ETV Bharat / international

Pokhara Plane Crash Tragedy: ସାମ୍ନାକୁ ଆସିଲା ଦୁର୍ଘଟଣା ପୂର୍ବର ଦୃଶ୍ୟ, ଫେସବୁକ ଲାଇଭ କରୁଥିଲେ ଯୁବକ

author img

By

Published : Jan 16, 2023, 7:24 AM IST

କାଠମାଣ୍ଡୁରେ ବିମାନ ଦୁର୍ଘଟଣା ପୂର୍ବରୁ ଫେସବୁକ ଲାଇଭ ଆସିଥିଲେ ୟୁପିର ଜଣେ ଯୁବକ । ଲାଇଭ ଭିଡିଓରେ କଏଦ ହେଲା ଦୁର୍ଘଟଣା ସମୟର ପୁରା ଭିଡିଓ । ଅଧିକ ପଢନ୍ତୁ

Nepal plane were live on Facebook
Nepal plane were live on Facebook
Nepal plane were live on Facebook

କାଠମାଣ୍ଡୁ: ନେପାଳର ରାଜଧାନୀ କାଠମାଣ୍ଡୁରେ ବିମାନ ଦୁର୍ଘଟଣା । ରବିବାର ପୋଖରା ଅନ୍ତର୍ଜାତୀୟ ବିମାନ ବନ୍ଦରରରେ ୭୨ ଯାତ୍ରୀ ବିଶିଷ୍ଟ ୟେତି ଏୟାରଲାଇନ୍ସ ବିମାନଟି ଅବତରଣ କରିବା ବେଳେ ରନଓ୍ବେରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ବିମାନରେ ଥିବା ୬୮ ଯାତ୍ରୀ ଓ ୪ଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ତେବେ ଦୁର୍ଘଟଣା ସମୟର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ବିମାନ ଭିତରେ ବସିଥିବା ସମୟରେ ଜଣେ ଯୁବକ ଫେସବୁକ ଲାଇଭ ଆସିଥିଲେ । ଫଳରେ ପୁରା ଘଟଣା କ୍ରମ ଫେସବୁକ ଲାଇଭ ଭିଡିଓରେ ଦେଖିବାକୁ ମିଳିଛି । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଲାଇଭ ଭିଡିଓ କରୁଥିବା ଯୁବକ ଜଣଙ୍କ ହେଉଛନ୍ତି ଭାରତର ଉତ୍ତରପ୍ରଦେଶ ରାଜ୍ୟର ବାସିନ୍ଦା ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ''ଜଣେ ଯୁବକ ବିମାନ ଭିତରେ ଥିବା ସମୟରେ ଅବତରଣ ସମୟର ଦୃଶ୍ୟକୁ ଲାଇଭ ସୁଟ କରୁଛନ୍ତି । ପ୍ରଥମେ କ୍ୟାମେରା ବିମାନ ବାହାରର ଦୃଶ୍ୟ ଦେଖାଉଥିବା ବେଳେ ପରମୁହୁର୍ତ୍ତରେ ନିଜ ପଟକୁ କ୍ୟାମେରା ବୁଲାଇବା ସହ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ମଧ୍ୟ ଦେଖାଉଛନ୍ତି । ବାସ କିଛି ସେକେଣ୍ଡ ପରେ ଯୁବକଙ୍କ ହାତରୁ ଫୋନ ଖସି ପଡିଥିଲା । ଏହାପରେ ବିମାନରେ ଥିବା ସମସ୍ତ ଯାତ୍ରୀ ଚିତ୍କାର କରୁଥିବା ଶୁଣିବାକୁ ମିଳୁଛି । ଏହାପରେ କ୍ୟାମେରାରେ ନିଆଁ ଲାଗିଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଭାଇରାଲ ହୋଇଥିବା ଭିଡିଓଟି ମାତ୍ର ୩୦ ସେକେଣ୍ଡର । ''

ଏହା ମଧ୍ୟ ପଢନ୍ତୁ-Nepal Plane Crash History: ୧୨ ବର୍ଷରେ ୮ ବଡ ବିମାନ ଦୁର୍ଘଟଣା, ଯାଇଛି ୧୬୬ ଜୀବନ

ତେବେ ବିମାନରେ ଯାତ୍ରା କରିବା ସମୟର ଅଭିଜ୍ଞତାକୁ ନେଇ ଯୁବକ ଜଣଙ୍କ ଫେସବୁକରେ ଲାଇଭ କରିଥିଲେ । ବିମାନ ଦୁର୍ଘଟଣା ପରେ ଟ୍ରେନରେ ବସିଥିବା ୬୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ଜଣ ଭାରତୀୟ ରହିଥିଲେ । ୪ଜଣଙ୍କ ପରିଚୟ ହସ୍ତଗତ ହୋଇଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ । ସେହି ଚାରି ଭାରତୀୟ ହେଉଛନ୍ତି ଉତ୍ତରପ୍ରଦେଶର ଗାଜିଆପୁରର ବାସିନ୍ଦା ସୋନୁ ଜସଓ୍ବା, ଅନିଲ ରାଜଭର, ବିଷ୍ଣୁ ଶର୍ମା, ଅଭିଶେଖ ସିଂ କୁସଓ୍ବାଲ । ସେମାନେ ଗତ ୧୩ ତାରିଖରେ କାଠମାଣ୍ଡୁ ଆସି ପଶୁପତି ମନ୍ଦିରରେ ପୂଜା କରିବା ପରେ ପାରାଗ୍ଲାଇଡିଂ ପାଇଁ ପୋଖରା ଯାଉଥିଲେ । ଏହି ସମୟରେ ବିମାନ ମଧ୍ୟରେ ଫେସବୁକ ଲାଇଭ ଭିଡିଓ କରି ଅନୁଭୂତି ବାଣ୍ଟୁଥିଲେ । କିନ୍ତୁ ଦୁର୍ଭାଗ୍ୟ ବଶତଃ ବିମାନଟି କ୍ରାସ ହୋଇଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.