ୱାସିଂଟନ: ୟୁକ୍ରେନ-ଋଷିଆ ଯୁଦ୍ଧକୁ ଇତିମଧ୍ୟରେ ଦୁଇ ମାସ ପୁରିବାକୁ ବସିଛି । ହେଲେ ଥମିବାର ନାଁ ନେଉଛି ଏହି ଯୁଦ୍ଧ । ଋଷିଆ ସେନାର ବୋମା, ରକେଟ ମାଡରେ ୟୁକ୍ରେନର ଅନେକ ସହର ଏବେ ଧ୍ବଂସସ୍ତୁପ ପାଲଟିଛି । ଦୁଇ ଦେଶର ମଧ୍ୟରେ ଯୁଦ୍ଧ ଲାଗି ରହିଥିବାବେଳେ ଆସନ୍ତା ସପ୍ତାହରେ ୟୁକ୍ରେନ ଗସ୍ତ କରିବେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ(Antonio Guterres) । ଆସନ୍ତା ୨୮ ତାରିଖରେ ଜାତିସଂଘ ମୁଖ୍ୟ ୟୁକ୍ରେନ ଯିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ତାଙ୍କୁ ରାଷ୍ଟ୍ରପତି ଭୋଲଦମିରି ଜେଲେନସ୍କି ସ୍ବାଗତ କରିବେ । UN ମୁଖ୍ୟ ରାଷ୍ଟ୍ରପତି ଏବଂ ୟୁକ୍ରେନ ବୈଦେଶକି ମନ୍ତ୍ରୀ ଦିମିତ୍ରୋ କୁଲେବାଙ୍କୁ ସାକ୍ଷାତ କରି ଯୁଦ୍ଧ ସ୍ଥିତି ନେଇ ଆଲୋନା କରିବେ । ଏହାବ୍ୟତୀତ ଗୁଟେରସ ୟୁକ୍ରେନବାସୀଙ୍କୁ ମାନବୀୟ ସହାୟତା ଯୋଗାଇବା ପାଇଁ ଜାତିସଂଘ ଏଜେନ୍ସି ଗୁଡିକର ଅଧିକାରୀଙ୍କୁ ଭେଟି ଆଲୋଚନା କରିବେ ମଧ୍ୟ ।
ୟୁକ୍ରେନ ଯିବା ପୂର୍ବରୁ UN ମୁଖ୍ୟ ଗୁଟେରସ ଆସନ୍ତା ୨୬ ତାରିଖରେ ଋଷିଆ ଗସ୍ତ କରିବେ । ଗୁଟେରସଙ୍କ ଋଷିଆ ଗସ୍ତ ନେଇ ଘୋଷଣାର କିଛି ସମୟ ପରେ ସେ ୟୁକ୍ରେନ ଯିବା ସମ୍ପର୍କରେ ସୂଚନା ଦିଆଯାଇଛି । ଋଷିଆ ଗସ୍ତ ଅବସରରେ ଗୁଟେରସଙ୍କୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସ୍ବାଗତ କରିବେ । ସେଠାରେ ସେ ଋଷିଆ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋବଙ୍କୁ(Sergey Lavrov) ମଧ୍ୟ ଭେଟିବେ । ଶୁକ୍ରବାର ଜାତିସଂଘ ମହାସଚିବ ମୁଖପାତ୍ର (Associate Spokesperson) ଏରି କନେକୋ(Eri Kaneko) ଏହି ଘୋଷଣା କରିଛନ୍ତି । କ୍ରେମଲିନ ମଧ୍ୟ ଏହି ଖବରକୁ ନିଶ୍ଚିତ କରିଛି ଏବଂ ପୁଟିନ ଓ ଲାଭରୋବ UN ମୁଖ୍ୟଙ୍କ ସହ ଆଲୋଚନା କରିବେ ବୋଲି ଜଣାଇଛି । ଶାନ୍ତି ଫେରାଇ ଆଣିବାକୁ ପୁଟିନଙ୍କ ସହ ଗୁଟେରସ ଆଲୋଚନା କରିବେ ବୋଲି କୁହାଯାଉଛି ।
@ANI