାଳୟରେ ସିଗାରେଟ୍‌ ଟାଣୁଥିଲେ ଯାତ୍ରୀ, ହାତ-ଗୋଡ ବାନ୍ଧିଲେ କ୍ରୁ ସଦସ୍ୟ

author img

By

Published : Mar 12, 2023, 12:19 PM IST

ବିମାନ ଶୌଚାଳୟରେ ସିଗାରେଟ ଟାଣୁଥିବା ବେଳେ ଧରାପଡିଲେ ଯାତ୍ରୀ । ସିଗାରେଟ ଫିଙ୍ଗିଦେବାକୁ ନେଇ ଯାତ୍ରୀଜଣକ ଉଡନ୍ତା ବିମାନରେ ହଙ୍ଗାମା କରିବାରୁ ହାତ-ଗୋଡ ବାନ୍ଧିଲେ କ୍ରୁ ସଦସ୍ୟ । ଅଧିକ ପଢନ୍ତୁ

Air India Flight
Air India Flight

ମୁମ୍ବାଇ: ଏୟାର ଇଣ୍ଡିଆ ବିମାନରେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣା ପରେ ଏବେ ଆଉ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଲଣ୍ଡନରୁ ମୁମ୍ବାଇ ଅଭିମୁଖେ ଆସୁଥିବା ଏୟାର ଇଣ୍ଡିଆର ବିମାନର ଶୌଚାଳୟ ଜଣେ ୩୭ ବର୍ଷ ବୟସ୍କ ଧୂମ୍ରପାନ କରିବା ସହ ଯାତ୍ରୀମାନଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ମୁମ୍ବାଇ ପୋଲିସ ତରଫରୁ ସୂଚନା ଦିଆଯାଇଛି । ଏନେଇ ଅଭିଯୁକ୍ତ ରମାକାନ୍ତଙ୍କ ବିରୋଧରେ ମୁମ୍ବାଇର ସହର ପୋଲିସ ମାମଲା ରୁଜୁ କରିଛି । ପୋଲିସ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ଆଇପିସି ଧାରା ୩୩୬ ଏବଂ ଏୟାରକ୍ରାଫ୍ଟ ଆକ୍ଟ ୧୯୩୭, ୨୨, ୨୩, ୨୫ ଅନୁଯାୟୀ ମାମଲା ରୁଜୁ କରାଯାଇଛି ।

ବିମାନରେ ଅଭିଯୁକ୍ତର ହାତ, ଗୋଡ ବାନ୍ଧିଲେ କ୍ରୁ ସଦସ୍ୟ: ଏହି ଘଟଣାକୁ ନେଇ କ୍ରୁ ସଦସ୍ୟ ମୁମ୍ବାଇ ସହାର ପୋଲିସ ନିକଟରେ ଅଭିଯୋଗ କରି କହିଛନ୍ତି,"ବିମାନ ଉଡାଣ ସମୟରେ ଧ୍ରୁମପାନ ପାଇଁ ଅନୁମତି ନଥାଏ । କିନ୍ତୁ ୩୭ ବର୍ଷ ବୟସ୍କ ରମାକାନ୍ତ ନାମକ ଜଣେ ଯାତ୍ରୀ ବିମାନ ଉଡାଣ ସମୟରେ ଶୌଚାଳୟ ଯାଇ ଧୂମ୍ରପାନ କରିଥିଲେ । ଫଳରେ ଆଲାରାମ ବାଜିବା ପରେ ଆମେ ଶୌଚାଳୟ ଯାଇ ଦେଖିଲା ବେଳକୁ ତାଙ୍କ ହାତରେ ସିଗାରେଟ ରହିଥିଲା । ସଙ୍ଗେସଙ୍ଗେ ତାଙ୍କ ହାତରୁ ସିଗାରେଟ ଛଡାଇ ତଳେ ପକାଇ ଦେଇଥିଲୁ । ଏହାପରେ ରମାକାନ୍ତ ଚିତ୍କାର କରିଥିଲେ । ଆମେ ବୁଝାଇବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ସେ ନବୁଝି ଯାତ୍ରୀଙ୍କ ଉପରେ ମଧ୍ୟ ଚିତ୍କାର କରିଥିଲେ ।

ଏହାପରେ ସେ ବିମାନର ଗେଟ ଖୋଲିବା ପାଇଁ ଚେଷ୍ଟା କରିଥିଲେ । ଏହା ଦେଖି ଯାତ୍ରୀମାନେ ଭୟଭୀତ ହୋଇପଡିଥିଲେ । ଫଳରେ ଆମେ ବାଧ୍ୟ ହୋଇ ରମାକାନ୍ତଙ୍କ ହାତ ଓ ଗୋଡକୁ ବାନ୍ଧିଥିଲୁ । ଆମେ ରମାକାନ୍ତଙ୍କୁ ନେଇ ସିଟରେ ବସାଇଥିଲୁ କିନ୍ତୁ ସେ ମୁଣ୍ଡ ବୁଲେଇବାର ଅଭିନୟ କରିଥିଲା । କିନ୍ତୁ ସୌଭାଗ୍ୟବତଃ ବିମାନରେ ରହିଥିବା ଯାତ୍ରୀଙ୍କ ମଧ୍ୟରୁ ଜଣେ ଡାକ୍ତର ଥିଲେ । ସେ ତାଙ୍କୁ ପରୀକ୍ଷା କରିବା ବେଳେ ରମାକାନ୍ତ କହିଥିଲେ ତାଙ୍କ ବ୍ୟାଗରେ ଔଷଧ ଅଛି ଦିଅନ୍ତୁ । କିନ୍ତୁ ଔଷଧ ବଦଳରେ ବ୍ୟାଗରୁ ସିଗାରେଟ ବାହାରି ଥିଲା । "

ଯାତ୍ରୀଙ୍କ ରକ୍ତ ନମୁନା ପରୀକ୍ଷଣ ପାଇଁ ପଠାଇଲା ପୋଲିସ: ପୋଲିସର କହିବା ଅନୁସାରେ, "ରମାକାନ୍ତ ଭାରତୀୟ କିନ୍ତୁ ସେ ଆମେରିକାରେ ରହି ଆସୁଛନ୍ତି । ତାଙ୍କ ନିକଟରେ ଆମେରିକାର ପାସପୋର୍ଟ ରହିଛି । ଆମେ ତାଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛି । ସେ ନିଶାସକ୍ତ ଅବସ୍ଥାରେ ରହିଥିଲେ ନା ତାଙ୍କର ମାନସିକ ରୋଗ ରହିଛି ସେ ନେଇ ରିପୋର୍ଟ ଆସିଲା ପରେ ଜଣାପଡିବ । ବିମାନ ଅବତରଣ କରିବା ପରେ ଆମେ ରମାକାନ୍ତଙ୍କୁ ଗିରଫ କରିଥିଲୁ । ତେବେ ରିପୋର୍ଟ ମୁତାବକ ତଦନ୍ତ କରାଯିବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.