ETV Bharat / international

UK PM Race: ସର୍ଭେ ରିପୋର୍ଟରେ ଟ୍ରସଙ୍କ ପଲ୍ଲା ଭାରି, ଋଷି ସୁନକଙ୍କ ହାରିବା ଆଶଙ୍କା

author img

By

Published : Jul 24, 2022, 1:10 PM IST

Updated : Jul 24, 2022, 1:17 PM IST

ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଦୌଡରେ ଭାରତୀୟ ବଂଶୋଦ୍ଭବ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ଓ ଲିଜ ଟ୍ରସଙ୍କ ମଧ୍ୟରେ ଆସନ୍ତାକାଲି (ସୋମବାର) ଲାଇଭ ଡିବେଟ ହେବ । ଏହା ସେମାନଙ୍କ ପ୍ରଧାନମନ୍ତ୍ରୀ ହେବା ନେଇ ଫଇସଲା କରିବ । ଅଧିକ ପଢନ୍ତୁ

UK PM Race
UK PM Race

ଲଣ୍ଡନ: ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଦୌଡରେ ଭାରତୀୟ ବଂଶୋଦ୍ଭବ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ଓ ଲିଜ ଟ୍ରସଙ୍କ ମଧ୍ୟରେ ଆସନ୍ତାକାଲି (ସୋମବାର) ଲାଇଭ ଡିବେଟ ହେବ । ଏହା ତାଙ୍କ ସେମାନଙ୍କ ପ୍ରଧାନମନ୍ତ୍ରୀ ହେବା ନେଇ ଫଇସଲା କରିବ । ଏହାପରେ ପୋଷ୍ଟାଲ ବାଲାଟରେ ଭୋଟିଂ ହେବ । ଏହା ପୂର୍ବରୁ ଋଷି ସୁନକ କହିଛନ୍ତି, '' ଏଥିରେ କୌଣସି ସନ୍ଦେହ ନାହିଁ ମୁଁ ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡରେ ଅଣ୍ଡରଡଗ( ଜଣଙ୍କଠୁ ହାରିବା ଆଶଙ୍କାରେ ଥିବା ବ୍ୟକ୍ତି) । ପୂର୍ବ ଇଂଲଣ୍ଡର ରେଡି ଫର ଋଷି ସୁନକ ଅଭିଯାନରେ ଭାଷଣ ଦେଇ ଏହା କହିଛନ୍ତି । ସେ ଆହୁରି କହିଛନ୍ତି, '' ମୋତେ ଲାଗୁଛି ସଦସ୍ୟ ଏକ ବିକଳ୍ପ ଚାହୁଁଛନ୍ତି ଏବଂ ସେମାନେ ମୋତେ ଶୁଣିବାକୁ ପ୍ରସ୍ତୁତ ଅଛନ୍ତି । ସେ ସମସ୍ତଙ୍କ ପସନ୍ଦ ନଥିଲେ । କିନ୍ତୁ ବର୍ତ୍ତମାନ ଦୁଇଜଣ ଆଶାୟୀ ଅଛନ୍ତି ସେଥିରେ ମୁଁ ରହିଛି ବୋଲି କହିଛନ୍ତି ଋଷି ସୁନକ ।

ପ୍ରଧାନମନ୍ତ୍ରୀ ଦୌଡରେ ଟ୍ରସ ଏବଂ ଋଷି ସୁନକ ଶେଷ ପ୍ରତିଯୋଗୀ ରହିଥିବାବେଳେ ଉଭୟ ନିଜ ନିଜ ସପକ୍ଷରେ ସମର୍ଥନ ହାସଲ ପାଇଁ ଲାଗିପଡିଛନ୍ତି । ବ୍ରିଟେନଙ୍କୁ ସବୁ ପ୍ରକାର ସଙ୍କଟରୁ ଉଦ୍ଧାର କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ସୁନକ । ଦେଶ ଗମ୍ଭୀର ଆର୍ଥିକ ସଂଙ୍କଟ ଦେଇ ଗତି କରୁଛି। ସରକାରୀ ବ୍ୟବସ୍ଥା ଠିକ ଭାବେ ଚାଲୁନଥିବା କହିଛନ୍ତି ସୁନକ । ଋଷି ସୁନକ ତାଙ୍କ ଭାଷଣରେ ମହଙ୍ଗା ଉପରେ କହିଛନ୍ତି । ‘ଆମେ ଲୋକଙ୍କୁ କଷ୍ଟ ଅଫ ଲିଭିଙ୍ଗ ବିଷୟରେ ସତ କହିବାକୁ ହେବ । ବର୍ଦ୍ଧିତ ମହଙ୍ଗାମାଡ ଶତ୍ରୁ ପରି ଯାହା ଲୋକଙ୍କୁ ଗରିବ କରୁଛି । ମହଙ୍ଗା ଉପରେ ଲଗାମ ଲାଗିଲେ ପରିବର୍ତ୍ତନ ଆସିବ ।’ ସୁନକ ଏହା ଉପରେ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେଲେ ବ୍ରିଟେନରେ ଲାଗୁଥିବା ୟୁରୋପୀୟ ସଂଘର ନିୟମଗୁଡିକୁ 2023 ସୁଦ୍ଧା ହଟାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଲିଜ ଟ୍ରସ ।

