ETV Bharat / international

ୟୁକ୍ରେନ ରାଷ୍ଟ୍ରପତିଙ୍କ କାର ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଜେଲେନସ୍କି

author img

By

Published : Sep 15, 2022, 9:50 AM IST

ଦୁର୍ଘଟଣାର ଶିକାର ହେଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଏଥିରେ ସେ ଗୁରୁତର ଆହତ ହୋଇନଥିବା ସୂଚନା । ଅଧିକ ପଢନ୍ତୁ

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ

କିଭ୍: ଦୁର୍ଘଟଣାର ଶିକାର ହେଲେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି(Volodymyr Zelensky) । ଆଜି ସକାଳେ ରାଷ୍ଟ୍ରପତି ଜେଲେନସ୍କିଙ୍କୁ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି । କିଭ୍‌ରେ ଏକ ଯାତ୍ରୀବାହୀ କାର୍ ରାଷ୍ଟ୍ରପତିଙ୍କୁ କାର୍‌କୁ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ଜେଲେନସ୍କି ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏଥିରେ ସେ ସାମାନ୍ୟ ଆହତ ହୋଇଥିବା ତାଙ୍କର ମୁଖପାତ୍ର ମର୍ଗେଇ ନିକିଫୋରଭ୍(Serhii Nykyforov)ଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ୟୁକ୍ରେନର ସ୍ଥାନୀୟ ଗଣମାଧ୍ୟମରେ ଏ ସଂକ୍ରାନ୍ତରେ ଖବର ପ୍ରକାଶ ପାଇଛି ।

ଜେଲେନସ୍କିଙ୍କ ମୁଖପାତ୍ର ଏକ ଫେସବୁକ ପୋଷ୍ଟ ଜରିଆରେ କହିଛନ୍ତି ଯେ, ଜେଲେନସ୍କି ଖାରକିଭ୍‌ର ଇଜିୟମ(Izium)ସହରରୁ କିଭ୍ ଫେରୁଥିବା ବାଟରେ ଦୁର୍ଘଟଣାର ଶିକାର ହୋଇଛନ୍ତି । ତାଙ୍କର ମୋଟରକେଡ୍ ସହ ଅନ୍ୟ ଏକ ଗାଡି ଧକ୍କା ହୋଇଛି । ଦୁର୍ଘଟଣା ପରେ ଡାକ୍ତର ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଛନ୍ତି । ତେବେ ସେ ଗୁରୁତର ନଥିବା ଜଣାପଡିଛି । ହେଲେ ଏହି ଦୁର୍ଘଟଣାରେ ଯାତ୍ରାବାହୀ କାର୍ ଚାଳକ ଗୁରୁତର ଆହତ ହୋଇଛନ୍ତି । ଜେଲେନସ୍କିଙ୍କ ସହ ଥିବା ଡାକ୍ତର ଚାଳକଙ୍କ ପ୍ରାଥମିକ ଚିକିତ୍ସା କରିବା ପରେ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ପଠାଇଥିବା ସୂଚନା ମିଳିଛି । ତେବେ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ କିଭ୍ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏହାମଧ୍ୟ ପଢନ୍ତୁ: ବଙ୍କିମହମ ପ୍ୟାଲେସକୁ ବାହାରିଲା ଏଲିଜାବେଥଙ୍କ ପାର୍ଥୀବ ଶରୀର, ଦେଖନ୍ତୁ ଭିଡିଓ

ମାସ ମାସ ହେଲାଣି ୟୁକ୍ରେନ ଓ ଋଷିଆ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗି ରହିଛି । ଦୁଇ ପକ୍ଷର ହଜାର ହଜାର ସୈନ ମୃତାହତ ହୋଇଥିବା ବେଳେ ଯୁଦ୍ଧରେ କିନ୍ତୁ ବିରାମ ଲାଗୁନି । ୟୁକ୍ରେନ ସେନା ସାହାସିକତାର ସହ ଋଷ ସେନାର ମୁକାବିଲା କରିଛନ୍ତି । ବର୍ତ୍ତମାନ ୟୁକ୍ରେନର ଅନେକ ଅଞ୍ଚଳ ଋଷ ଅଧିନରେ ରହିଛି । ଖାର୍‌କିଭର ଇଜିୟମ ମଧ୍ୟ ଋଷ୍ ସେନାଙ୍କ ଅକ୍ତିଆରରେ ଥିଲା । ହେଲେ ୟୁକ୍ରେନ ସେନା ଋଷ ସେନାର ମୁକାବିଲା କରି ଏହି ଅଞ୍ଚଳକୁ ମୁକ୍ତ କରିଛନ୍ତି ଏହା ୟୁକ୍ରେନ ସେନାଙ୍କ ପାଇଁ ବଡ ବିଜୟ ବୋଲି ରାଷ୍ଟ୍ରପତି ତାଙ୍କର ଭିଡିଓ ସମ୍ବୋଧନରେ କହିଛନ୍ତି । ଋଷ ଅକ୍ତିଆରରୁ ଇଜିୟମ ମୁକ୍ତ ହେବା ପରେ ଜେଲେନସ୍କି ସେଠାକୁ ପରିଦର୍ଶନ ପାଇଁ ଯାଇଥିଲେ । ରାଜଧାନୀ ଫେରୁଥିବା ସମୟରେ ତାଙ୍କ କାର୍ ଅନ୍ୟ ଏକ କାର୍ ସହ ଧକ୍କା ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.