ETV Bharat / international

ୟୁକ୍ରେନରେ ହେଲିକପ୍ଟରର ଦୁର୍ଘଟଣା, ଆଭ୍ୟନ୍ତରୀଣ ମନ୍ତ୍ରୀଙ୍କ ସମେତ 16 ମୃତ ! - କିଭରେ ହେଲିକପ୍ଟର କ୍ରାସ

ୟୁକ୍ରେନରେ ହେଲିକପ୍ଟର ଦୁର୍ଘଟଣାରେ ଆଭ୍ୟନ୍ତ୍ରୀଣ ବ୍ୟାପାର ମନ୍ତ୍ରୀଙ୍କ ସମେତ 16 ମୃତ । ଦୁର୍ଘଟଣାର କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ

ୟୁକ୍ରେନରେ ହେଲିକପ୍ଟରର ଦୁର୍ଘଟଣା
ୟୁକ୍ରେନରେ ହେଲିକପ୍ଟରର ଦୁର୍ଘଟଣା
author img

By

Published : Jan 18, 2023, 5:33 PM IST

ହାଇଦ୍ରାବାଦ: ୟୁକ୍ରେନ ରାଜଧାନୀ କିଭ୍‌ରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ପ୍ରାୟ 16ଜଣଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ପୋଲିସ କହିଛି । ମୃତକଙ୍କ ମଧ୍ୟରେ ୟୁକ୍ରେନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀଙ୍କ ସମେତ ଦୁଇ ଜଣ ଶିଶୁ ମଧ୍ୟ ରହିଥିବା ସୂଚନା ମିଳିଛି । ଏଥିରେ ଅନ୍ୟ 22ଜଣ ଆହତ ମଧ୍ୟ ହୋଇଛନ୍ତି ।

ୟୁକ୍ରେନ ଜାତୀୟ ପୋଲିସ ବିଭାଗ ମୁଖ୍ୟଙ୍କ ସୂଚନା ଅନୁସାରେ, ଦୁର୍ଘଟଣାଗ୍ରସ୍ତ ହୋଇଥିବା ହେଲିକପ୍ଟରରେ 9ଜଣ ଯାତ୍ରା କରୁଥିଲେ । ଏହା ଏକ ଏମୋରଜେନ୍ସି ସର୍ଭିସ ହେଲିକପ୍ଟର ଥିଲା । ଏଥିରେ ୟୁକ୍ରେନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ଡେନିସ ମୋନାଷ୍ଟ୍ରିସ୍କି (Interior Minister Denys Monastyrskyi) ମଧ୍ୟ ଥିଲେ । ପୂର୍ବ-କିଭରେ ହେଲିକପ୍ଟରଟି ଉଡୁଥିବା ବେଳେ କୌଣସି କାରଣରୁ ଦୁର୍ଘଟଣାର ଶିକାର ହୋଇଥିଲେ । ହେଲିକପ୍ଟରଟି ଏକ ଜନବସତି ଅଞ୍ଚଳରେ ଖସିପଡିବା କାରଣରୁ ମୋଟ 22ଜଣ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରେ 10ଜଣ ଶିଶୁ ମଧ୍ୟ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା 16ଜଣଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଥିବା ବେଳେ ଅନ୍ୟ କିଛି ଗରୁତର ଅଛନ୍ତି ।

ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହେଲିକପ୍ଟରଟି କେଉଁ କାରଣରୁ ଦୁର୍ଘଟଣାଗ୍ରସ୍ତ ହେଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ୟୁକ୍ରେନ ସରକାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି । ତେବେ ଋଷର ପ୍ରବଳ ଆକ୍ରମଣ ଜାରି ରହିଥିବା ବେଳେ ୟୁକ୍ରେନର ମନ୍ତ୍ରୀଙ୍କୁ ନେଇ ଯାଉଥିବା ଏକ ଭିଆଇପି ହେଲିକପ୍ଟର ଏପରି ଭାବେ ଦୁର୍ଘଟଣାର ଶିକାର ହେବାକୁ ନେଇ ସନ୍ଦେହ ବଢିବାରେ ଲାଗିଛି । ଏହା ଯାନ୍ତ୍ରିକ ତ୍ରୁଟି କାରଣରୁ କିମ୍ବା ଅନ୍ୟ କିଛି କାରଣ ରହିଛି, ତାକୁ ନେଇ ଭିନ୍ନଭିନ୍ନ ଚର୍ଚ୍ଚା ପ୍ରକାଶ ପାଇଛି ।

ଅନ୍ୟପଟେ ୟୁକ୍ରେନ ଜାତୀୟ ପୋଲିସ ଓ ସେନା ଏହାକୁ କେବଳ ଏକ ଦୁର୍ଘଟଣା ବୋଲି କହିଛି । ଜାନୁଆରୀ 4 ତାରିଖରେ ୟୁକ୍ରେନ ସେନାର ଅତର୍କିତ ଆକ୍ରମଣରେ 63ଋଷୀୟ ସୈନିକଙ୍କ ପ୍ରାଣ ଯାଇଥିବା ମସ୍କୋ ଅଭିଯୋଗ କରିଥିଲା । ଏହି ଆକ୍ରମଣରେ ୟୁକ୍ରେନ ସେନା ଆମେରିକା ନିର୍ମିତ ରକେଟ ବ୍ୟବହାର କରିଥିବା ମସ୍କୋ ଅଭିଯୋଗ କରିଥିଲା । ତେବେ ଏହି ଆକ୍ରମଣରେ ପ୍ରାୟ 4ଶହ ଋଷୀୟ ସୈନ୍ୟ ନିହତ ହୋଇଥିବା ନେଇ କିଭ୍‌ ପାଲାଟା ଦାବି କରୁଥିଲା । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ପୁଣି ତିକ୍ତତା ବଢିଥିଲା । ଋଷ ପୁଣି ଆକ୍ରମଣ ବ୍ୟାପକ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.