ସର୍ଭେରେ ଲିଜ ଟ୍ରସଙ୍କ ପଲ୍ଲା ଭାରି...

'ୟୁ ଗର୍ଭ' ବିଶ୍ଲେଷଣ କମ୍ପାନୀ ପକ୍ଷରୁ କରାଯାଇଥିବା ସର୍ଭେ ଅନୁସାରେ, ଲିଜ ଟ୍ରସ ଡାଉନିଂ ଷ୍ଟ୍ରିଟ ରେସରେ ସୁନକଙ୍କୁ ପଛରେ ପକାଇପାରନ୍ତି । ଟ୍ରସ 19 ପଏଣ୍ଟ ଅଧିକ ପାଇ ଦୌଡରେ ଆଗୁଆ ଅଛନ୍ତି । ଦୁଇ ଦିନ ପୂର୍ବରୁ ଟ୍ରସଙ୍କ ପାଖରେ 20 ପଏଣ୍ଟ ଅଧିକ ଥିବାବେଳେ ଏବେ ସେ ସୁନକଙ୍କଠାରୁ 24 ପ୍ରତିଶତ ଅଧିକ ପଏଣ୍ଟ ହାସଲ କରିଛନ୍ତି । କଞ୍ଜରଭେଟିଭ ପାର୍ଟିର 730 ସଦସ୍ୟଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା । ସେମାନଙ୍କ ମଧ୍ୟରୁ 62% ଟ୍ରସଙ୍କ ସପକ୍ଷରେ ଯାଇଥିବାବେଳେ 35% ସୁନକଙ୍କ ସପକ୍ଷରେ ଆସିଥିଲା । ତେଣୁ ଆଗକୁ ସୁନକଙ୍କ ବିଜୟ ସହଜ ହୋଇନପାରେ । ଏବେ ଯାଏଁ ସରିଥିବା ପାଞ୍ଚ ରାଉଣ୍ଡ ଭୋଟିଂରେ ସୁନକ 137 ଭୋଟ ପାଇଥିବାବେଳେ ଲିଜ ଟ୍ରସଙ୍କୁ 113 ଭୋଟ ମିଳିଛି ମାତ୍ର ସର୍ଭେ ରିପୋର୍ଟ ଅନୁସାରେ ସୁନକ ଦୁର୍ବଳ ଥିବା ଅନୁମାନ କରାଯାଉଛି ।

4 ଅଗଷ୍ଟରୁ ଆରମ୍ଭ ହେବ ଭୋଟିଂ...

ବ୍ରିଟେନ ମାର୍କେଟିଂ ରିସର୍ଜ ଏବଂ ତଥ୍ୟ ବିଶ୍ଳେଷଣ କମ୍ପାନୀ YouGov ଅନୁସାରେ, ଋଷି ସୁନକ ଓ ଲିଜ ଟ୍ରସଙ୍କ ମଧ୍ୟରେ ଜଣଙ୍କୁ ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ବଛାଯିବ । ଏ ନେଇ ଅଗଷ୍ଟରୁ ସେପ୍ଟମ୍ବର ଯାଏ ଭୋଟିଂ ହେବ । 5 ସେପ୍ଟେମ୍ବରେ ବ୍ରିଟେନକୁ ତାର ନୂଆ ପ୍ରଧାନମନ୍ତ୍ରୀ ମିଳିବ ।

Last Updated : Jul 24, 2022, 1:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.