ETV Bharat / international

ଋଷ ସୈନ୍ୟଙ୍କ ଠାରୁ ଦୁଷ୍କର୍ମରୁ ବଞ୍ଚିବା ପାଇଁ ଚୁଟି କାଟୁଛନ୍ତି ୟୁକ୍ରେନ ଯୁବତୀ

author img

By

Published : Apr 9, 2022, 2:58 PM IST

ଋଷ- ୟୁକ୍ରେନ ଯୁଦ୍ଧ ପରିସ୍ଥିତି ଭିତରେ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯକର ଖବର । ଋଷ ସୈନ୍ୟଙ୍କ ଠାରୁ ଦୁଷ୍କର୍ମରୁ ବଞ୍ଚିବା ପାଇଁ ଚୁଟି କାଟୁଛନ୍ତି ୟୁକ୍ରେନ ଯୁବତୀ । ଅଧିକ ପଢନ୍ତୁ

ଋଷ ସୈନ୍ୟଙ୍କ ଠାରୁ ଦୁଷ୍କର୍ମରୁ ବଞ୍ଚିବା ପାଇଁ ଚୁଟି କାଟୁଛନ୍ତି ୟୁକ୍ରେନ ଯୁବତୀ
ଋଷ ସୈନ୍ୟଙ୍କ ଠାରୁ ଦୁଷ୍କର୍ମରୁ ବଞ୍ଚିବା ପାଇଁ ଚୁଟି କାଟୁଛନ୍ତି ୟୁକ୍ରେନ ଯୁବତୀ

କିଭ: ଋଷ- ୟୁକ୍ରେନ ଯୁଦ୍ଧ ପରିସ୍ଥିତି ଭିତରେ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯକର ଖବର । ଋଷ ସୈନ୍ୟଙ୍କ ଠାରୁ ଦୁଷ୍କର୍ମରୁ ବଞ୍ଚିବା ପାଇଁ ଚୁଟି କାଟୁଛନ୍ତି ୟୁକ୍ରେନ ଯୁବତୀ । ୟୁକ୍ରେନର ରାଜଧାନୀ କିଭରୁ ପ୍ରାୟ ୫୦ ମାଇଲ ଦୂରରେ ଥିବା ଇଭାନ୍‌କିଭ୍‌ରେ ଯୁବତୀମାନେ ନିଜ ନିଜର କେଶକୁ କାଟି ଛୋଟ ଛୋଟ କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଡେପୁଟି ମେୟର୍‌ ମାରିନା ବେଶାସ୍ତନା କହିଛନ୍ତି।

ଋଷୀୟ ସେନାଙ୍କ ଦଖଲରେ ପ୍ରାୟ ମାସେ କାଳ ରହିବା ପରେ ମାର୍ଚ୍ଚ ୩୦ ତାରିଖ ଦିନ ଇଭାନ୍‌କିଭ୍‌ ନଗରୀ ମୁକ୍ତ ହୋଇଥିଲା । ଡେପୁଟି ମେୟରଙ୍କ କହିବା ଅନୁଯାୟୀ ଇଭାନ୍‌କିଭ୍‌ ନଗରୀ ଋଷ ସେନା ନିୟନ୍ତ୍ରଣରେ ଥିବା ବେଳେ ସୈନିକମାନଙ୍କ ବେସମେଣ୍ଟ୍‌ରୁ ମହିଳାଙ୍କ କେଶ ଧରି ଟାଣି ଆଣିବା ପରେ ସେମାନଙ୍କୁ ଅସଦାଚରଣ କରୁଥିଲେ ।

ଏକ ଗଣମାଧ୍ୟମ ସଂସ୍ଥାକୁ ସୂଚନା ଦେବା ସମୟରେ ସେ ନିକଟବର୍ତ୍ତୀ ଗାଁରେ ଦୁଷ୍କର୍ମର ସରବ୍ୟ ହୋଇଥିବା ୧୫ ଓ ୧୬ ବର୍ଷୀୟ ୨ ଭଉଣୀଙ୍କ କଥା କହିଥିଲେ। ଦୁଷ୍କର୍ମ ରିପୋର୍ଟ କେବଳ ୟୁକ୍ରେନ୍‌ର ଇଭାନ୍‌କିଭ୍‌ରୁ ଆସୁନାହିଁ ଅନ୍ୟାନ୍ୟ ଅଞ୍ଚଳରୁ ମଧ୍ୟ ଆସୁଛି। ଜଣେ ୟୁକ୍ରେନୀୟ ମହିଳା କହିଛନ୍ତି, ଋଷ ସୈନିକମାନେ ତାଙ୍କ ସ୍ୱାମୀଙ୍କୁ ଗୁଳି ମାରି ହତ୍ୟା କରିବାର ପରେ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ। ଏହି ସମୟରେ ତାଙ୍କ ୪ ବର୍ଷୀୟ ପୁଅ ଏସବୁ ଦେଖି ଭୟରେ କାନ୍ଦୁଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.